ETV Bharat / city

ଗୃହରେ ବିଜୁଳି ତାତି, ଟାରିଫ ପ୍ରତ୍ୟାହାର ପାଇଁ ଦାବି

author img

By

Published : Mar 31, 2021, 12:37 PM IST

ଶୂନ୍ୟକାଳରେ ବର୍ଦ୍ଧିତ ବିଦ୍ୟୁତ ଦେୟ ପ୍ରସଙ୍ଗ ଉଠାଇ ଏହାକୁ ପ୍ରତ୍ୟାହାର କରିବା ପାଇଁ ଦାବି କଲେ ବିରୋଧୀ ଦଳ ନେତା । କୋରନା ସମୟରେ ବିଦ୍ୟୁତ ଦର ବୃଦ୍ଧି କରି ଲୋକଙ୍କ ଉପରେ ବିଜୁଳି ଛାଟ ମାରିଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

electric-price-hike-issue-in-assembly
ଗୃହରେ ବିଜୁଳି ତାତି ,ଟାରିଫ ପ୍ରତ୍ୟାହାର କରିବାକୁ ଦାବି

ଭୁବନେଶ୍ବର: ଶୂନ୍ୟକାଳରେ ବର୍ଦ୍ଧିତ ବିଦ୍ୟୁତ ଦେୟ ପ୍ରସଙ୍ଗ ଉଠାଇ ଏହାକୁ ପ୍ରତ୍ୟାହାର କରିବା ପାଇଁ ଦାବି କଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବି ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ସମାଲୋଚନା କଲେ । ଗୃହର ମଧ୍ୟଭାଗରେ ବିରୋଧୀଙ୍କ ହଟ୍ଟଗୋଳ । ସୁପରିଚାଳନା ପାଇଁ ବାଚସ୍ପତି ଡାକିଛନ୍ତ ସର୍ବଦଳୀୟ ବୈଠକ ।

ବିଦ୍ୟୁତ ଦର ବୃଦ୍ଧି ପ୍ରସଙ୍ଗରେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ପ୍ରତିକ୍ରିୟା ରଖିଛନ୍ତି । ଗୃହ ହେଉଛି ଆଲୋଚନାର ଫୋରମ । ବିଦ୍ୟୁତ ଦର ବୃଦ୍ଧି ସମ୍ପର୍କରେ ଆଲୋଚନା ହୋଇ ପାରିଥାନ୍ତା । କିନ୍ତୁ ବିଜେପି ଓ କଂଗ୍ରେସର ଅଭ୍ୟାସ ହୋଇ ଗଲାଣି ଗୃହକୁ ବନ୍ଦ କରିବା । ଲାଇଭ ଟେଲିକାଷ୍ଟ ଚାଲିଥିଲେ ଲୋକ ମାନେ ଜାଣି ପାରିଥାନ୍ତେ କଣ ସେମାନଙ୍କ ପ୍ରସଙ୍ଗ ଉଠୁଛି। ବିଦ୍ୟୁତ ଦର ବୃଦ୍ଧି ରାଜ୍ୟ ସରକାର ନିଅନ୍ତି ନାହିଁ । ଏହା ବିଦ୍ୟୁତ ନିୟାମକ ଆୟୋଗ ନିଅନ୍ତି । ଏଥିରେ ରାଜ୍ୟ ସରକାରଙ୍କ କୌଣସି ହସ୍ତକ୍ଷେପ କରନ୍ତି ନାହିଁ । ବିଦ୍ୟୁତ ବିତରଣ କମ୍ପାନୀ ଓ ଗ୍ରାହକ ମାନଙ୍କ ସହ ଆଲୋଚନା କରି ଏହି ନିଷ୍ପତ୍ତି ନେଇଥାନ୍ତି ।

ସେପଟେ ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ ମଧ୍ୟ ବିଦ୍ୟୁତ ଦରବୃଦ୍ଧିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । କୋରୋନା ସମୟରେ ବିଦ୍ୟୁତ ଦର ବୃଦ୍ଧି କରି ଲୋକଙ୍କ ଉପରେ ବିଜୁଳି ଛାଟ ମାରିଛନ୍ତି । ସରକାର ତୁରନ୍ତ ଏହାକୁ ନିଷ୍ପତ୍ତିକୁ ପ୍ରତ୍ୟାହାର କରନ୍ତୁ ନଚେତ ଆମେ ଗୃହ ବାହାରେ ଓ ଭିତରେ ଜୋରଦାର ପ୍ରତିବାଦ କରିବୁ । ବିଭିନ୍ନ କମ୍ପାନୀ ଉପରେ 6 ହଜାର କୋଟି ଟଙ୍କା ବାକି ରହିଛି ତାକୁ ଆଦାୟ ନ କରି ଗରିବ ଲୋକଙ୍କୁ ଶୋଷଣ କରୁଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.