ETV Bharat / city

ଆଜିଠୁ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ

author img

By

Published : Jun 2, 2022, 11:30 AM IST

ଆଜିଠୁ ଯୁକ୍ତ ଦୁଇ ଖାତାଦେଖା ଆରମ୍ଭ । ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ଆରମ୍ଭ ହେବ । ଅଧିକ ପଢନ୍ତୁ

ଆଜିଠୁ ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ
ଆଜିଠୁ ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ

ଭୁବନେଶ୍ବର: ଆଜିଠୁ ଯୁକ୍ତ ଦୁଇ ଖାତାଦେଖା ଆରମ୍ଭ । ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ଆରମ୍ଭ ହେବ । ଆଜିଠୁ 12 ତାରିଖ ପର୍ଯ୍ୟନ୍ତ ଖାତାଦେଖା ହେବ। ପ୍ରଥମ ପର୍ଯ୍ୟାୟରେ କଳା ଓ ବାଣିଜ୍ୟ ବିଭାଗର ସମସ୍ତ ଖାତା ଦେଖା ହେବା ସହ ବିଜ୍ଞାନର 5ଟି ବିଷୟର ମୂଲ୍ୟାୟନ ହେବ ।

ସେହିଭଳି ଦ୍ଵିତୀୟ ପର୍ଯ୍ୟାୟ ଖାତା ଦେଖା ଜୁନ ୧୩ରୁ ଆରମ୍ଭ ହେବ । ସେଥିରେ ବିଜ୍ଞାନ ଓ ଧନ୍ଦାମୂଳକ ବିଷୟର ସମସ୍ତ ଖାତା ଦେଖା ହେବ। ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରାଜ୍ୟରେ ମୋଟ ୧୦୧ ମୂଲ୍ୟାଙ୍କନ କେନ୍ଦ୍ର କରାଯାଇଛି । ଅଫଲାଇନ ପାଇଁ ୬୪ଟି ଓ ଅନଲାଇନ ପାଇଁ ୩୭ଟି କେନ୍ଦ୍ର ହୋଇଛି । ଜୁଲାଇ ମାସରେ ଫଳ ପ୍ରକାଶ କରିବା ଲକ୍ଷ ରହିଥିବା ସିଏଚଏସ ପକ୍ଷରୁ ସୂଚନା ମିଳିଛି ।

ପ୍ରତିବର୍ଷ ପରି ଏଥର ମଧ୍ୟ ବିଜ୍ଞାନ ଓ ବାଣିଜ୍ୟର ସମସ୍ତ ଉତ୍ତର ଖାତା ଇ-ମୂଲ୍ୟାୟନ କରାଯିବ । ପରିଷଦର 4ଟି ଜୋନ ଯଥା ବ୍ରହ୍ମପୁର, ସମ୍ବଲପୁର, ବାରିପଦା ଓ ସେଣ୍ଟ୍ରାଲ ଜୋନରେ 37ରୁ ଅଧିକ ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଛି । ସମ୍ପୂର୍ଣ୍ଣ ବିଷୟଗୁଡ଼ିକର ମୂଲ୍ୟାୟନ ଲାଗି 24ରୁ 26 ଦିନ ଲାଗିବ । ଅର୍ଥାତ୍‌ ଜୁନ୍‌ 20 ଭିତରେ ଖାତା ଦେଖା ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.