ଭୁବନେଶ୍ବର: ଗାଡି ଚୋରୀକୁ ରୋକିବ ଚିପ ବ୍ୟବସ୍ଥା । କିଛିଦିନ ପୂର୍ବରୁ କେନ୍ଦ୍ର ପରିବହନମନ୍ତ୍ରୀ ନୀତିନ ଗଡ଼କାରୀ ସବୁ ଗାଡିରେ ଚିପ ଲଗାଯାଉ ବୋଲି ପାଲ୍ୟାମେଣ୍ଟରେ ଏକ ପ୍ରସ୍ତାବ ଦେଇଥିଲେ। ଯାହାକୁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ସାଇବର ଏକ୍ସପର୍ଟ କହିଛନ୍ତି ।
ଦିନକୁ ଦିନ ଗାଡି ଚୋରୀ ଭଳି ଅପରାଧ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ରୋକିବାକୁ ବଜାରକୁ ଆସୁଥିବା ସବୁ ନୂଆ ଗାଡିରେ ଚିପ ବେସ ନମ୍ବର ସିଷ୍ଟମ ବ୍ୟବସ୍ଥା କରିବାକୁ ସାଇବର ଏକ୍ସପର୍ଟ କହିଛନ୍ତି । ଏହାଦ୍ବାରା ଗାଡି ଚୋରୀ କିମ୍ବା କୌଣସି ଦୁର୍ଘଟଣା ହେଲେ ଗାଡି ମାଲିକଙ୍କ ବାବଦରେ ସହଜରେ ଜାଣିହେବ ।
ଗାଡିରେ ଜିପିଏସ ବ୍ୟବସ୍ଥା ମଧ୍ୟ କରାଯିବାକୁ ସାଇବର ଏକ୍ସପର୍ଟ ପରାମର୍ଶ ଦେଇଛନ୍ତି । ଏହାଦ୍ବାରା ଗାଡିର ସମସ୍ତ ଗତିବିଧି ଉପରେ ନଜର ରଖା ଯାଇପାରିବ । ଯାହା ଭଡାରେ ଗାଡି ଦେଇଥିବା ମାଲିକ ଓ ପୋଲିସ କ୍ଷେତ୍ରରେ ମଧ୍ୟ ଅନେକ ସହାୟକ ହେବ ।
କିନ୍ତୁ କେବଳ ନୂଆ ଗାଡି ନୁହେଁ ବଂର ପୁରୁଣା ଗାଡିରେ ବି ଏହି ବ୍ୟବସ୍ଥା ଲାଗୁ ହେଲେ ଲୋକେ ଆହୁରି ଲାଭବାନ ହେବା ସହ ଗାଡି ରୋରୀ ଅପରାଧକୁ ରୋକାଯାଇ ପାରିବ ବୋଲି ସାଇବର ଏକ୍ସପର୍ଟ ଚିରାଗ ରଥ କହିଛନ୍ତି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ ।