ETV Bharat / city

ନବୀନ ନିବାସ ଘେରାଉ ବେଳେ ପୋଲିସକୁ ଅଣ୍ଡାମାଡ଼, କଂଗ୍ରେସ କର୍ମୀ ଗିରଫ - mamita meher murder case

ମମିତା ମେହର ହତ୍ୟାକାଣ୍ଡକୁ ନେଇ ନବୀନ ନିବାସ ଘେରାଉ ବେଳେ ପୋଲିସ ଓ ଛାତ୍ର କଂଗ୍ରେସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଖାଲି ସେତିକି ନୁହେଁ ପୋଲିସ ଉପରକୁ ଛାତ୍ର କଂଗ୍ରେସ ପକ୍ଷରୁ ଟମାଟୋ ଓ ଅଣ୍ଡା ମାଡ଼ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ । ଅଧିକ ପଢ଼ନ୍ତୁ...

ନବୀନ ନିବାସ ଘେରାଉ ବେଳେ ପୋଲିସକୁ ଅଣ୍ଡାମାଡ଼, କଂଗ୍ରେସ କର୍ମୀ ଗିରଫ

author img

By

Published : Oct 26, 2021, 5:52 PM IST

ଭୁବନେଶ୍ବର: ମମିତା ମେହର ହତ୍ୟାକାଣ୍ଡକୁ ନେଇ ନବୀନ ନିବାସ ଘେରାଉ ବେଳେ ପୋଲିସ ଓ ଛାତ୍ର କଂଗ୍ରେସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଖାଲି ସେତିକି ନୁହେଁ ପୋଲିସ ଉପରକୁ ଛାତ୍ର କଂଗ୍ରେସ ପକ୍ଷରୁ ଟମାଟୋ ଓ ଅଣ୍ଡା ମାଡ଼ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ । ଏହାକୁ ନେଇ ସ୍ପଷ୍ଟ କରିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ । ପୋଲିସ ସହ ଏଭଳି ଆଚରଣ କରିଥିବା କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡିସିପି ।

ନବୀନ ନିବାସ ଘେରାଉ ବେଳେ ପୋଲିସକୁ ଅଣ୍ଡାମାଡ଼, କଂଗ୍ରେସ କର୍ମୀ ଗିରଫ

ଆଜି ଏକ ବିଶାଳ ଶୋଭାଯାତ୍ରାରେ ବାହାରି ନବୀନ ନିବାସ ଅଭିମୁଖେ ଯିବା ସମୟରେ ଛାତ୍ର କଂଗ୍ରେସ କର୍ମୀଙ୍କ ସହ ପୋଲିସର ମୁଁହାମୁଁହି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାପରେ ପୋଲିସ ଉପରକୁ କଂଗ୍ରେସ କର୍ମୀ ଅଣ୍ଡା ଓ ଟୋମାଟ ମାଡ଼ କରିଥିଲେ । ଏହାକୁ ନେଇ ପ୍ରାୟ ଶତାଧିକ ଛାତ୍ର କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି ପୋଲିସ । ସହରରେ 22 ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ସାଧାରଣ ଲୋକଙ୍କ ଜୀବନଯାତ୍ରା ଯେଭଳି ବ୍ୟାହତ ନହୁଏ ସେଥିପ୍ରତି ଧ୍ୟାନ ଦିଆଯାଇଛି । ସାଧାରଣ ଲୋକଙ୍କ ଯିବାଆସିବା ପାଇଁ ଅନ୍ୟତ୍ର ସୁବିଧା କରାଯାଇଛି ।

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ନେଇ ଠୋସ ପ୍ରମାଣ ମିଳିଛି । ହେଲେ ମୁଖ୍ୟମନ୍ତ୍ରୀ ତାଙ୍କ ଅପରାଧକୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ ହୋଇଛି । ଯେପର୍ଯ୍ୟନ୍ତ ମନ୍ତ୍ରୀ ବହିଷ୍କାର ହୋଇନାହାନ୍ତି ସେପର୍ଯ୍ୟନ୍ତ କଂଗ୍ରେସ ଆନ୍ଦୋଳନକୁ ତୀବ୍ରତର କରି ଚାଲିଥିବ ବୋଲି ଛାତ୍ର କଂଗ୍ରେସ ସଭାପତି କହିଛନ୍ତି । ନବୀନ ନିବାସ ଘେରାଉ କରିବାକୁ ଛାତ୍ର କଂଗ୍ରେସ ବିଶାଳ ରାଲି କରୁଥିବା ବେଳେ ଫରେଷ୍ଟ ପାର୍କ ନିକଟରେ ପୋଲିସ ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ଚେଷ୍ଟା କରିିଥିଲା । ଫଳରେ ପୋଲିସ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.