ଭୁବନେଶ୍ବର: ରାଜ୍ୟରେ ଏକାଦଶ ଓ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ । ପୂଜା ଛୁଟି ପରେ ଖୋଲିବାର ସମ୍ଭାବନା । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
ପୂଜା ଛୁଟି ପରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ । ଅଫଲାଇନରେ ଅଷ୍ଟମ ଓ ଏକାଦଶ ଶ୍ରେଶୀ ପାଠପଢ଼ା ହେବ । ପୂର୍ବରୁ ଅଫ୍ ଲାଇନରେ ନବମ, ଦଶମ ଓ ଦ୍ବାଦଶ ଶ୍ରେଣୀ ପାଠପଢ଼ା ଚାଲିଛି । ପୂଜା ଛୁଟି ପରେ ସ୍ଥିତି ଭଲ ହେଲେ ଏହି ଦୁଇଟି ଶ୍ରେଣୀ ଖୋଲିବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ