ETV Bharat / city

କେବେ ଖୋଲିବ ସ୍କୁଲ ? ବିଚାର କରୁଛନ୍ତି ବିଭାଗୀୟ ମନ୍ତ୍ରୀ - reopen school

ସ୍କୁଲ ଖୋଲିବା ପ୍ରସଙ୍ଗରେ ପୁଣି ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା

author img

By

Published : Jan 2, 2021, 12:53 PM IST

Updated : Jan 2, 2021, 2:04 PM IST

12:45 January 02

ସ୍କୁଲ ଖୋଲିବା ପ୍ରସଙ୍ଗରେ ପୁଣି ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା

ସ୍କୁଲ ଖୋଲିବା ପ୍ରସଙ୍ଗରେ ପୁଣି ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ବର:ସ୍କୁଲ ଖୋଲିବା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ପ୍ରତିକ୍ରିୟା । ଦୀର୍ଘ 9 ମାସ ହେବ ସ୍କୁଲ ଖୋଲିବା ନେଇ କୌଣସି ନିଷ୍ପତ୍ତି ହେଇପାରୁନଥିଲା ବେଳେ ଏବେ ନୂଆ ଷ୍ଟ୍ରେନ ଡରାଉଛି। କେବେ ଓ କିପରି ସ୍କୁଲ ଖୋଲାଯିବ ସେନେଇ ବିଚାରବିମର୍ଶ ଚାଲିଛି ବୋଲି ମନ୍ତ୍ରୀ ସମୀର ଦାସ କହିଛନ୍ତି ।

ସେପଟେ ସିବିଏସଇ ପରୀକ୍ଷା ତାରିଖ ଘୋଷଣା ପରେ ଏହି ଧାରାରେ ଆଦର୍ଶ ବିଦ୍ୟାଳୟ ସହ କେତେକ ଘରୋଇ ବିଦ୍ୟାଳୟର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ତେବେ କିପରି ବ୍ୟବସ୍ଥା କରାଯିବ ସେନେଇ ବିଚାର କରାଯାଉଛି । ଅନ୍ୟପଟେ, ଦେଶରେ କୋରୋନା ନୂଆ ଷ୍ଟ୍ରେନ ଚିହ୍ନଟ କରାଯାଇଛି । ସରକାରଙ୍କ ପାଇଁ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟସମ୍ପଦ ଆଗରେ ରହିଛି । ତେଣୁ ସମସ୍ତ ଦିଗକୁ ଦେଖି ଖୁବଶୀଘ୍ର ସ୍କୁଲ ଖୋଲିବ ବୋଲି କହିଛନ୍ତି ସମୀର ଦାସ ।

ସୂଚନାଯୋଗ୍ୟ, ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସ୍କୁଲ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କହିଥିଲେ ନବବର୍ଷ ଆରମ୍ଭରୁ ସମସ୍ତ ସ୍କୁଲ ଓ କଲେଜ ଖୋଲାଯିବ । 100 ଦିନ ପାଠ ପଢାଇ ପରୀକ୍ଷା କରାଯିବ । ଏପରିକି ଶନିବାର ଓ ରବିବାର ଛୁଟି ଦିନରେ ମଧ୍ୟ କ୍ଲାସ ହେବ ବୋଲି ମନ୍ତ୍ରୀ କହିଥିଲେ । ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନା ପସନ୍ଦ କରିଥିଲେ । ସମସ୍ତ ଦୃଷ୍ଟିକୋଣକୁ ଲକ୍ଷ୍ୟ କରି ସରକାର ନିଷ୍ପତ୍ତି ନେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Jan 2, 2021, 2:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.