ETV Bharat / city

10TH-12th EXAM: ପ୍ରସ୍ତୁତ ରହିବାକୁ ଛାତ୍ରଛାତ୍ରୀଙ୍କୁ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ

author img

By

Published : Jan 24, 2022, 1:58 PM IST

Updated : Jan 24, 2022, 2:53 PM IST

ରାଜ୍ୟରେ ଗତ ୪ ଦିନ ଧରି ଦୈନିକ ସଂକ୍ରମଣ କମିବାରେ ଲାଗିଛି । ବର୍ତ୍ତମାନର ସ୍ଥିତିକୁ ଦେଖି ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଅଧିକ ପଢନ୍ତୁ

10TH-12TH EXAM: ପ୍ରସ୍ତୁତ ରହିବାକୁ ଛାତ୍ରଛାତ୍ରୀଙ୍କୁ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟରେ କମିବାରେ ଲାଗିଛି ସଂକ୍ରମଣ । ଫଳରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଉପରେ ଚିନ୍ତା ପ୍ରକଟ କରିଛନ୍ତି ସରକାର । ଏଥିଲାଗି ଗଣଶିକ୍ଷା ମନ୍ତ୍ରୀ ଦଶମ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ ଦେଇଛନ୍ତି ନିର୍ଦ୍ଦେଶ । ଯଦି ରାଜ୍ୟରେ ପୁଣି ସଂକ୍ରମଣ ବଢେ ତେବେ ସରକାର ଅଲଗା କଥା ଚିନ୍ତା କରିବେ । କିନ୍ତୁ ଏବେ ପିଲାମାନେ ସମୟ ନଷ୍ଟ ନକରି ପରୀକ୍ଷା ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

10TH-12th EXAM: ପ୍ରସ୍ତୁତ ରହିବାକୁ ଛାତ୍ରଛାତ୍ରୀଙ୍କୁ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ

ରାଜ୍ୟରେ ଲଗାତାର ଭାବରେ ୪ ଦିନ ହେଲା ଦୈନିକ କୋରୋନା ସଂକ୍ରମଣ ନିମ୍ନଗାମୀ ହେଉଛି। ଏବେ ସଂକ୍ରମିତଙ୍କ ଠାରୁ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ଅଧିକ ରହୁଛି । ଆସନ୍ତା ୨ରୁ ୩ ଦିନର ସଂକ୍ରମଣ ସ୍ଥିତି ଉପରେ ନଜର ରଖାଯାଇଛି ଯାହା ଦ୍ବାରା ସଂକ୍ରମଣକୁ ନେଇ ସ୍ପଷ୍ଟ ଚିତ୍ର ମିଳିବ ବୋଲି କୁହାଯାଉଛି । ରାଜ୍ୟରେ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ସ୍କୁଲ କଲେଜ ଗୁଡିକୁ ବନ୍ଦ କରିଦିଆଯାଇଛି । ଏବେ ପିଲାମାନେ ଅନ୍‌ଲାଇନ ମାଧ୍ୟମରେ କ୍ଲାସ କରୁଛନ୍ତି । ତେବେ କୋରୋନା ମହାମାରୀ ମଧ୍ୟରେ ଗତବର୍ଷ ଭଳି ଏଥର ମଧ୍ୟ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ଦ୍ବନ୍ଦ୍ବ ରହିଛି ।

ଏହା ବି ପଢନ୍ତୁ: Odisha Corona: ଦିନକରେ ୭୨୯୧ ପଜିଟିଭ ଚିହ୍ନଟ

ଦଶମ ଓ ଦ୍ବାଦଶ ପିଲା ପରୀକ୍ଷା ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ । ସଂକ୍ରମଣ କମୁଥିବାରୁ ପରୀକ୍ଷା ଠିକ ସମୟରେ ହୋଇ ଫଳାଫଳ ବାହାରିବ ବୋଲି ରାଜ୍ୟ ସରକାର ଆଶାବାଦୀ ଅଛନ୍ତି । କୋରୋନା ତଳମୁହାଁ ହେଉଛି । ସରକାର ସଂକ୍ରମଣର ସ୍ଥିତିକୁ ଦେଖି ଉଚିତ ପଦକ୍ଷେପ ନେବେ । ସ୍କୁଲ ଖୋଲା ଥିବା ସମୟରେ ଦଶମ ସମେଟିଭ ପରୀକ୍ଷା କରାଯାଇଛି । ଯଦି ରାଜ୍ୟରେ ସଂକ୍ରମଣ ବଢିଲା କିମ୍ବା ପରିସ୍ଥିତି ଖରାପ ହେଲା, ରାଜ୍ୟ ସରକାର ଅଲଗା କଥା ଚିନ୍ତା କରିବେ । କିନ୍ତୁ ଏବେ ପିଲାମାନେ ସମୟ ନଷ୍ଟ ନକରି ପରୀକ୍ଷା ପାଇଁ ପ୍ରସ୍ତୁତ ରୁହନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jan 24, 2022, 2:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.