ETV Bharat / city

କେବେ ହେବ ବୋର୍ଡ ପରୀକ୍ଷା ? ତାରିଖ ଘୋଷଣା ନେଇ ଝୁଲିଛି ନିଷ୍ପତ୍ତି - ଚଳିତ ବୋର୍ଡ ପରୀକ୍ଷା ଗୁଡିକର ତାରିଖ ଘୋଷଣା ନେଇ ଝୁଲିଛି ନିଷ୍ପତ୍ତି

ସ୍କୁଲ ଖୋଲିବାକୁ ଥିବାବେଳେ ଏଣିକି ପିଲାଙ୍କ ପାଠପଢାକୁ ନେଇ ଚିନ୍ତାରେ ପରିବାର । ଏଥିରେ ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ଗଲା ଦୁଇ ବର୍ଷ ଧରି କ୍ଷତି ହୋଇଥିବା ପାଠକୁ ଭରଣା କରିବା ପାଇଁ ଏକ ସ୍ବତନ୍ତ୍ର ମେକାନିଜିମ କରାଯିବା ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି । ଅଧିକ ପଢନ୍ତୁ

ଚଳିତ ବୋର୍ଡ ପରୀକ୍ଷା ଗୁଡିକର ତାରିଖ ଘୋଷଣା ନେଇ ଝୁଲିଛି ନିଷ୍ପତ୍ତି

author img

By

Published : Feb 27, 2022, 6:58 PM IST

ଭୁବନେଶ୍ବର: ଦଶମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ମୋଡ୍ ଏବଂ ତାରିଖ ଘୋଷଣା ନେଇ ଏବେବି ଅନିଶ୍ଚିତତା ଦେଖାଦେଇଛି । ମନ୍ତ୍ରୀ କହିଛନ୍ତି, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ବିଭିନ୍ନ ଅଂଶୀଦାର ମାନଙ୍କ ସହ ଆଲୋଚନା ଚାଲିଛି । ସେମାନଙ୍କର ମତାମତ ସହ ବୋର୍ଡ ଏବଂ କାଉନସିଲର ମତାମତକୁ ନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯିବ । ଏହାପରେ ପରୀକ୍ଷା ନେଇ ନିଷ୍ପତ୍ତି ହେବ ବୋଲି କହିଛନ୍ତି ।

ଚଳିତ ବୋର୍ଡ ପରୀକ୍ଷା ଗୁଡିକର ତାରିଖ ଘୋଷଣା ନେଇ ଝୁଲିଛି ନିଷ୍ପତ୍ତି

ସେପଟେ ଦଶମ ଓ ଦ୍ଵାଦଶର ପରୀକ୍ଷା ଅଫଲାଇନରେ ହେବା ଉଚିତ୍ ବୋଲି କହିଛି ଉତ୍କଳ ଅଭିଭାବକ ସଂଘ । କିନ୍ତୁ, ଯଥାଶୀଘ୍ର ତାରିଖ ଘୋଷଣା କରିବାକୁ ଦାବି କରିବା ସହ ପିଲାମାନେ ପରୀକ୍ଷାକୁ ନଡରି ପରୀକ୍ଷା ଦିଅନ୍ତୁ ବୋଲି ସଂଘ ସଭାପତି କହିଛନ୍ତି । ଯୁକ୍ତ ଦୁଇ କାଉନସିଲ ଓ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଷ୍ଟେକ ହୋଲଡର ମାନଙ୍କ ସହ କଥା ଚାଲିଛି । ତେଣୁ, ଷ୍ଟେକ ହୋଲଡର ମାନଙ୍କର ମତାମତ ସହ ବୋର୍ଡ ଏବଂ କାଉନସିଲର ମତାମତକୁ ନେଇ ପ୍ରସ୍ତାବ ସରକାରଙ୍କୁ ଦିଆଯିବ । ତା’ପରେ ପରୀକ୍ଷା ନେଇ ନିଷ୍ପତ୍ତି ହେବ ।

ଶିକ୍ଷକ ପଦବୀ ପୂରଣର ପ୍ରକ୍ରିୟା ଚାଲିଛି ଏବଂ 11 ହଜାର 200 ପଦବୀ ପାଇଁ ପରୀକ୍ଷା ଅଛି । ଅନେକ ଆଶାୟୀ ଆବେଦନ କରିଛନ୍ତି । ତେଣୁ, ଖାଲି ଥିବା ଶିକ୍ଷକ ପଦବୀ ନିଶ୍ଚିତ ଭାବେ ପୂରଣ ହେବ ବୋଲି ଆଶା ଅଛି । ଅବସର ନେଉଥିବା ଶିକ୍ଷକଙ୍କ ପରେ ଯେମିତି ପାଠ ପଢ଼ାରେ ସମସ୍ୟା ରହିବ ନାହିଁ ସେଥିପାଇଁ ବିଭାଗ ସଚେତନ ଅଛି ।

ଏପଟେ ଦଶମ ଓ ଦ୍ଵାଦଶ ପରୀକ୍ଷାକୁ ନେଇ ଅଭିଭାବକ ସଂଘ କହିଛନ୍ତି ଯେ, ଦଶମ ଦ୍ଵାଦଶ ଏକ ବୋର୍ଡ ପରୀକ୍ଷା। ତେଣୁ, ଏହି ପିଲାଙ୍କର ଅଫଲାଇନରେ ପରୀକ୍ଷା ଦେବାର ଆବଶ୍ୟକତା ରହିଛି । ଯେହେତୁ ବର୍ତ୍ତମାନ ସୁଦ୍ଧା ପରୀକ୍ଷାର ତାରିଖ ଓ ସମୟ ନିର୍ଦ୍ଧାରଣ ହୋଇନାହିଁ । କିନ୍ତୁ, ଯଥାଶୀଘ୍ର ଏହା କରିବାର ଆବଶ୍ୟକତା ରହିଛି । ପିଲାମାନେ ପରୀକ୍ଷାକୁ ନଡରି ପରୀକ୍ଷା ଦିଅନ୍ତୁ । ବିନା ପରୀକ୍ଷାରେ ପିଲାର ଦକ୍ଷତା ଜଣାଇବା କଷ୍ଟକର ହେବ ତେଣୁ, ପରୀକ୍ଷା ଆବଶ୍ୟକ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.