ETV Bharat / city

ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ

author img

By

Published : Dec 30, 2020, 7:11 AM IST

Updated : Dec 30, 2020, 2:34 PM IST

ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ପରଲୋକ

07:05 December 30

ଶାନ୍ତନୁ ମହାପାତ୍ରଙ୍କ ପରଲୋକ

ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଦେହାନ୍ତ

ଭୁବନେଶ୍ବର: ଓଡିଆ ଫିଲ୍ମ ଜଗତରେ ଅପୂରଣୀୟ କ୍ଷତି । ବରିଷ୍ଠ ତଥା ବିଶିଷ୍ଟ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ । 82 ବର୍ଷ ବୟସରେ ଶାନ୍ତନୁଙ୍କ ଦେହାନ୍ତ ହୋଇଛି । ବିଳମ୍ବିତ ରାତ୍ରିରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ପରଲୋକ ।  ଏନେଇ ତାଙ୍କ ଭାଇ ଦେବାଶିଷ ମହାପାତ୍ର ସୂଚନା ଦେଇଛନ୍ତି ।  

ସକାଳ 10 ଟାରେ ତାଙ୍କ ପାର୍ଥିବ ଶରୀରକୁ ହସ୍ପିଟାଲରୁ ପଳାସ ପଲ୍ଲୀସ୍ଥିତ ବାସଭବନକୁ ଅଣାଯାଇଛି । ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତାଙ୍କୁ ଭଲ ପାଉଥିବା ବ୍ୟକ୍ତି ବିଶେଷଙ୍କ ସହ ବିଶିଷ୍ଟ ଅତିଥୀମାନେ ଆସି ତାଙ୍କୁ ଶେଷ ଦର୍ଶନ କରୁଛନ୍ତି ।  

ପଦ୍ମଶ୍ରୀ ଶାନ୍ତନୁ ନିମୋନିଆ ରୋଗରେ ପୀଡିତ ହୋଇ ରବିବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଦେଖାଦେଇନଥିଲା । ନିକଟରେ ତାଙ୍କର କୋଭିଡ ନେଗେଟିଭ ଆସିଥିବାବେଳେ ସହ ରକ୍ତଚାପ ଓ କିଡନୀ ଜନିତ ସମସ୍ୟା ମଧ୍ୟ ରହିଥିବା ଜଣାପଡିଥିଲା । ଆଜି ସ୍ଥାନୀୟ ସତ୍ୟ ନଗର ମଶାଣିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି। ଶାନ୍ତନୁଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକବ୍ୟକ୍ତ କରିଛନ୍ତି ।

ଶାନ୍ତନୁ ଓଡିଆ ସିନେମା ଡୋରା, ଅରୁନ୍ଧତି, ଚିଲିକା ତୀରେ, ସୁର୍ଯ୍ୟମୁଖୀ ଫିଲ୍ମରେ ସଙ୍ଗୀତର ନିର୍ଦ୍ଦେଶନା ଦେଇଥିଲେ । 5 ଦଶନ୍ଧି ଧରି ଓଡିଆ ଫିଲ୍ମ ଜଗତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଏହା ସହ ସେ ବର୍ଷୀଆନ କଣ୍ଠଶିଳ୍ପୀ ଲତା ମଙ୍ଗେଶକର, ଉଷା ମଙ୍ଗେଶକର, ମହମ୍ମଦ ରଫି ଓ ମୁନ୍ନା ଦେ ଶାନ୍ତନୁ ମହାପାତ୍ରଙ୍କ ସଂଯୋଜନାରେ କଣ୍ଠଦାନ କରିଛନ୍ତି । ଶାନ୍ତନୁ ପଦ୍ମଶ୍ରୀ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଛି । 

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Dec 30, 2020, 2:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.