ETV Bharat / city

ନାବାଳିକା ଗଣଦୁଷ୍କର୍ମ ମାମଲା, ଗଣମାଧ୍ୟମ ସଂସ୍ଥାର ଏମଡିଙ୍କୁ ହାଜର ହେବାକୁ ନୋଟିସ - jagi panda

ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲାରେ ନଭେମ୍ବର 18 ତାରିଖରେ ଶୁଣାଣି ହେବ। ଏଥିପାଇଁ ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥାର ଏମଡିଙ୍କ ସହ 3 ଜଣଙ୍କୁ ହାଜର ହେବାକୁ ନୋଟିସ ଜାରି କରାଯାଇଛି। ଅଧିକ ପଢ଼ନ୍ତୁ...

ନାବାଳିକା ଗଣ ଦୁଷ୍କର୍ମ ମାମଲା, ଗଣମାଧ୍ୟମ ସଂସ୍ଥାର ଏମଡିଙ୍କୁ ହାଜର ହେବାକୁ ନୋଟିସ

author img

By

Published : Nov 10, 2020, 8:38 PM IST

ଭୁବନେଶ୍ବର: ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲାରେ ନଭେମ୍ବର 18 ତାରିଖରେ ଶୁଣାଣି ହେବ। ଶୁଣାଣି ଦିନ ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥାର ଏମଡି ଜାଗିମଙ୍ଗତ ପଣ୍ଡାଙ୍କ ସହ ଭୁବନେଶ୍ବର ଡସିପିଙ୍କୁ ହାଜର ହେବାକୁ ନୋଟିସ ଜାରି କରିଛି ରାଜ୍ୟଶିଶୁ ଅଧିକାର ସୁରକ୍ଷା ଆୟୋଗ। ଏହାସହ ଅଭିଯୋକାରିଣୀଙ୍କ ସହ କ୍ୟାସିୟର ଆଇଓଙ୍କୁ ମଧ୍ୟ ହାଜର ହେବାକୁ ନୋଟିସ କରାଯାଇଛି।

ନାବାଳିକା ଗଣ ଦୁଷ୍କର୍ମ ମାମଲା, ଗଣମାଧ୍ୟମ ସଂସ୍ଥାର ଏମଡିଙ୍କୁ ହାଜର ହେବାକୁ ନୋଟିସ

ଭୁବନେଶ୍ବର ନାବାଳିକା ଦୁଷ୍କର୍ମ ମାମଲାରେ ଗଣମାଧ୍ୟମ ସଂସ୍ଥା ଓ ଏହାର କେତେକ କର୍ମାଚାରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ ପୀଡ଼ିତାଙ୍କ ମାଆ। ତେବେ ଆସନ୍ତା 18 ତାରିଖରେ ଏହି ମାମଲାର ଅଗ୍ରଗତି ଓ ପୁଙ୍ଖାନୁପୁଙ୍ଖ ତଦନ୍ତ ଉପରେ ଶୁଣାଣି ହେବ। ଏନେଇ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ସୂଚନା ଦେଇଛନ୍ତି।

କମିଶନରେଟ ପୋଲିସ ରାଜଧାନୀ ଗଣଦୁଷ୍କର୍ମ ମାମଲାର ତଦନ୍ତ କରୁଥିଲା। ତେବେ ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚକୁ ଏହି ମାମଲାକ ହସ୍ତାନ୍ତର କରାଯାଇଥିଲା।

ଭୁବନେଶ୍ବରରେ ଜଣେ ନାବାଳିକାକୁ କିଛି ଗଣମାଧ୍ୟମ କର୍ମଚାରୀ ଓ ପୋଲିସ ମିଶି ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଥିଲେ ପୀଡ଼ିତାଙ୍କ ମାଆ। ରାଜଧାନୀରେ ଏଭଳି ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା। ଏନେଇ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ମଧ୍ୟ ମାମଲା ରୁଜୁ ହୋଇଥିଲା। ଘଟଣାକୁ ନେଇ ଗଣମାଧ୍ୟମ ସଂସ୍ଥା ଓ କମିଶନରେଟ ପୋଲିସ ପକ୍ଷରୁ ରିପୋର୍ଟ ମଧ୍ୟ ଦାଖଲ କରାଯାଇଥିଲା। ଏହି ରିପୋର୍ଟକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.