ETV Bharat / city

ପଦାରେ ପଡ଼ିଲା ବିଜେଡି କନ୍ଦଳ, ସଂଗଠନ ସମ୍ପାଦକଙ୍କୁ ଘେରିଲେ ଅସନ୍ତୁଷ୍ଟ

author img

By

Published : Mar 9, 2022, 7:44 AM IST

ପଦାରେ ପଡିଲା ବିଜେଡି ଅନ୍ତଃକନ୍ଦଳ । ଟିକେଟ ବଣ୍ଟାକୁ ନେଇ ସଂଗଠନ ସମ୍ପାଦକଙ୍କୁ ଘେରିଲେ ଅସନ୍ତୁଷ୍ଟ । ଅଧିକ ପଢନ୍ତୁ

ପଦାରେ ପଡ଼ିଲା ବିଜେଡି କନ୍ଦଳ, ସଂଗଠନ ସମ୍ପାଦକଙ୍କୁ ଘେରିଲେ ଅସନ୍ତୁଷ୍ଟ
ପଦାରେ ପଡ଼ିଲା ବିଜେଡି କନ୍ଦଳ, ସଂଗଠନ ସମ୍ପାଦକଙ୍କୁ ଘେରିଲେ ଅସନ୍ତୁଷ୍ଟ

ଭୁବନେଶ୍ବର: ପଦାରେ ପଡିଲା ବିଜେଡି ଅନ୍ତଃକନ୍ଦଳ । ଟିକେଟ ବଣ୍ଟାକୁ ନେଇ ବିଜେଡିରେ ଅସନ୍ତୋଷ । ଅସନ୍ତୋଷ ଏମିତି ବଢିଛି ଯେ, ସଂଗଠନ ସମ୍ପାଦକଙ୍କୁ ଘେରିଛନ୍ତି ଅସନ୍ତୁଷ୍ଟ । ଆଲୋଚନା ମାଧ୍ୟମରେ ସମସ୍ୟା ସମାଧାନ କରିବା ଲାଗି ଆଜି(ବୁଧବାର) ଅସନ୍ତୁଷ୍ଟଙ୍କୁ ଡାକିଛନ୍ତି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ଭୁବନେଶ୍ୱର ନୟାପଲ୍ଲୀ ୩୮ ନଂ ୱାର୍ଡର ନିଖିଳ କୁମାର ବଳବନ୍ତରାୟ ବିଜେଡି ସହ ୧୦ ବର୍ଷରୁ ଊର୍ଦ୍ଧ୍ବ ହେବ ଜଡିତ ରହିଛନ୍ତି । ଚଳିତ ପୌର ନିର୍ବାଚନରେ ଉକ୍ତ ୱାର୍ଡ ମହିଳା ସଂରକ୍ଷଣ ରହିଛି । ନିଖିଳଙ୍କ ପତ୍ନୀ ରାଜଶ୍ରୀ ମହାନ୍ତି ବିଜେଡିରୁ ଟିକେଟ ଆଶାୟୀ ଥିଲେ । କିନ୍ତୁ ନୂଆ ମୁହଁ ପଦ୍ମଜା ପ୍ରିୟଦର୍ଶିନୀ ଜେନାଙ୍କୁ ଟିକେଟ ଦିଆଯାଇଛି । ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଚଞ୍ଚକତା କରି ଏପରି କରିଥିବା ନିଖିଳ ଅଭିଯୋଗ କରିଛନ୍ତି ।

ତେଣୁ ଆଶାୟୀ ରାଜଶ୍ରୀ ମହାନ୍ତି ନିରାଶ ହୋଇ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଏହାସହ ପ୍ରଣବଙ୍କ ବାସଭବନ ଆଗରେ ବାଇକ ରାଲି କରି ଶକ୍ତି ପ୍ରଦର୍ଶନ କରିଛନ୍ତି ରାଜଶ୍ରୀଙ୍କ ସମର୍ଥକ । କ'ଣ ପାଇଁ ବିଜେଡି ଟିକେଟ ଦିଆଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ନିଖିଳ । ତାଙ୍କ ସମର୍ଥକ ଏହାକୁ ବିରୋଧ କରି ଦଳକୁ ନିନ୍ଦା କରିଛନ୍ତି । ସ୍ୱାଧୀନ ପ୍ରାର୍ଥୀ ଭାବରେ ରାଜଶ୍ରୀଙ୍କୁ ଜିତାଇବାକୁ ସବୁ ପ୍ରକାର ଚେଷ୍ଟା ଜାରି ରହିବ ବୋଲି ସମର୍ଥକମାନେ କହିଛନ୍ତି ।

ସେପଟେ ଆଜି ଆସି ଆଲୋଚନା କରିବାକୁ ସେମାନଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଣବ । ବିଧାୟକଙ୍କ ଉପସ୍ଥିତରେ ଏନେଇ ଆଲୋଚନା ହେବ । ନିଷ୍କର୍ସ ନ ବାହାରିଲେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ । ବିଜୟୀ ହେଲେ ଦଳକୁ ଫେରିବେ ବୋଲି ନିଖିଳ କହିଛନ୍ତି । ସେହିପରି ପୂର୍ବାହ୍ନରେ ଟିକେଟ ବଣ୍ଟାକୁ ନେଇ ଖୋର୍ଦ୍ଧା ଜିଲ୍ଲା ସଭାପତିଙ୍କୁ ଭେଟିଛନ୍ତି କିଛି ଆସନ୍ତୁଷ୍ଟ ବିଜେଡି ନେତା ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.