ETV Bharat / city

ରାଜଧାନୀରେ ହେବ ଦିବ୍ୟାଙ୍ଗଙ୍କ ପାଇଁ କର୍ମ ନିଯୁକ୍ତି ମେଳା - ରାଜଧାନୀରେ ଦିବ୍ୟାଙ୍ଗଙ୍କ ପାଇଁ କର୍ମ ନିଯୁକ୍ତି ମେଳା

ସମାଜରେ ଅବହେଳିତ ଦିବ୍ୟାଙ୍ଗ ଯୁବକ ଯୁବତୀଙ୍କ ପାଇଁ ଭୁବନେଶ୍ବରରେ ନିଯୁକ୍ତି ମେଳାର ଅୟୋଜନ କରାଯାଉଛି। ଏହି ମେଳାରେ ଦିବ୍ୟାଙ୍ଗ, ଭିନ୍ନକ୍ଷମ ତଥା ଅନାଥ ଯୁବକ ଯୁବତୀମାନଙ୍କୁ ସେମାନଙ୍କ ଦକ୍ଷତା ଓ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଯୋଗାଇ ଦିଆଯିବ।

ରାଜଧାନୀରେ ଦିବ୍ୟାଙ୍ଗଙ୍କ ପାଇଁ କର୍ମ ନିଯୁକ୍ତି ମେଳା
author img

By

Published : Nov 3, 2019, 7:17 PM IST

ଭୁବନେଶ୍ବର: ସମାଜରେ ଅବହେଳିତ ଦିବ୍ୟାଙ୍ଗ ଯୁବକ ଯୁବତୀଙ୍କ ପାଇଁ ଭୁବନେଶ୍ବରରେ ନିଯୁକ୍ତି ମେଳାର ଅୟୋଜନ କରାଯାଉଛି। ଏହି ମେଳାରେ ଦିବ୍ୟାଙ୍ଗ, ଭିନ୍ନକ୍ଷମ ତଥା ଅନାଥ ଯୁବକ ଯୁବତୀମାନଙ୍କୁ ସେମାନଙ୍କ ଦକ୍ଷତା ଓ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଯୋଗାଇ ଦିଆଯିବ। ସେମାନେ କିଭଳି ଭାବରେ ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ ତାହା ଏହି ମେଳାର ପ୍ରାଥମିକ ଲକ୍ଷ୍ୟ ରହିଛି।

ରାଜଧାନୀରେ ଦିବ୍ୟାଙ୍ଗଙ୍କ ପାଇଁ କର୍ମ ନିଯୁକ୍ତି ମେଳା

ଦିବ୍ୟାଙ୍ଗ ଓ ଭିନ୍ନକ୍ଷମମାନଙ୍କ ଅନ୍ତର୍ନିହିତ ପ୍ରତିଭାର ଅନ୍ବେଷଣ ଓ ଅଭିବୃଦ୍ଧି ପାଇଁ ଝୁମ ଇଣ୍ଡିଆର ତୃତୀୟ ସଂସ୍କରଣ ଅନୁଷ୍ଠିତ କରାଯିବ। ଏଥିରେ ମୁଖ୍ୟତଃ ଚିତ୍ରାଙ୍କନ, ଅଭିନୟ, ଅନୁକରଣ, ନୃତ୍ୟଗୀତ ଆଦି ପ୍ରତିଯୋଗିତାର ଆୟୋଜନ କରାଯାଇଛି । ଝୁମ ଇଣ୍ଡିଆର ଏହି ତୃତୀୟ ସଂସ୍କରଣରେ ଅଂଶ ଗ୍ରହଣ କରିବା ପାଇଁ ସାରା ଦେଶରୁ 1800ରୁ ଉର୍ଦ୍ଧ୍ବ ଦିବ୍ୟାଙ୍ଗ ଭିନ୍ନକ୍ଷମ ଯୁବକ ଯୁବତୀଙ୍କୁ ମନୋନୀତ କରାଯାଇଛି।

ଶେଷରେ ସମସ୍ତ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବାକ ବ୍ୟବସ୍ଥା ରହିଛି । ଏଥିସହ ମେଳାରେ ଭାରତର ବଡ ବଡ କମ୍ପାନୀ କ୍ଷେତ୍ରରେ କର୍ମ ନିଯୁକ୍ତି କରାଯିବ। ଏହି ଅବସରରେ ଶାନ୍ତି ଧାମ ଫାଉଣ୍ଡେସନ ଆନୁକୂଲ୍ୟରେ ଭୁବନେଶ୍ବରରେ ନଭେମ୍ବର 7 ଓ 8 ତାରିଖରେ ପ୍ରତିଯୋଗିତାମାନ ଅନୁଷ୍ଠିତ କରାଯିବ। ତେବେ ଏହି ନିଯୁକ୍ତି ମେଳାରେ ଅଂଶଗ୍ରହଣ କରିବା ପାଇଁ ଉଭୟ ଅନଲାଇନ ଓ ଅଫଲାଇନରେ ଇଚ୍ଛୁକମାନେ ଆବେଦନ କରିପାରିବେ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଦିବ୍ୟାଙ୍ଗ ଙ୍କ ପାଇଁ ଝୁମ ଇଣ୍ଡିଆ ର କର୍ମ ନିଯୁକ୍ତି ମେଳା।

ସମାଜରେ ଏହି ଅବହେଳିତ ଯୁବକ ଯୁବତୀଙ୍କ ପାଇଁ ଭୁବନେଶ୍ୱରରେ ନିଯୁକ୍ତି ମେଳାର ଅୟୋଜନ କରାଯାଉଛି। ଦିବ୍ୟାଙ୍ଗ , ଭିନ୍ନକ୍ଷମ ଓ ଅନାଥ ଯୁବକ ଯୁବତୀ ମାନଙ୍କୁ ସେମାନଙ୍କ ଦକ୍ଷତା ଓ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଯୋଗାଇ ଦିଆଯିବ। ସେମାନେ କିଭଳି ଭାବରେ ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ଏହି ମେଳା ର ପ୍ରାଥମିକ ଲକ୍ଷ ରହିଛି।

Body:

ଦିବ୍ୟାଙ୍ଗ ଓ ଭିନ୍ନକ୍ଷମ ମାନଙ୍କ ଅନ୍ତର୍ନିହିତ ପ୍ରତିଭାର ଅନ୍ୱେଷଣ ଓ ଅଭିବୃଦ୍ଧି ନିମନ୍ତେ ଝୁମ ଇଣ୍ଡିଆ ର ତୃତୀୟ ସଂସ୍କରଣ ଅନୁଷ୍ଠିତ କରାଯିବ। ଏଥିରେ ମୁଖ୍ୟତଃ ଚିତ୍ରଙ୍କନ , ଅଭିନୟ , ଅନୁକରଣ , ନୃତ୍ୟ ଗୀତ ଆଦି ପ୍ରତିଯୋଗିତାରେ ବିଶେଷ ଭାବରେ ରଖାଯାଇଛି। ଝୁମ ଇଣ୍ଡିଆ ର ତୃତୀୟ ସଂସ୍କରଣ ରେ ଅଂଶ ଗ୍ରହଣ କରିବା ନିମନ୍ତେ ସାରା ଦେଶରୁ ୧୮୦୦ ରୁ ଉର୍ଧ ଦିବ୍ୟାଙ୍ଗ ଭିନ୍ନକ୍ଷମ ଯୁବକ ଯୁବତୀ ଙ୍କୁ ମନୋନୀତ କରାଯାଇଛି। ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀ ମାନଙ୍କୁ ଏହି ଅବସରରେ ପୁରସ୍କାର ପ୍ରଦାନ କରାଯିବା ସହ ଭାରତର ବଡ ବଡ କମ୍ପାନୀ କ୍ଷେତ୍ରରେ କର୍ମ ନିଯୁକ୍ତି କରାଯିବ। ଏହି ଅବସରରେ ଶାନ୍ତି ଧାମ ଫାଉଣ୍ଡେସନ ଆନୁକୂଲ୍ୟରେ ଭୁବନେଶ୍ୱର ରେ ନଭେମ୍ବର ୭ ଓ ୮ ତାରିଖରେ ପ୍ରତିଯୋଗିତା ଅନୁଷ୍ଠିତ କରାଯିବ। ଏହି ନିଯୁକ୍ତି ମେଳାରେ ଅଂଶଗ୍ରହଣ କରିବା ପାଇଁ ଅନ ଲାଇନ ଓ ଅଫ ଲାଇନ ରେ କରିପାରିବେ। ଏବଂ ହ୍ଵାଟ୍ସଆପ ୮୪୮୦୩୪୨୨୭୦ ରେ ମଧ୍ୟ ଆଶାୟୀ ପ୍ରଥି ମନେ ସେମାନଙ୍କ ବାଇଓଡାଟା ଓ ପ୍ରମାଣପତ୍ର ପ୍ରେରଣା କରି ରେଜିଷ୍ଟ୍ରେସନ କରିପାରିବେ।

Byte- କମଳିକା ଚକ୍ରବର୍ତୀ, ଜାତୀୟ ସ୍ତରରେ ମୁଖ୍ୟ, ଝୁମ ଇଣ୍ଡିଆ
Byte- ସୌଭାଗ୍ୟ ରାଉତରାୟ, ମୁଖ୍ୟ କାର୍ଯ୍ୟନିର୍ବାହୀ , ଶାନ୍ତି ଧାମ ଫାଉଣ୍ଡେସନ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.