ଭୁବନେଶ୍ବର: ଜୀବ ବିଜ୍ଞାନ ପ୍ରତିଷ୍ଠାନ ଓ ଆଞ୍ଚଳିକ ଚିକିତ୍ସା ଗବେଷଣା କେନ୍ଦ୍ରର ମିଳିତ ଉଦ୍ୟମରେ ରାଜଧାନୀର ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସରେ ଭାରତ ଅନ୍ତର୍ଜାତୀୟ ବିଜ୍ଞାନ ଉତ୍ସବ 2019 ଆରମ୍ଭ ହୋଇଛି । ସ୍ବାସ୍ଥ୍ୟ , ପୁଷ୍ଟିସାଧନ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଅଭିବୃଦ୍ଧି ସାଧନ ନିମନ୍ତେ ବିଜ୍ଞାନ ଓ ବୈଷୟିକ ବିଦ୍ୟାର ଯଥେଷ୍ଟ ସାମର୍ଥ୍ୟ ରହିଛି ବୋଲି କହିଛନ୍ତି ଆଇଏଲଏସ ର ନିର୍ଦ୍ଦେଶକ ଡ. ଅଜୟ ପରିଡା ।
ରାଜ୍ୟ ତଥା ରାଜ୍ୟବାସୀଙ୍କ ଆବଶ୍ୟକତା ଗୁଡିକ ଦୃଷ୍ଟିରେ ରଖି ରାଜ୍ୟର ବିଜ୍ଞାନ ତଥା ଗବେଷଣା ଅନୁଷ୍ଠାନ ଗୁଡିକ କାର୍ଯ୍ୟକ୍ରମରେ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଛନ୍ତି ସେ । ଏହି ଉତ୍ସବରେ ପ୍ରାୟ 1800 ପିଲା ଯୋଗ ଦେଇ ନିଜ ନିଜର ଗବେଷଣା କରିଥିବା ଜ୍ଞାନ କୌଶଳ ବିଷୟରେ ଲୋକଙ୍କୁ ବୁଝାଇଛନ୍ତି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ