ETV Bharat / city

ଇଞ୍ଜିନିୟରିଂ ପାଠ୍ୟକ୍ରମରେ ବାଦପଡିଲା ଓଡିଆ ଭାଷା , ଉଦବେଗ ପ୍ରକାଶ କଲେ ମନ୍ତ୍ରୀ

author img

By

Published : Jul 29, 2021, 8:09 PM IST

Updated : Jul 29, 2021, 8:49 PM IST

ନିଜ ଭାଷାରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରସଙ୍ଗରେ ଓଡିଆକୁ ସାମିଲ କରିବା ପାଇଁ ଦାବି କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଅଧିକ ପଢନ୍ତୁ...

ନିଜ ଭାଷାରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରସଙ୍ଗ, ପ୍ରଥମ ପର୍ଯ୍ୟାୟରେ ଓଡିଆ ଭାଷା ସାମିଲ ପାଇଁ ରାଜ୍ୟ ସରକାରଙ୍କ ଦାବି

ଭୁବନେଶ୍ବର: ନିଜ ଭାଷାରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରସଙ୍ଗରେ ମତ ରଖିଲେ ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟରେ ଓଡିଆ ଭାଷାକୁ ସାମିଲ ପାଇଁ ଦାବି କଲେ ରାଜ୍ୟ ସରକାର । AICTE ପରୀକ୍ଷାରେ 5 ଟି ଭାଷାକୁ ସାମିଲ କରି ଓଡ଼ିଆ ଭାଷାକୁ ସାମିଲ ନକରିବାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଆଜି କେନ୍ଦ୍ର ଶିକ୍ଷାନୀତିର ଏକ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ବସିଥିବା ଭର୍ଚ୍ଚୁଆଲ ବୈଠକରେ ବିଭିନ୍ନ ରାଜ୍ୟର ଗଣଶିକ୍ଷା ମନ୍ତ୍ରୀମାନେ ଆଲୋଚନା କରିଛନ୍ତି । ଏହି ବୈଠକରେ ଓଡିଆ ଭାଷାକୁ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦାବି ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ଅଖୀଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (AICTE) ପରୀକ୍ଷାରେ ଓଡିଆ ଭାଷାରେ ରଖିବାକୁ ଦାବି କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଏଥିରେ କେବଳ ୫ଟି ଭାରତୀୟ ଭାଷାକୁ ସ୍ଥାନ ମିଳିଥିବାବେଳେ ଓଡିଆ ଭାଷାକୁ ସାମିଲ କରାଯାଇନାହିଁ । ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ଏନେଇ DCଙ୍କ ଅଧ୍ୟକ୍ଷତାରେ ଆମେ ଅନେକ କମିଟି ଗଠନ କରିଛୁ ବୋଲି ସୂଚନା ଦେଇଛନ୍ତି ବୋଲି ମଧ୍ୟ ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jul 29, 2021, 8:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.