ETV Bharat / city

ରାଜ୍ୟରେ ସମସ୍ତେ ଟୀକା ନିଅନ୍ତୁ, ଜ୍ବରକୁ ଡରନ୍ତୁ ନାହିଁ: ସ୍ବାସ୍ଥ୍ୟ ବିଶେଷଜ୍ଞ

author img

By

Published : Jun 13, 2021, 4:53 PM IST

କୋରୋନା ଟିକାକରଣକୁ ନ ଡରି ଟୀକା ନେବାକୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ । ଦୁଇଟି ଡୋଜ୍ ନେଇଥିବା ବ୍ୟକ୍ତିଙ୍କୁ ଡେଲଟା ଭାଇରସ ଦ୍ବାରା ସଂକ୍ରମିତ ହେବାର ସମ୍ଭାବନା କମ୍ ରହିବା ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସୂଚନା । ଅଧିକ ପଢନ୍ତୁ...

ରାଜ୍ୟରେ ସମସ୍ତେ ନିଅନ୍ତୁ ଟିକା, ଟୀକା ପରେ ହେଉଥିବା ଜ୍ବରକୁ ଡରନ୍ତୁ ନାହିଁ: ସ୍ବାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ବର: ରାଜ୍ୟରେ ସମସ୍ତେ ଟୀକା ନିଅନ୍ତୁ । ଟୀକା ନେବା ପାଇଁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଟୀକାକୁ ନେଇ ଦ୍ଵନ୍ଦ ରହିବ କଥା ନୁହଁ । ସମସ୍ତେ ଦୁଇଟି ଡୋଜ ଟୀକା ନିଅନ୍ତୁ । ଏହାଦ୍ୱାରା କୋଭିଡ ମୃତ୍ୟୁର ସମ୍ଭାବନା 20 ପ୍ରତିଶତ ରହୁଛି । ଟୀକା ପରେ ଜ୍ବର ହେଲେ ଡରନ୍ତୁ ନାହିଁ। ଯଦି ଜ୍ବର ହୁଏ ତେବେ ଔଷଧ ଖାଆନ୍ତୁ । ଗାଁ ଗୁଡିକରେ ଲୋକଙ୍କୁ ବୁଝାଇବା ସହ ସଚେତନ କରିବା ଆଵଶ୍ୟକତା ରହିଛି । ଏହା ଆପଣଙ୍କ ପରିବାର ଓ ସମାଜ ପାଇଁ ଘାତକ ହୋଇପାରେ ।

ଯେଉଁମାନେ କୋରୋନା ଟିକାର ଦୁଇଟି ଡୋଜ୍ ନେଇସାରିଛନ୍ତି । ସେମାନେ ଡେଲଟା ଭାଇରସ ଦ୍ବାରା ସଂକ୍ରମିତ ହେଉନାହାଁନ୍ତି । ଇଂଲଣ୍ଡରେ ଡେଲଟା ଭାରିଏଣ୍ଟ ଦେଖାଯାଉଥିବା ଯୋଗୁଁ ସଂକ୍ରମଣ ବଢୁଛି । ଏହା ବିରୋଧରେ ଟୀକା କାମ କରୁଛି । ଶୀତ କିମ୍ବା ବର୍ଷାରେ ସଂକ୍ରମଣ ବଢିବାର ସମ୍ଭାବନା ନାହିଁ । ପ୍ରଥମେ ମହାରାଷ୍ଟ୍ର ଓ ପରେ ବିହାରରେ ଆରମ୍ଭ ହେଲା । ଏହାକୁ ରି କନସିଲେସନ କୁହାଯାଉଛି ।

ଘରେ ଓ ଘରୋଇ ମେଡିକାଲରେ ମୃତ୍ୟୁ ହେଉଥିବା କୋଭିଡ ରୋଗୀଙ୍କ ଅଡିଟ ଆଉ ଥରେ କରାଯାଉଛି । ଯେଉଁଥିପାଇଁ ସଂକ୍ରମଣ କମିଲେ ମଧ୍ୟ ମୃତ୍ୟୁ ବଢୁଛି । ଏହାଦ୍ୱାରା କୋଭିଡ ମୃତ୍ୟୁର ସଠିକ ତଥ୍ୟ ରହିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.