ETV Bharat / city

‘ଇଟିଭି ଭାରତ’ର ‘ବୈଷ୍ଣବ ଜନ ତୋ’ ଉପସ୍ଥାପନା: ସାଧୁବାଦ ଦେଲେ ନବୀନ

ବାପୁଙ୍କୁ ସଙ୍ଗୀତ ମାଧ୍ୟମରେ ଇଟିଭି ଭାରତର ଶ୍ରଦ୍ଧାଞ୍ଜଳି ଜ୍ଞାପନକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Oct 2, 2019, 11:20 PM IST

ହାଇଦ୍ରାବାଦ: ବାପୁଙ୍କୁ ସଙ୍ଗୀତ ମାଧ୍ୟମରେ ଇଟିଭି ଭାରତର ଶ୍ରଦ୍ଧାଞ୍ଜଳି ଜ୍ଞାପନକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀରେ ‘ଇଟିଭି ଭାରତ’ ଅପର୍ଣ କରିଥିଲା ଅନନ୍ୟ ଶ୍ରଦ୍ଧାଞ୍ଜଳି । ବିଶ୍ବ ପ୍ରସିଦ୍ଧି ହାସଲ କରିଥିବା ବାପୁଙ୍କ ଅତି ପ୍ରିୟ ଭଜନ ‘ବୈଷ୍ଣବ ଜନ ତୋ’କୁ 11ଟି ଭାଷାରେ ସୁପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କ ସ୍ବରରେ ଉପସ୍ଥାପନ କରିଥିଲା ଇଟିଭି ଭାରତ । ଏହି ଉପସ୍ଥାପନାକୁ ସାଧୁବାଦ ଦେଇଛନ୍ତି ନବୀନ ।

11ଟି ଭାଷାରେ ବୈଷ୍ଣବ ଜନ ତୋ ଉପସ୍ଥାପନା
ଫଟୋ ସୌଜନ୍ୟ: ଟ୍ବିଟର@Naveen_Odisha

ନବୀନ ପଟ୍ଟନାୟକ ନିଜ ଟ୍ବିଟର ପେଜରେ ଇଟିଭି ଭାରତର ଏହି ସୁନ୍ଦରତମ ଉପସ୍ଥାପନା ପାଇଁ ପାଇଁ ଧନ୍ୟବାଦ ଦେଇଛନ୍ତି । ଇଟିଭି ଭାରତ ଓଡିଆକୁ ଧନ୍ୟବାଦ ଦେବା ସହ ନିଜ ଟ୍ବିଟର ପେଜରେ ଏହି ଷ୍ଟୋରୀ ଓ ଭିଡିଓ ଲିଙ୍କ ସେୟାର କରିଛନ୍ତି ।

ନବୀନ ଧନ୍ୟବାଦ ଦେବା ସହ ବାର୍ତ୍ତା ଦେଇଛନ୍ତି । ନବୀନ ଲେଖିଛନ୍ତି ଯେ, ଗାନ୍ଧୀଜୀଙ୍କ ସମ୍ପର୍କ ବେଶ ନିବିଡ । ତାଙ୍କ ନୀତି, ଆଦର୍ଶ ଆମକୁ ସର୍ବଦା ଶାନ୍ତି ଓ ଏକତା ମାର୍ଗରେ ପରିଚାଳିତ କରୁ ବୋଲି ସନ୍ଦେଶ ଦେଇଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ 11ଟି ଭାଷାରେ ବୈଷ୍ଣବ ଜନ ତୋ... ପ୍ରସାରଣ ପରେ ସାରା ଦେଶରୁ ଇଟିଭି ଭାରତର ଏହି ସଙ୍ଗୀତମୟ ଶ୍ରଦ୍ଧାଞ୍ଜଳି ପାଇଁ ପ୍ରଶଂସା ଛୁଟିଛି । ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦି ଟ୍ବିଟ କରି ସାଧୁବାଦ ଜଣାଇଛନ୍ତି । ଏତଦବ୍ୟତୀତ ଗତକାଲି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ନିଜ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି ଏହି ଗୀତ ।

Intro:Body:

BLANK  FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.