ETV Bharat / city

ରାଜଧାନୀରେ ଜୁନ 30 ସୁଦ୍ଧା ସମସ୍ତଙ୍କୁ ଟିକା, ସୂଚନା ଦେଲା ବିଏମସି - ରାଜଧାନୀ ଟୀକାକରଣ ଡ୍ରାଇଭ ଅପଡେଟ

ଟେଷ୍ଟିଂ ଓ ଟୀକାକରଣ ଉପରେ ବିଏମସିର ଗୁରୁତ୍ବ । 30 ଜୁନ ସୁଦ୍ଧା ମିଳିଯିବ ସମସ୍ତ ରାଜଧାନୀବାସୀଙ୍କୁ ଟିକା । ଅଧିକ ପଢନ୍ତୁ...

ରାଜଧାନୀରେ ଜୁନ 30 ସୁଦ୍ଧା ସମସ୍ତଙ୍କୁ ଟିକା, ସୂଚନା ଦେଲା ବିଏମସି

author img

By

Published : Jun 28, 2021, 10:20 PM IST

ଭୁବନେଶ୍ବର: ଟେଷ୍ଟିଙ୍ଗ ଓ ଟୀକାକରଣ ଉପରେ ବିଏମସିର ଗୁରୁତ୍ବ । ଜୁନ ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ବରରେ ସମସ୍ତଙ୍କୁ ମିଳିବ କୋଭିଡ କୋଭିଡ ଟିକା ‘କୋଭାକ୍ସିନ’ । ରାଜଧାନୀରେ ବିଏମସି ପକ୍ଷରୁ ପ୍ରାୟ ୧୦ ଲକ୍ଷ ଲୋକଙ୍କୁ କୋଭାକ୍ସିନ ଟିକା ଦେବାକୁ ଲକ୍ଷ ରଖାଯାଇ ଥିବାବେଳେ ଜୁନ ଶେଷ ସୁଦ୍ଧା ସମସ୍ତଙ୍କୁ ଟିକା ମିଳିଯିବ ବୋଲି ସୂଚନା ଦେଇଛନ୍ତି ବିଏମସି କର୍ତ୍ତୃପକ୍ଷ ।

ରାଜଧାନୀରେ ଜୁନ 30 ସୁଦ୍ଧା ସମସ୍ତଙ୍କୁ ଟିକା, ସୂଚନା ଦେଲା ବିଏମସି

ସେହିପରି ଏବେ ସୁଦ୍ଧା ରାଜଧାନୀରେ ୧୪ ଲକ୍ଷ ଡୋଜ ଦିଆସରିଲାଣି । ଦୈନିକ ୩୦ ହଜାର ଟିକା ପ୍ରାୟ ୪୦ ରୁ ଉର୍ଦ୍ଧ୍ବ ଟୀକାକରଣ କେନ୍ଦ୍ରରେ ଦିଆଯାଉଛି । ସେହିପରି ଦୈନିକ ୪ ହଜାର ପାଖାପାଖି ଟେଷ୍ଟିଙ୍ଗ ଚାଲିଛି । ଜନଗହଳିପୂର୍ଣ୍ଣ ସ୍ଥାନ, ମାର୍କେଟ ଅଞ୍ଚଳ, ରାସ୍ତା କଡରେ ଛିଡା ହୋଇଥିବା ଲୋକ ଏବଂ ବାହାରେ ବୁଲାବୁଲି କରୁଥିବା ଲୋକ ସଂକ୍ରମଣର ଶିକାର ହେବାର ଅଧିକ ଆଶଙ୍କା ଥିବାକୁ ସେମାନଙ୍କ ଟେଷ୍ଟିଂକୁ ପ୍ରାଥମିକତା ଦିଆଯିବା ନେଇ କହିଛି ବିଏମସି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.