ଭୁବନେଶ୍ବର: ଆଗକୁ ଆସୁଛି ନିର୍ବାଚନ । ସରଗରମ ହେଉଛି ଗାଁ ଠାରୁ ସହର । ଭୋଟ ହାତେଇବା ପାଇଁ ନେତାମାନେ କରୁଛନ୍ତି ପ୍ରୟାସ । ସେଥିପାଇଁ ନୂତନ ଭୋଟରଙ୍କ ପାଇଁ ବୋତଲ ଭିତରେ କଳା ଓ କାରୁକାର୍ଯ୍ୟ କରାଯାଇ ପ୍ରଭାବିତ କରିବାକୁ ଚେଷ୍ଟା କରାଯାଉଛି । ଏମିତି ଜଣେ କାରିଗର ଯାହାକୁ ବୋତଲ ଭିତରେ କାରୁକାର୍ଯ୍ୟ କରୁଥିବା ସମସ୍ତେ ଜାଣନ୍ତି। ସେ ହେଉଛନ୍ତି ଜଟଣୀର ଏଲ୍ ଇଶ୍ୱର ରାଓ ତଥା ବୋତଲ ଭିତରର କାରିଗର। ତାଙ୍କର ଏଭଳି ପ୍ରତିଭାକୁସମସ୍ତେ ଭରପୁର ପ୍ରଶଂସା କରିଛନ୍ତି ।
ସୂଚନା ଅନୁଯାୟୀ, ଜଟଣୀର ଏଲ୍ ଇଶ୍ୱର ରାଓ ହେଉଛନ୍ତି ଜଣେ ଛୋଟ ବ୍ୟବସାୟୀ। ତେବେ ସେ କେବଳ ବୋତଲ ଭିତରେ ନୁହେଁ ପେନସିଲର ମୁନରେ ମଧ୍ୟ ଚିତ୍ର କଳା କରିପାରନ୍ତି । ସେ ଏଥର ଭୋଟରଙ୍କ ପାଇଁ ଛୋଟ ଛୋଟ ଅକ୍ଷରରେ ଭୋଟ ଫର୍ଦ ରାଇଟିସ୍ ଲେଖିଛନ୍ତି। ଏହାକୁ କରିବାକୁ ଈଶ୍ୱରଙ୍କୁ ୪ ରୁ ୫ ଦିନ ସମୟ ଲାଗିଛି ।
ତେବେ ନୂତନ ଭୋଟରଙ୍କୁ ପ୍ରଭାବିତ କରିବା ସହ ସମସ୍ତେ ଠିକ୍ ନେତାଙ୍କୁ ବୁଝିବିଚାରି ଭୋଟ ଦେବା ଉଚିତ ବୋଲି ସେ ଏହି କଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ