ETV Bharat / city

ଆକ୍ସନ ମୁଡରେ ନିର୍ବାଚନ ଆୟୋଗ: ଜବତ ହେଲାଣି ବିପୁଳ ପରିମାଣରେ ମଦ

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୪୩୬୪ଟି ଜାମିନ ବିହୀନ ଗିରଫ ପରୱାନା କାର୍ଯ୍ୟକାରୀ ହୋଇଛି । ଏହାସହ ଭାରତୀୟ ପିଙ୍ଗଳ କୋର୍ଡ ୧୦୭/୧୧୬ ଧାରା ଅନୁଯାୟୀ ୬୫୨୮୮ ଜଣଙ୍କୁ ଅଟକ ରଖାଯାଇଛି । ୫୫୧୯ଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ ସଂପୃକ୍ତ ଜିଲ୍ଲା ପ୍ରଶାସନଠାରେ ଜମା ଦିଆଯାଇଛି ।

author img

By

Published : Apr 27, 2019, 11:32 PM IST

ଫାଇଲ ଫଟୋ

ଭୁବନେଶ୍ବର: ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ପରିଚାଳନା କରିବା ନିମନ୍ତେ ନିର୍ବାଚନ ଆୟୋଗ ତରଫରୁ ନିଆଯାଉଛି ବିଭିନ୍ନ ପଦକ୍ଷେପ । ବର୍ତ୍ତମାନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୪୩୬୪ଟି ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ ହୋଇଛି । ଏହାସହ ଭାରତୀୟ ପିଙ୍ଗଳ କୋର୍ଡ ୧୦୭/୧୧୬ ଧାରା ଅନୁଯାୟୀ ୬୫୨୮୮ ଜଣଙ୍କୁ ଅଟକ ରଖାଯାଇଛି । ୫୫୧୯ ଗୋଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ ସଂପୃକ୍ତ ଜିଲ୍ଲା ପ୍ରଶାସନଠାରେ ଜମା ଦିଆଯାଇଛି ।

ଲାଇସେନ୍ସ ନଥିବା ୨୫୦ଟି ଅସ୍ତ୍ରଶସ୍ତ୍ର ଏବଂ ୧୪୬୫.୫୮୨ କିଲୋଗ୍ରାମ ବିସ୍ଫୋରକ ଦ୍ରବ୍ୟ ଜବତ କରାଯାଇଛି । ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅବକାରୀ ବିଭାଗ ଓ ପୋଲିସ ସହାୟତାରେ ପ୍ରାୟ ୧୫୯୨୫୩.୯୧୩ ଲିଟର ମଦ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୪ କୋଟି ୧୩ ଲକ୍ଷ ୪୨ ହଜାର ୭୦୯ ଟଙ୍କା ହେବ । ଫ୍ଲାଇଂ ସ୍କ୍ବାଡ୍‌ ଓ ପୋଲିସ ଦ୍ୱାରା ଆଜି ଯାଏ ମୋଟ ୩ କୋଟି ୭୫ ଲକ୍ଷ ୨୧ ହଜାର ୩୮୦ ଟଙ୍କା ନଗଦ ଜବତ ହୋଇଛି । ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ଆଜି ସୁଦ୍ଧା ସର୍ବସାଧାରଣ ସ୍ଥାନରେ ଲାଗିଥିବା ୬୩ ଲକ୍ଷ ୭୨ ହଜାର ୫୯୫ ଟି ହୋର୍ଡିଂ, ପୋଷ୍ଟର ଆଦିକୁ ହଟାଯାଇଛି ।

ସେହିପରି ଆଜି ସୁଦ୍ଧା ବ୍ୟକ୍ତିଗତ ମାଲିକାନାରେ ଥିବା ସ୍ଥାନରେ ବେଆଇନ୍‌ ଭାବେ ଲାଗିଥିବା ୪ ଲକ୍ଷ ୬୬ ହଜାର ୮୩୮ଟି ହୋର୍ଡିଂ, ପୋଷ୍ଟର ଆଦିକୁ ମଧ୍ୟ ବାହାର କରିଦିଆଯାଇଛି । ରାଜ୍ୟସ୍ତରରେ ଖୋଲାଯାଇଥିବା ନିୟନ୍ତ୍ରଣ କକ୍ଷ ଟେଲିଫୋନ ନଂ ୦୬୭୪-୨୩୯୫୦୧୫କୁ ବର୍ତ୍ତମାନ ସୁଦ୍ଧା ୧୩୦୪ଟି କଲ୍‌ କରାଯାଇ ନିର୍ବାଚନ ସଂପର୍କିତ ବିଭିନ୍ନ ଅଭିଯୋଗ ବା ସୂଚନା ମିଳିଛି । ଆଜି ପର୍ଯ୍ୟନ୍ତ ଭୋଟର ହେଲ୍ପ¬ଲାଇନ୍‌ ନଂ-୧୯୫୦କୁ ସମୁଦାୟ ୧୭୨୭୧ ଟି କଲ୍‌ କରାଯାଇ ସୂଚନା ମାଧ୍ୟମରେ ଅଭିଯୋଗ ଗ୍ରହଣ ସହ ସମାଧାନ କରାଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.