ETV Bharat / city

ବାତ୍ୟା ମୁକାବିଲା; ମଙ୍ଗଳବାର ଉତ୍ତର ଓଡ଼ିଶା ଗସ୍ତରେ ଯିବେ ଶକ୍ତିମନ୍ତ୍ରୀ

author img

By

Published : May 24, 2021, 11:01 PM IST

ମଙ୍ଗଳବାର ଉତ୍ତର ଓଡ଼ିଶାର ଜିଲ୍ଲା ଗସ୍ତରେ ଯିବେ ଶକ୍ତି ତଥା ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର । ଉତ୍ତର ଓଡିଶାରେ ବାତ୍ୟା ୟସ ମୁକାବିଲାକୁ ନେଇ ସମୀକ୍ଷା କରିବେ । ଅଧିକ ପଢନ୍ତୁ...

energy-minister-captain-dibyashankar-mishra
ମଙ୍ଗଳବାର ଉତ୍ତର ଓଡ଼ିଶା ଗସ୍ତରେ ଯିବେ ଶକ୍ତିମନ୍ତ୍ରୀ

ଭୁବନେଶ୍ବର: ମଙ୍ଗଳବାର ଉତ୍ତର ଓଡ଼ିଶାର ଜିଲ୍ଲା ଗସ୍ତରେ ଯିବେ ଶକ୍ତି ତଥା ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର । ଉତ୍ତର ଓଡ଼ିଶାର ବାତ୍ୟା ସ୍ଥିତି ଓ ମୁକାବିଲାର ସମୀକ୍ଷା କରିବେ ମନ୍ତ୍ରୀ ।

କୋରନା କାଳରେ ବାତ୍ୟା ଚିନ୍ତା । ବାତ୍ୟା ୟସର ମୁକାବିଲା ଲାଗି ପ୍ରସ୍ତୁତି ଜୋର କରିଛନ୍ତି ସରକାର । ଏ ନେଇ ମଙ୍ଗଳବାର ଉତ୍ତର ଓଡ଼ିଶାର ଗସ୍ତରେ ଯିବେ ଶକ୍ତି ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର । ଉତ୍ତର ଓଡ଼ିଶାରେ ବାତ୍ୟାର ସମସ୍ତ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ ମନ୍ତ୍ରୀ । ସମୁଦ୍ର କୂଳିଆ ଲୋକଙ୍କୁ ସ୍ଥାନାନ୍ତରଣ ସହ ବାତ୍ୟା ପରବର୍ତ୍ତୀ ସମୟରେ ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରିବେ ମନ୍ତ୍ରୀ । ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାରଙ୍କ ଦ୍ଵାରା ପଠାଯାଇଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ସମନ୍ବୟ ରକ୍ଷା କରିବେ ମନ୍ତ୍ରୀ । ବାତ୍ୟା ମୁକାବିଲା, ପୁନରୁଦ୍ଧାର କାର୍ଯ୍ୟ ଶେଷ ଯାଏଁ ଉତ୍ତର ଓଡ଼ିଶାରେ ରହିବେ ମନ୍ତ୍ରୀ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.