ଭୁବନେଶ୍ବର: 2022 ଶିକ୍ଷା ବର୍ଷ ପାଇଁ ଗଣଶିକ୍ଷା ବିଭାଗର ଯୋଜନା । ଚଳିତ ବର୍ଷ ମଧ୍ୟରେ ସରିବ ସ୍କୁଲ ରୂପାନ୍ତରଣ କାର୍ଯ୍ୟ । ବାକି ଥିବା ବ୍ଲକରେ 64 ଟି ଆଦର୍ଶ ବିଦ୍ୟାଳୟ ଖୋଲାଯିବାକୁ ଯୋଜନା କରାଯାଇଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି(Odisha School And Mass Education Minister Samir ranjan Dash) ।
ଏହା ମଧ୍ୟ ପଢନ୍ତୁ:- ନିୟମିତ ହେଲେ ରାଜ୍ୟର ୮,୧୦୨ କନିଷ୍ଠ ଶିକ୍ଷକ
ଏଥିସହ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ୧୧ ହଜାର ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପତି ବାହାରି ସାରିଛି । ଆଦର୍ଶ ବିଦ୍ୟାଳୟରେ 1700 ଶିକ୍ଷକ ଶିକ୍ଷୟତ୍ରୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାଥମିକ ଶିକ୍ଷାରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ଶିକ୍ଷାକୁ କିଭଳି ଗୁରତ୍ୱ ଦିଆଯିବ ସେ ଉପରେ ଧ୍ୟାନ ଦିଆଯାଉଛି । ଦଶମ ଓ ଦ୍ୱାଦଶ ବାର୍ଷିକ ପରୀକ୍ଷା ସଠିକ ସମୟରେ କରି ଫଳ ବାହାର କରିବା ପାଇଁ ଆଶା ରଖିଛୁ, ଯଦି କିଛି ସମସ୍ୟା ଉପୁଜେ ସରକାର ସେଥିପାଇଁ ପ୍ରସ୍ତୁତ ଅଛନ୍ତି ।
ସବୁ ପ୍ରସ୍ତୁତି ଶେଷ ହୋଇଛି, ନୋଡାଲ ଅଫିସର ପହଞ୍ଚିବା ଆରମ୍ଭ କରିଛନ୍ତି । BEO, DEO ବ୍ୟକ୍ତିଗତ ଭାବେ ସ୍କୁଲ ପରିଦର୍ଶନ କରି ସମୀକ୍ଷା କରୁଛନ୍ତି । ଆସନ୍ତା 4 ତାରିଖରେ, BEO, DEO ମାନଙ୍କ ସହ ଏନେଇ ବୈଠକରେ ଆଲୋଚନା କରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ