ଭୁବନେଶ୍ବର : 2019-20 ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷ ମଧ୍ୟ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିବ। ଏ ନେଇ ରାୟ ଶୁଣାଇଛନ୍ତି ଓଡିଶା ବିଦ୍ୟୁତ ନିୟମକ ଆୟୋଗ (OERC)।
ତେବେ ଖାଉଟି ଙ୍କ ପାଇଁ ଭଲ ଖବର ହେଉଛି କି ବିଲ ପ୍ରଦାନ ଉପରେ ରିବେଟ ପାଇବେ। ଓପିଟିସିଏଲ ପାଇଁ କୌଣସି ବିଚାର କରି ନାହାନ୍ତି କମିଶନ। ଓଡିଶା ଜଳ ବିଦ୍ୟୁତ ନିଗମ ପାଇଁ ୟୁନିଟ ପିଛା ଦର 86.10 ପଇସା ଥିବା ବେଳେ ଏହାକୁ 90.11 ପଇସାକୁ ବୃଦ୍ଧି କରିଛନ୍ତି କମିଶନ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ