ETV Bharat / city

ନିର୍ବାଚନ କମିଶନ କଠୋର ହୁଅନ୍ତୁ: ବିଜେପି

author img

By

Published : Jan 9, 2022, 7:47 PM IST

ନିର୍ବାଚନ ପୂର୍ବରୁ ଆସନ୍ତାକାଲି ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ । ଏହାକୁ ନେଇ ବିଜେପି ପକ୍ଷରୁ ପ୍ରତିକ୍ରିୟା ରଖିଛି ବିଜେପି । ଅଧିକ ପଢ଼ନ୍ତୁ

election commission should strict for panchayat elections says bjp leader pruthwiraj harichandan
ନିର୍ବାଚନ କମିଶନ କଠୋର ହୁଅନ୍ତୁ : ବିଜେପି

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିର୍ବାଚନ ପରିଚାଳନା ନେଇ ପ୍ରତ୍ୟେକ ରାଜନୈତିକ ଦଳର ମତ ଲୋଡ଼ିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ଏହି କ୍ରମରେ ଆସନ୍ତାକାଲି(ସୋମବାର) ନିର୍ବାଚନ ଆୟୋଗ ସର୍ବଦଳୀୟ ବୈଠକ ଡକାଇଛନ୍ତି । କୋଭିଡ କଟକଣା ମଧ୍ୟରେ କିଭଳି ନିର୍ବାଚନ ପରିଚାଳନା କରାଯିବ ସେନେଇ ସମସ୍ତ ରାଜନୈତିକ ଦଳ ମାନଙ୍କ ସହ ଆଲୋଚନା କରିବେ ରାଜ୍ୟ ନିର୍ବାଚନ କମିଶନ ।

ଏହାକୁ ନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ନିର୍ବାଚନରେ ସାଧାରଣ ଜନତା ଓ ଦଳୀୟ କର୍ମକର୍ତ୍ତାଙ୍କ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି । ନିରପେକ୍ଷ ନିର୍ବାଚନ ପାଇଁ ନିର୍ବାଚନ କମିଶନ କୋଠର ହେବାର ଆବଶ୍ୟକତା ରହିଛି । ଘର ମରାମତି ବାହାନାରେ ଟଙ୍କା ବାଣ୍ଟୁଛନ୍ତି ରାଜ୍ୟ ସରକାର । ଅନଲାଇନ୍‌ ମାଧ୍ୟମରେ ଏହି ଟଙ୍କା ଟ୍ରାନ୍‌ସଫର ହେବ ବୋଲି କୁହାଗଲା । ତେବେ ଲୋକଙ୍କ ଆକାଉଣ୍ଟକୁ ଟଙ୍କା ନଆସୁଣୁ ସେମାନଙ୍କ ଘର ଆଗରେ ଷ୍ଟିକର ମରା ଯାଉଛି । ଖୋଦ୍‌ ବିଧାୟକମାନେ ଏଭଳି କାର୍ଯ୍ୟ କରୁଛନ୍ତି ।

ନିର୍ବାଚନ କମିଶନ କଠୋର ହୁଅନ୍ତୁ : ବିଜେପି

ବିଧାୟକମାନେ ଷ୍ଟିକର ମାରିବା ପରେ ନବୀନ ବାବୁଙ୍କୁ ଭୋଟ ଦେଲେ ଟଙ୍କା ଆକାଉଣ୍ଟକୁ ଆସିବ ବୋଲି କହୁଛନ୍ତି ବିଧାୟକ । ଏଥିପ୍ରତି ଧ୍ୟାନ ଦେବାର ଆବଶ୍ୟକତା ଅଛି ବୋଲି କହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ । ନିର୍ବାଚନ ସମୟରେ ରାଜ୍ୟ ସରକାର ବିଭିନ୍ନ ଯୋଜନା ଆଳରେ ଯେଉଁଭଳି ଭାବରେ ଭୋଟରଙ୍କୁ ପ୍ରଲୋଭିତ କରୁଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.