ETV Bharat / city

ଭୁବନେଶ୍ବରରୁ ପୁନେକୁ ବିମାନ ସେବା; ପ୍ରଥମ ତିନି ମାସର ଖର୍ଚ୍ଚ ଉଠାଇବେ ସରକାର

ଖୁବଶୀଘ୍ର ଭୁବନେଶ୍ବରରୁ ପୁନେକୁ ବିମାନ ସେବା ଆରମ୍ଭ କରିବ ଏୟାର ଏସିଆର ସ୍ବତନ୍ତ୍ର ବିମାନ । ବିମାନ ସେବାର ପ୍ରାଥମିକ ପର୍ଯ୍ୟାୟରେ 3 ମାସର ଖର୍ଚ୍ଚ ସରକାର ବହନ କରିବେ । ଅଧିକ ପଢନ୍ତୁ...

author img

By

Published : Jan 12, 2021, 1:01 PM IST

Updated : Jan 12, 2021, 1:43 PM IST

ଭୁବନେଶ୍ବରରୁ ପୁନେକୁ ବିମାନ ସେବା
ଭୁବନେଶ୍ବରରୁ ପୁନେକୁ ବିମାନ ସେବା

ଭୁବନେଶ୍ବର: ଖୁବଶୀଘ୍ର ଭୁବନେଶ୍ବରରୁ ପୁନେକୁ ବିମାନ ସେବା ଆରମ୍ଭ କରିବ ଏୟାର ଏସିଆର ସ୍ବତନ୍ତ୍ର ବିମାନ । ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ଘୋଷଣା କରିଛନ୍ତି । ବିମାନ ସେବାର ପ୍ରାଥମିକ ପର୍ଯ୍ୟାୟରେ 3 ମାସ ସରକାର ନିଜେ ଆର୍ଥିକ ସହାୟତା ଯୋଗେଇ ଦେବେ । ଏହି ବିମାନ ସେବା ଓଡିଶାର ଉନ୍ନତ ଯୋଗାଯୋଗ ସହ ପର୍ଯ୍ୟଟନ ଓ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ମହତ୍ତ୍ବପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ପୁନେକୁ ବିମାନ ସେବା
ଭୁବନେଶ୍ବରରୁ ପୁନେକୁ ବିମାନ ସେବା

ସୂଚନାଯୋଗ୍ୟ, କୋଲକାତାରୁ ଭୁବନେଶ୍ବର ବିମାନବନ୍ଦର ଦେଇ ପୁନେକୁ ବିମାନ ସେବା ଯୋଗାଇବାକୁ ଏୟାର ଇଣ୍ଡିଆ ଲିଡିଟେଡ ପ୍ରସ୍ତାବ ଦେଇଥିଲା । ଏହା ସହ କମ୍ପାନୀ ପକ୍ଷରୁ କିଛି ସର୍ତ୍ତ ମଧ୍ୟ ରଖାଯାଇଥିଲା । ଯେଉଁଥିରେ ଏଟିଏଫ ଉପରେ ଭାଟ ଛାଡ, ଅବତରଣ ଓ ପାର୍କିଂ ବାବଦରେ ପ୍ରତି ରାଉଣ୍ଡ ଅପ ଉଡାଣ ପିଛା 1 ଲକ୍ଷ 26 ହଜାର 729 ଟଙ୍କା ବର୍ଷକ ପାଇଁ ଛାଡ କରିବାକୁ ପ୍ରସ୍ତାବ ଦେଇଥିଲେ ।

ସେପଟେ, କମ୍ପାନୀର ଏହି ପ୍ରସ୍ତାବ ଉପରେ ବାଣିଜ୍ୟ ଓ ପରିବହନ ବିଭାଗ ତର୍ଜମା କରି ଏସବୁ ବାବଦରେ 50 ହଜାର ଟଙ୍କା ଛାଡ କରିବାକୁ ନିଷ୍ପତ୍ତି ନେଇଥିଲେ । ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ଫାଇଲ ପଠାଯାଇଥିଲା । ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ମୋହର ପରେ ପ୍ରଥମ ତିନି ମାସ ପାଇଁ କର୍ମାନୀକୁ ରିହାତି ଦିଆଯିବ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Jan 12, 2021, 1:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.