ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନକୁ(panchayat election) ନେଇ ରାଜ୍ୟ ନିର୍ବାଚନ ଆୟୋଗ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚାଲିଥିବା ବୈଠକ ଶେଷ ହୋଇଛି । ବୈଠକ ପରେ ପ୍ରତିକ୍ରିୟା ରଖିଲେ ଉନ୍ନୟନ କମିଶନର ତଥା SRC ପ୍ରଦୀପ କୁମାର ଜେନା । ପଞ୍ଚାୟତ ନିର୍ବାଚନ ନେଇ ଆଜି ନିର୍ବାଚନ କମିଶନ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ସ୍ବତନ୍ତ୍ର ରିଲିଫ କମିଶନର(SRC) ସୂଚନା ଦେଇଛନ୍ତି ।
SRC କହିଛନ୍ତି ଯେ, ଟୀକାକରଣ ଓ କୋଭିଡ ମୁକାବିଲା ନେଇ ସରକାର କଣ କଣ ପଦକ୍ଷେପ ନେଉଛନ୍ତି, ସେ ବିଷୟରେ ନିର୍ବାଚନ କମିଶନଙ୍କୁ ରାଜ୍ୟ ସରକାର ଅବଗତ କରିଛନ୍ତି । ବର୍ତ୍ତମାନ ସଂକ୍ରମଣ ନେଇ ସେମିତି କିଛି ଅସ୍ବାଭାବିକ ସ୍ଥିତି ଉପୁଜି ନାହିଁ । ଯଦି ପରବର୍ତ୍ତୀ ସମୟରେ ସେଭଳି ସ୍ଥିତି ଉପୁଜେ, ତେବେ ପୁଣିଥରେ ନିର୍ବାଚନ କମିଶନଙ୍କୁ ଅବଗତ କରାଯିବ ।
ଆଜିର ବୈଠକ ପରେ ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନ ଚୂଡାନ୍ତ ନିଷ୍ପତ୍ତି ନେବେ । ଏନେଇ ସୂଚନା ଦେଲେ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ