ETV Bharat / city

ବିଦ୍ୟୁତ୍‌ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ, ନିଯୁକ୍ତ ହେବେ ସେଫ୍ଟି ଅଫିସର

author img

By

Published : Feb 14, 2020, 9:37 PM IST

ଗଞ୍ଜାମ ବସ ଟ୍ରାଜେଡି ପରେ ଚେତିଲା ବିଦ୍ୟୁତ୍‌ ବିଭାଗ । ଏନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ଶକ୍ତି ମନ୍ତ୍ରୀ ନିଜ ପ୍ରତିକ୍ରିୟା ଦେଇଛନ୍ତି ।

od_bbsr_Divya shankar mishra meeting on Ganjam bus tragedy
ବିଦ୍ୟୁତ୍‌ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ, ନିଯୁକ୍ତି ହେବେ ସେଫ୍ଟି ଅଫିସର

ଭୁବନେଶ୍ବର: ଗଞ୍ଜାମ ବସ ଟ୍ରାଜେଡି ପରେ ଚେତିଲା ବିଦ୍ୟୁତ୍‌ ବିଭାଗ । ଗୁରୁବାର ଏନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଏସପିଙ୍କ ସହ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଆଲୋଚନା କରିଥିଲେ । ବୈଠକ ପରେ ଶକ୍ତି ମନ୍ତ୍ରୀ ନିଜେ ଏନେଇ ପ୍ରତିକ୍ରିୟା ଦେଇଛନ୍ତି ।

ରାସ୍ତା ଉପରେ ଥିବା 22 ଫୁଟ୍ ଉଚ୍ଚତା ଏବଂ ରାସ୍ତା ତଳେ ୧୯ ଫୁଟ୍ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ କମ୍ ଉଚ୍ଚତାରେ ଥିବା ୧୧ କେଭି ଲାଇନକୁ ତୁରନ୍ତ ମରାମତି କରିବା ପାଇଁ ସେପ୍ଟି ଅଫିସର ନିଯୁକ୍ତ କରାଯିବ । ସେହିପରି ଯେଉଁ ଅଞ୍ଚଳରେ ତ୍ରୁଟି ରହିଛି ତାକୁ ତୁରନ୍ତ ଚିହ୍ନଟ କରି ସଂଶୋଧନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଗକୁ ଏଭଳି ଦୁର୍ଘଟଣା ନହେବ ସେ ନେଇ ସମସ୍ତଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ସେସୁ ସିଇଓ ଅରୁଣ ବୋଥ୍ରା, ଶକ୍ତି ସଚିବ ବିଷ୍ଣୁପଦ ସେଠୀ, ବିଦ୍ୟୁତ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ସବୁ ଜିଲ୍ଲାର ଜିଲ୍ଲାପାଳ, ଏସପି ଏବଂ ବିଦ୍ୟୁତ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ । ଗଞ୍ଜାମ ବସ୍‌ ଦୁର୍ଘଟଣାରେ ଆହତଙ୍କୁ ଭେଟିବା ପାଇଁ ଶନିବାର ମନ୍ତ୍ରୀ କଟକ ଗସ୍ତ କରିବେ । ସେ ଏହା ମଧ୍ୟ କହିଛନ୍ତି ଯେ, ଦୋଷ ଲଦିବା ମହତ୍ବପୂର୍ଣ୍ଣ ନୁହେଁ, କେଉଁଭଳି ଭାବେ ତ୍ରୁଟି ସଂଶୋଧନ କରିବା ଓ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନଘଟିବ ସେନେଇ ପ୍ରୟାସ କରିବା ଉଚିତ୍ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.