ETV Bharat / city

ରାଉରକେଲା ବିମାନ ବନ୍ଦରର ସମ୍ପ୍ରସାରଣ ପାଇଁ ପରିବେଶ ମଞ୍ଜୁରୀ

author img

By

Published : Oct 15, 2022, 9:22 PM IST

ରାଉରକେଲା ବିମାନ ବନ୍ଦରର ସମ୍ପ୍ରସାରଣ (Rourkela airport expansion ) ପାଇଁ ପରିବେଶ ମଞ୍ଜୁରୀ । ଓଡ଼ିଶା ରାଜ୍ୟ ପରିବେଶ ପ୍ରଭାବ ମୂଲ୍ୟାଙ୍କନ ପ୍ରାଧିକରଣ (ସେଆ)ର ବୈଠକରେ ନିଷ୍ପତ୍ତି । ସେଆର ଅଧ୍ୟକ୍ଷ ଶିଶିର କୁମାର ରଥଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରରେ ଅନୁଷ୍ଠିତ ପ୍ରାଧିକରଣର ୯୩ତମ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଅଧିକ ପଢନ୍ତୁ

ରାଉରକେଲା ବିମାନ ବନ୍ଦରର ସମ୍ପ୍ରସାରଣ ପାଇଁ ପରିବେଶ ମଞ୍ଜୁରୀ
ରାଉରକେଲା ବିମାନ ବନ୍ଦରର ସମ୍ପ୍ରସାରଣ ପାଇଁ ପରିବେଶ ମଞ୍ଜୁରୀ

ଭୁବନେଶ୍ବର: ରାଉରକେଲା ବିମାନ ବନ୍ଦରର ସମ୍ପ୍ରସାରଣ (Rourkela airport expansion) ପାଇଁ ପରିବେଶ ମଞ୍ଜୁରୀ । ଓଡ଼ିଶା ରାଜ୍ୟ ପରିବେଶ ପ୍ରଭାବ ମୂଲ୍ୟାଙ୍କନ ପ୍ରାଧିକରଣ (ସେଆ)ର ବୈଠକରେ ନିଷ୍ପତ୍ତି । ସେଆର ଅଧ୍ୟକ୍ଷ ଶିଶିର କୁମାର ରଥଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରରେ ଅନୁଷ୍ଠିତ ପ୍ରାଧିକରଣର ୯୩ତମ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ ଏହି ବିମାନ ବନ୍ଦରର ବିକାଶ କରିବା ସହିତ ଏହାକୁ ୩ ବର୍ଷ ପର୍ଯ୍ୟନ୍ତ ପରିଚାଳନା କରିବ ।

ରାଉରକେଲାରେ ଆୟୋଜିତ ହେବାକୁ ଥିବା ପୁରୁଷ ହକି ବିଶ୍ୱକପକୁ ଦୃଷ୍ଟିରେ ରଖି, ଫେବୃଆରୀ ୨୦୨୧ ରେ ଆରସିଏସ ଉଡାନ ଯୋଜନା ଅନ୍ତର୍ଗତ ATR-୭୨ / Q-୪୦୦ ବିମାନ ଚଳାଚଳ ପାଇଁ ରାଉରକେଲା ବିମାନବନ୍ଦରକୁ କୋଡ -୨ବି ରୁ କୋଡ -୩ସି କୁ ରୂପାନ୍ତରିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ପ୍ରସ୍ତାବରେ ରନୱେର ସମ୍ପ୍ରସାରଣ, ଏଟିସି ଟାୱାର ନିର୍ମାଣ, ଟ୍ୟାକ୍ସିୱେ, ନୂତନ ଶୌଚାଳୟ ବ୍ଲକ ଏବଂ ଟର୍ମିନାଲ ବିଲଡିଂ ନିର୍ମାଣ ପ୍ରମୁଖ ଅନ୍ତର୍ଭୁକ୍ତ ଅଟେ । ଏହି ପ୍ରକଳ୍ପର ବିସ୍ତୃତ EIA ଅଧ୍ୟୟନ ପାଇଁ ସେଆ ପକ୍ଷରୁ ୨୨ ଅଗଷ୍ଟ ୨୦୨୨ ରେ ଟର୍ମ ଅଫ ରେଫରେନ୍ସ (ToR) ଜାରି କରାଯାଇଥିଲା । ଡିସେମ୍ବର ୨୦୧୯ ରୁ ମାର୍ଚ୍ଚ ୨୦୨୦ (ଶୀତ ଋତୁ) ଏବଂ ଜୁନ ୨୦୨୨ (୧୫ ଦିନ) ମଧ୍ୟରେ ବେସ ଲାଇନ ତଥ୍ୟ ସଂଗ୍ରହ କରି EIA ଅଧ୍ୟୟନ କରାଯାଇଛି । ରାଉରକେଲା ବିମାନ ବନ୍ଦରଟି ରାଉରକେଲା ଇସ୍ପାତ କାରଖାନାର ନୋଟିଫାଏଡ୍‌ ଇଣ୍ଡଷ୍ଟ୍ରିଆଲ୍‌ ଟାଉନସିପ୍‌ ଭିତରେ ଥିବାରୁ ସେଆ ପକ୍ଷରୁ ପ୍ରକଳ୍ପକୁ ଟର୍ମ ଅଫ ରେଫରେନ୍ସ (ToR) ସମ୍ପର୍କିତ ଜନଶୁଣାଣିରୁ ଛାଡ଼ କରାଯାଇଛି ।

କାରଣ କୌଣସି ଜମି ଅଧିଗ୍ରହଣ, ପୁନଃଥଇଥାନ କିମ୍ବା ପୁନଃବିସ୍ଥାପନ ସମ୍ପର୍କିତ ସମସ୍ୟା ନାହିଁ । କେବଳ ରାଉରକେଲା ଇସ୍ପାତ କାରଖାନାର ଟାଉନସିପ୍‌ ଠାରୁ ବିମାନବନ୍ଦର ପର୍ଯ୍ୟନ୍ତ ଜମି ବ୍ୟବହାର ଆଭ୍ୟନ୍ତରୀଣ ସୀମା ନିର୍ଦ୍ଧାରଣରେ ପରିବର୍ତ୍ତନ ହେଉଛି । ଆନୁମାନିକ ପ୍ରକଳ୍ପ ମୂଲ୍ୟ ୫୦ କୋଟି ଟଙ୍କା ରହିଛି । ପରିବେଶ ପରିଚାଳନା ଯୋଜନା (EMP) କାର୍ଯ୍ୟକାରୀ କରିବା ପାଇଁ ୮.୫ କୋଟି ଟଙ୍କା ଏବଂ ରିକରିଙ୍ଗ କଷ୍ଟ ବାବଦରେ ବାର୍ଷିକ ୧୭.୫ ଲକ୍ଷ ଟଙ୍କା ଆବଣ୍ଟନ କରାଯାଇଛି । ରାଉରକେଲା ବିମାନବନ୍ଦରର କ୍ଷେତ୍ର ୧୦୨ ଏକରରୁ ୨୫୦ ଏକରକୁ ବୃଦ୍ଧି ପାଇବ । ପରିବେଶ ମଞ୍ଜୁରୀ ଦେବା ସମୟରେ ସେଆ ବର୍ଷା କିମ୍ବା ବର୍ଜ୍ୟବସ୍ତୁରୁ ନିର୍ଗତ ଜଳର ପରୀକ୍ଷା ଓ ସୁପରିଚାଳନା, ବର୍ଷା ଜଳ ଅମଳ, କଠିନ ବର୍ଜ୍ୟବସ୍ତୁ ନିଷ୍କାସନ, ୩୫ ପ୍ରତିଶତ ସବୁଜ ବଳୟ, ଶୂନ୍ୟ ତରଳ ନିଷ୍କାସନ, ଟ୍ରାଫିକ୍‌ ଏବଂ ପରିବହନ ଅଧ୍ୟୟନ, ପରିବେଶ ସୁରକ୍ଷା ବ୍ୟବସ୍ଥା, ଶକ୍ତି ସଂରକ୍ଷଣ ପଦକ୍ଷେପ, ଅନ-ସାଇଟ୍‌ ଏବଂ ଅଫ ସାଇଟ ଜରୁରୀକାଳୀନ ଯୋଜନା, ବିପର୍ଯ୍ୟୟ ପରିଚାଳନା ଯୋଜନା, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଆଦି ଉପରେ ଗୁରୁତ୍ୱ ଦେଇଛି । କର୍ପୋରେଟ ପରିବେଶ ଦାୟିତ୍ୱ ଅନୁଯାୟୀ ଏହି ନିର୍ଦ୍ଦିଷ୍ଟ ସର୍ତ୍ତଗୁଡିକର ସଫଳ ରୂପାୟନ କରିବା ବାଧ୍ୟତାମୂଳକ ବୋଲି ସେଆ ଉଲ୍ଲେଖ କରିଛି ।

ଶିଶିର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସେଆ ବୈଠକରେ ଟାଟା ଷ୍ଟିଲ୍ସ ଲିମିଟେଡକୁ ସୁନ୍ଦରଗଡ ଜିଲ୍ଲାର କଳାମାଙ୍ଗ ଏବଂ ଘୋଡାବୁଦାନୀ ଗ୍ରାମ ଏବଂ କେନ୍ଦୁଝର ଜିଲ୍ଲାର ଗଣ୍ଡଲପଡା ଗ୍ରାମରେ ୨.୯୫ MTPA(RoM) ଉତ୍ପାଦନ କ୍ଷମତା ସମ୍ପର୍ଣ୍ଣ ୯୨.୮୭୫ ହେକ୍ଟର ଜମିରୁ ଲୁହାପଥର ଖନନ ପାଇଁ ପରିବେଶ ମଞ୍ଜୁରୀ ପ୍ରଦାନ କରାଯାଇଛି । କଟକ ମ୍ୟୁନିସିପାଲ କର୍ପୋରେସନ୍‌ ଅନ୍ତର୍ଗତ ତେଲେଙ୍ଗାପେଣ୍ଠରେ ୧୨୬ଟି ବାସଗୃହ ସମ୍ପନ୍ନ ୧୨ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ଆର୍ୟନ ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିମିଟେଡକୁ ପରିବେଶ ମଞ୍ଜୁରୀ ପ୍ରଦାନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.