ETV Bharat / city

ସିଙ୍ଗାପୁରରୁ ଆସିଲା ରୁଚିକାଙ୍କ ମୋବାଇଲ, ପାସୱାର୍ଡ ଫିଟାଇ ପାରିଲେନି ବିଶେଷଜ୍ଞ

author img

By

Published : Oct 15, 2022, 7:46 AM IST

ବିଜେବି ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁ ଘଟଣାରେ ସିଙ୍ଗାପୁରରୁ ଆସିଲା ରୁଚିକାଙ୍କ ମୋବାଇଲ ଫୋନ । ତେବେ ସେଠାରେ ମୋବାଇଲର ପାସୱାର୍ଡକୁ ଫିଟାଯାଇପାରିଲା ନାହିଁ ବୋଲି କମିସନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

ସିଙ୍ଗାପୁରରୁ ଆସିଲା ରୁଚିକାଙ୍କ ମୋବାଇଲ, ପାସୱାର୍ଡ ଫିଟାଇ ପାରିଲେନି ବିଶେଷଜ୍ଞ
ସିଙ୍ଗାପୁରରୁ ଆସିଲା ରୁଚିକାଙ୍କ ମୋବାଇଲ, ପାସୱାର୍ଡ ଫିଟାଇ ପାରିଲେନି ବିଶେଷଜ୍ଞ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ବିଜେବି ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁ ଘଟଣାରେ ନୂଆ ମୋଡ଼ । ବିଦେଶରୁ ଆସିଲା ରୁଚିକାଙ୍କ ମୋବାଇଲ ଫୋନ । ସିଙ୍ଗାପୁର ଲ୍ୟାବରେ ମୋବାଇଲର ପାସଓ୍ବାର୍ଡକୁ ଫିଟାଯାଇପାରିଲା ନାହିଁ ବୋଲି କମିସନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ‌ର ଯୁକ୍ତ ୩ ପ୍ରଥମ ବର୍ଷ କଳା ଛାତ୍ରୀ ରୁଚିକା ମହାନ୍ତି ଜୁଲାଇ ୨ ତାରିଖରେ ଛାତ୍ରୀ ନିବାସରେ ଆତ୍ମହତ୍ୟା କରିଥିଲେ । ବେକରେ ରଶି ଲଗାଇ ସେ ଆତ୍ମହତ୍ୟା କରିଥିବା ଜଣାପଡିଥିଲା । ତେବେ ୩ ଜଣ ସିନିୟର ଛାତ୍ରୀ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବାରୁ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିଲେ ସେ । ଏପରିକି ରୁଚିକାଙ୍କ ନିକଟରୁ ଏକ ସୁଇସାଇଡ୍‌ ନୋଟ୍‌ରେ ମଧ୍ୟ ଜବତ କରାଯାଇଥିଲା । ହେଲେ କିଏ ସେହି ସିନିୟର, ଯିଏ ରୁଚିକାକୁ ରାଗିଂ କରୁଥିଲେ ତାହାର କୌଣସି ସୂଚନା ଏଯାବତ ପଦାକୁ ଆସିଲା ନାହିଁ ।

ଘଟଣାକୁ ନେଇ ସେତେବେଳେ ଘଟଣାକୁ ବଡଗଡ ଥାନା ଅଧିକାରୀ ଓ ଜଣେ ଅତିରିକ୍ତ ଡିସିପି ନେତ୍ତୃତ୍ବରେ ତିନି ଜଣିଆ ଟିମ ତଦନ୍ତ କରିଥିଲେ । ତଦନ୍ତ ବେଳେ ହଷ୍ଟେଲରେ ୧୯୮ ଜଣ ଛାତ୍ରୀଙ୍କୁ ପଚରାଉଚରା କରାଯାଇଥିଲା । ତେବେ ହଷ୍ଟେଲରେ ରାଗିଂ ସମ୍ପର୍କରେ ସବୁ ହଷ୍ଟେଲ ଛାତ୍ରୀ କିଛି ଜାଣିନଥିବା କହିଥିଲେ । ଏନେଇ ପରିବାର ଲୋକେ, ଗାଁରେ ଥିବା ସାଙ୍ଗ, ସମ୍ପର୍କୀୟ କିମ୍ବା ହଷ୍ଟେଲର ଥିବା ଛାତ୍ରୀ କୋଣସି ସୂଚନା ଦେଇପାରିନାହନ୍ତି । କଲେଜ ଓ ହଷ୍ଟେଲର କର୍ମଚାରୀ ଠାରୁ କିଛି ତଥ୍ୟ ମିଳିପାରିନାହିଁ ।

ତେବେ ସେ ଆତ୍ମହତ୍ୟା କରିଥିବା ରୁମରେ ସାଇଣ୍ଟିଫିକ ଟିମ ତନାଘନା କରିଥିଲେ । ସବୁ ଦୃଷ୍ଟିରୁ ସାଇବର ଏକ୍ସପର୍ଟ ଟିମଙ୍କର ସହାୟତା ନିଆଯାଉଛି । ତାଙ୍କ ରୁମରୁ ମୋବାଇଲ ଫୋନ ମିଳିଥିଲା । ଏହାକୁ ସିଙ୍ଗାପୁର ପଠାଇଯାଇଥିଲା । ଯଦି କୌଣସି ଛାତ୍ର ବା ଛାତ୍ରୀ ଏ ସମ୍ପର୍କରେ ଜାଣିଥାନ୍ତି ୭୦୭୭୭୯୮୧୧୧ରେ କଲ କରି କମିଶନରେଟ ପୋଲିସକୁ ଜଣାଇବାକୁ ନିବେଦନ କରିଥିଲା ପୋଲିସ‌ । ତେବେ ଏନେଇ ବରିଷ୍ଠ ଓକିଲ କହିଛନ୍ତି ପୋଲିସ ଚାହିଁଲେ ମୋବାଇଲ ବିନା ବି ତଦନ୍ତ କରିପାରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.