ETV Bharat / city

ସରିଲା ଅବଧି: ରାସନ ସହ ଆଧାର ଲିଙ୍କ କରିନାହାନ୍ତି ନଅ ଲକ୍ଷ ହିତାଧିକାରୀ

author img

By

Published : Sep 16, 2019, 7:47 PM IST

ରାସନ ସହ ଆଧାର ଲିଙ୍କର ଅବଧି ସେପ୍ଟେମ୍ବର 15 ଅର୍ଥାତ ଗତକାଲି ଶେଷ ହୋଇଛି । ତେବେ ପାଖାପାଖି ୯ଲକ୍ଷରୁ ଅଧିକ ହିତାଧିକାରୀ ରାସନ ସହ ଆଧାର ଲିଙ୍କ କରିନଥିବା ଜଣାପଡିଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାସନ ସହ ଆଧାର ଲିଙ୍କର ଅବଧି ସେପ୍ଟେମ୍ବର 15 ଅର୍ଥାତ ଗତକାଲି ଶେଷ ହୋଇଛି । ତେବେ ପାଖାପାଖି ୯ଲକ୍ଷରୁ ଅଧିକ ହିତାଧିକାରୀ ରାସନ ସହ ଆଧାର ଲିଙ୍କ କରିନଥିବା ଜଣାପଡିଛି । ତେବେ ସ୍ବତନ୍ତ୍ର ଡ୍ରାଇଭ ଜରିଆରେ କାହିଁକି ୯ଲକ୍ଷ ହିତାଧିକାରୀଙ୍କ ଆଧାର ସଂଯୋଗ ହୋଇପାରି ନାହିଁ ତାର କାରଣ ଖୋଜୁଛି ଯୋଗାଣ ବିଭାଗ । ତେବେ ଏହାକୁ ନେଇ ସରକାରଙ୍କୁ ବି ବିରୋଧୀ କଡା ସମାଲୋଚନା କରିଥିବା ବେଳେ ଶାସକ ଦଳ ବି ଏହାର ଉତ୍ତର ରଖିଛି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ସେପ୍ଟେମ୍ବର ୧୫ ଥିଲା ରାସନ ସହ ଆଧାର ଲିଙ୍କର ଶେଷ ତାରିଖ । ଏହି ସମୟ ସୀମା ମଧ୍ୟରେ ପ୍ରାୟ ୯ଲକ୍ଷ ପାଖାପାଖି ହିତାଧିକାରୀ ସେମାନଙ୍କ ରାସନ କାର୍ଡ ସହ ଆଧାର ଲିଙ୍କ କରି ପାରିନଥିବା ଜଣାପଡିଛି । ରାଜ୍ୟରେ ୩କୋଟି ୨୬ ଲକ୍ଷ ହିତାଧିକାରୀ ଅଛନ୍ତି ଯେଉଁମାନେ ଜାତୀୟ ଖାଦ୍ୟସୁରକ୍ଷା ଅଧିକାର ଆଇନ ଅନ୍ତର୍ଭୁକ୍ତ ।

ଆଧାର ଲିଙ୍କ କରିପାରିନଥିବା ୯ଲକ୍ଷ ହିତାଧିକାରୀ କାହିଁକି ଆଧାର ସଂଯୋଗ କରିପାରିନାହାଁନ୍ତି ତାର କାରଣ ଖୋଜିବ ଖାଦ୍ୟ ଓ ଯୋଗାଣ ବିଭାଗ । ତେବେ ଏହାକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଭୋଟ ପାଇବା ପାଇଁ ଦଳୀୟ ଲୋକଙ୍କୁ ମନଇଚ୍ଛା ରାସନ କାର୍ଡ ବାଣ୍ଟିଥିଲେ ସରକାର । ଏବେ ଆଧାର ଲିଙ୍କ ପରେ ସରକାରଙ୍କ ଅସଲ ମୁଖା ପଦାରେ ପଡିବ ବୋଲି କହିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି । ଗୋଟିଏ ଦେଶ ଗୋଟିଏ ରାସନ ବ୍ୟବସ୍ଥା ସାରା ଦେଶରେ ଲାଗୁ ହେବାକୁ ଯାଉଛି ।

ପାଇଲଟ ପ୍ରୋଜେକ୍ଟ ଭାବେ ଭୁବନେଶ୍ବର ମହାନିଗମରେ ସେପ୍ଟେମ୍ବର ୧ ତାରିଖରେ ଏହା ଲାଗୁ ହୋଇଛି । ଆଗାମୀ ଦିନରେ ସାରା ରାଜ୍ୟରେ ଲାଗୁ ହେବ । ବିଜେଡି ବିଧାୟକ ଅରବିନ୍ଦ ଢାଲି କହିଛନ୍ତି, "ସବୁ ଲୋକ କିଭଳି ଉପକାର ପାଇବେ ସେ ନେଇ ସରକାର କାର୍ଯ୍ୟ କରିଛନ୍ତି । ଦଳୀୟ ଭିତ୍ତିରେ କୌଣସି କାମ ହୁଏନି । ଯଦି ଭୁଲ ଅଛି ତେବେ ସଂଶୋଧନ ହେବ"।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:ରାସନ ସହ ଆଧାର ଲିଙ୍କର ଅବଧି ୧୫ ସେପ୍ଟେମ୍ବରରେ ଶେଷ ହୋଇଛି .ତେବେ ପାଖାପାଖି ୯ଲକ୍ଷରୁ ଅଧିକ ହିତାଧିକାରୀ ରାସନ ସହ ଆଧାର ଲିଙ୍କ କରିନଥିବା ଜଣାପଡିଛି ।ତେବେ ସ୍ବତନ୍ତ୍ର ଡ୍ରାଇଭ ଜରିଆରେ କାହିଁକି ୯ଲକ୍ଷ ହିତାଧିକାରୀଙ୍କ ଆଧାର ସଂଯୋଗ ହୋଇପାରି ନାହିଁ ତାର କାରଣ ଖୋଜୁଛି ଯୋଗାଣ ବିଭାଗ .ତେବେ ଏହାକୁ ନେଇ ସରକାରଙ୍କୁ ବି ବିରୋଧୀ କଡା ସମାଲୋଚନା କରିଥିବା ବେଳେ ଶାସକ ଦଳ ବି ଏହାର ଉତ୍ତର ରଖିଛି.
Body:ସେପ୍ଟେମ୍ବର ୧୫ ଥିଲା ରାସନ ସହ ଆଧାର ଲିଙ୍କର ଶେଷ ତାରିଖ ।ଏହି ସମୟସୀମା ମଧ୍ୟରେ ପା୍ୟ ୯ଲକ୍ଷ ପାଖାପାଖି ହିତାଧିକାରୀ ସେମାନଙ୍କ ରାସନ କାର୍ଡ ସହ ଆଧାରଲିଙ୍କ କରି ପାରିନଥିବା ଜଣାପଡିଛି .ରାଜ୍ୟରେ ୩କୋଟି ୨୬ ଲକ୍ଷ ହିତାଧିକାରୀ ଅଛନ୍ତି ଯେଉଂମାନେ ଜାତୀୟ ଖାଦ୍ୟସୁରକ୍ଷା ଅଧିକାର ଆଇନ ଅନ୍ତର୍ଭୁକ୍ତ . ଆଧାର ଲିଙ୍କ କରିପାରିନଥିବା ୯ଲକ୍ଷ ହିତାଧିକାରୀ କାହିକି ଆଧାର ସଂଯୋଗ କରିପାରିନାହନ୍ଥି ତାର କାରଣ ଖୋଜିବ ଖାଦ୍ୟ ଓ ଯୋଗାଣ ବିଭାଗ ଆଧାର ଲିଙ୍କର କାରଣ ଖୋଜିବ ଖାଦ୍ୟ ଯୋଗାଣ ବିଭାଗ . Conclusion:ଭୋଟ ପାଇବା ପାଇଂ ଦଲିୟ ଲୋକଙ୍କୁ ମନଇଚ୍ଛା ରାସନ କାର୍ଡ ବାଣ୍ଟିଥିଲେ . ଏବେ ଆଧାର ଲିଙ୍କ ପରେ ସରକାରଙ୍କ ଅସଲ ମୁଖା ପଦାରେ ପଡିବ ବୋଲି କହିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି.
ଗୋଟିଏ ଦେଶ ଗୋଟିଏ ରାସନ ବ୍ୟବସ୍ଥା ସାରା ଦେଶରେ ଲାଗୁ ହେବାକୁ ଯାଉଛି .ପାଇଲଟ ପ୍ରୋଜେକ୍ଟ ଭାବେ ଭୁବନେଶ୍ବର ମହାନିଗର ନିଗମରେ ସେପ୍ଟେମ୍ବର ୧ ତାରିଖରେ ଲାଗୁ ହୋଇଛି .ଆଗାମି ଦିନରେ ସାରା ରାଜ୍ୟରେ ଲାଗୁ ହେବ . ବିଜେଡି ବିଧାୟକ ଅରବିନ୍ଦ ଢାଲି କହିଛନ୍ତି ସବୁ ଲୋକକିଭଳି ଉପକାର ପାଇବେ ସେ ନେଇ ସରକରା କାର୍ଯ୍ୟକରନ୍ତି . ଦଳିୟ ଭିତ୍ତିରେ କୌଣସି କାମ ହୁଏନି ।ଯଦି ଭୁଲ ଅଛି ତେବେ ସଂଶୋଧନ ହେବ .
ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ଦ୍ବାରା ହିତାଧିକାରୀ ଯେକୌଣସି ସ୍ଥାନରୁ ତାଙ୍କ ରାସନ ସାମାନ ନେଇ ପାରିବେ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.