ETV Bharat / city

ସ୍କୁଲ ଯିବେ ଛାତ୍ରଛାତ୍ରୀ, ମିଳିତ ଭାବେ କାମ କରିବ ଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗ - ଗଣଶିକ୍ଷା ମନ୍ତ୍ରୀ

ସ୍କୁଲ ଖୋଲିବା ନେଇ ଡିଇଓ ମାନଙ୍କ ସହ ଗଣଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ । ଅଧିକ ପଢନ୍ତୁ...

ସ୍କୁଲ୍ ଯିବେ ଛାତ୍ରଛାତ୍ରୀ: ମିଳିତ ଭାବେ କାମ କରିବ ଶିକ୍ଷା-ସ୍ବାସ୍ଥ୍ୟ ବିଭାଗ

author img

By

Published : Oct 16, 2021, 2:16 PM IST

ଭୁବନେଶ୍ବର: ସ୍କୁଲ ଖୋଲିବା ନେଇ ଡିଇଓମାନଙ୍କ ସହ ଗଣଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ । ସଂକ୍ରମଣକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ କାମ କରିବେ ।

ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ, 'ଅଷ୍ଟମ ଓ ଏକାଦଶ ଶ୍ରେଣୀ ଖୋଲିବାକୁ ଯାଉଛି । ପିଲାଙ୍କ ମଧ୍ୟରେ ସ୍କୁଲ ଯିବାକୁ ମଧ୍ୟ ଆଗ୍ରହ ରହିଛି । ହେଲେ କୋରୋନା ସମ୍ପୂର୍ଣ୍ଣ ଭାବେ ଯାଇନାହିଁ । ପୂର୍ବରୁ ଆମେ ଶିକ୍ଷକମାନଙ୍କୁ ଡବଲ ଡୋଜ ଟିକା ନେବାକୁ ନିର୍ଦ୍ଦେଶ ଦେଇଥିଲୁ । କେନ୍ଦ୍ରର ନିର୍ଦ୍ଦେଶ ପରେ ଶିକ୍ଷକମାନେ ଟିକା ନେଇ ସାରିଛନ୍ତି । ଶିକ୍ଷକମାନଙ୍କ ଡବଲ୍ ଡୋଜ୍ ଟିକା ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ଏଥିପାଇଁ ଡିଇଓମାନଙ୍କ ସହ ଆଲୋଚନା ହୋଇଛି ।'

ଏଥିପାଇଁ ଗଣଶିକ୍ଷା ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ କାମ କରିବେ ବୋଲି ସମୀର ଦାଶ କହିଛନ୍ତି । ଏଥିସହ ସେ କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କ ନିକଟରେ ସାମାନ୍ୟ ଲକ୍ଷଣ ଦେଖାଦେଲେ ତୁରନ୍ତ ଚିକିତ୍ସା ଉପରେ ଗୁରୁତ୍ୱ ଦିଆଯିବ । ମୁଖ୍ୟମନ୍ତ୍ରୀ ସବୁ ସମୟରେ ଶିକ୍ଷା ସହ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇଛନ୍ତି । ତେଣୁ ସମସ୍ତ ଗାଇଡଲାଇନ୍ ଅନୁସାରେ ସ୍କୁଲ୍ ଖୋଲିବ ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.