ETV Bharat / city

ଗାନ୍ଧୀଙ୍କ ମୃତ୍ୟୁକୁ ନେଇ ଶିକ୍ଷାବିଭାଗର ସାଙ୍ଘାତିକ ଭୁଲ୍ ତଥ୍ୟ

ଜାନୁଆରୀ 30, 1948 ମସିହାରେ ଏକ ଆକସ୍ମିକ ଘଟଣାରେ ଗାନ୍ଧୀଙ୍କର ମୃତ୍ୟୁ ହୋଇଛି । ଏହା ସତ୍ୟ ନୁହେଁ, ବରଂ ଗାନ୍ଧୀଙ୍କ ମୃତ୍ୟୁକୁ ନେଇ ଏଭଳି ବିଭ୍ରାନ୍ତିକର ଓ ଭୁଲ ତଥ୍ୟ ଦେଇଛି ଗଣଶିକ୍ଷା ବିଭାଗ।

author img

By

Published : Nov 13, 2019, 3:07 PM IST

ଗାନ୍ଧୀଙ୍କ ମୃତ୍ୟୁକୁ ନେଇ ଶିକ୍ଷାବିଭାଗର ଭୁଲତଥ୍ୟ

ଭୁବନେଶ୍ବର: ମହାତ୍ମାଗାନ୍ଧୀଙ୍କୁ ନେଇ ଶିକ୍ଷା ବିଭାଗର ଭୁଲ ତଥ୍ୟ । ଗୋଟିଏ ପଟେ ଦେଶ ଗାନ୍ଧୀଙ୍କ 150 ତମ ଜନ୍ମ ଜୟନ୍ତୀଙ୍କୁ ଜୋରସୋରରେ ପାଳନ କରୁଥିବାବେଳେ ଗାନ୍ଧୀଙ୍କୁ ନେଇ ଭୁଲତଥ୍ୟ ଆଗାମୀ ପିଢିକୁ ଦେଉଛି ଶିକ୍ଷାବିଭାଗ ।

misinformation on Gandhi death

ସୂଚନା ଅନୁସାରେ, ଗାନ୍ଧୀଙ୍କର 150 ତମ ଜନ୍ମ ଜୟନ୍ତୀ ଅବସରରେ ଗଣଶିକ୍ଷା ବିଭାଗ ପକ୍ଷରୁ ସବୁ ସ୍କୁଲରେ ବଣ୍ଟାଯାଇଥିବା ଲିଫଲେଟ ବଣ୍ଟାଯାଇଥିଲା । ଉକ୍ତ ଲିଫଲେଟରେ ଏପରି ଭୁଲତଥ୍ୟ ଦିଆଯାଇଛି । ଯେଉଁଥିରେ ଲେଖା ଯାଇଛି ଜାନୁଆରୀ 30, 1948 ମସିହାରେ ଏକ ଆକସ୍ମିକ ଘଟଣାରେ ଗାନ୍ଧୀଙ୍କର ମୃତ୍ୟୁ ହୋଇଛି।

ଗାନ୍ଧୀଙ୍କ ମୃତ୍ୟୁକୁ ନେଇ ଶିକ୍ଷାବିଭାଗର ସାଙ୍ଘାତିକ ଭୁଲ୍ ତଥ୍ୟ

ତେବେ ଏ ତଥ୍ୟ ପଢିଲେ ଜଣେ ମୁର୍ଖ ଲୋକକି ଠଉରେଇ ଦେବ ଏହା କେତେ ସତ୍ୟ ଓ କେତେ ମିଥ୍ୟା। ତେବେ ସେ ଯାହାବି ହଉ ତଥ୍ୟଟି ସମ୍ପୂର୍ଣ୍ଣ ଭୁଲ ଦର୍ଶାଯାଇଛି। ଏମିତିକି ଲିଫଲେଟର କୌଣସି ସ୍ଥାନରେ ଗାନ୍ଧୀଙ୍କୁ ହତ୍ୟା କରିଥିବା ନାଥୁରାମ ଗଡ଼ସେ କଥା ଉଲ୍ଲେଖ କରାଯାଇନାହିଁ।

ଏହି ଘଟଣାକୁ ନେଇ ମିଳିତ ଭାବେ ଲୋହିଆ ଏକାଡେମୀ ଓ ରାଷ୍ଟ୍ରୀୟ ଯୁବା ସଂଗଠନ ପକ୍ଷରୁ ବିରୋଧ କରାଯାଇଛି। ଯେଉଁ ବ୍ୟକ୍ତି ଏହାକୁ ଲେଖିଛନ୍ତି ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ସଙ୍ଗଠନ ଦାବି କରିତଛି।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ମହାତ୍ମାଗାନ୍ଧୀଙ୍କୁ ନେଇ ଶିକ୍ଷା ବିଭାଗର ଭୁଲ ତଥ୍ୟ। ଗାନ୍ଧୀଙ୍କର 150 ତମ ଜନ୍ମ ଜୟନ୍ତୀ ଅବସରରେ ଗଣ ଶିକ୍ଷା ବିଭାଗ ପକ୍ଷରୁ ସବୁ ସ୍କୁଲରେ ବଣ୍ଟାଯାଇଥିବା ଲିଫଲେଟରେ ଦିଆଯାଇଛି ଭୁଲ ତଥ୍ୟ। Body:ଯେଉଁଥିରେ ଲେଖା ଯାଇଛି ଜାନୁଆରୀ 30, 1948 ମସିହାରେ ଏକ ଆକାଶ୍ମୀକ
ଘଟଣାରେ ଗାନ୍ଧୀଙ୍କର ମୃତ୍ୟୁ ହୋଇଛି। ଯାହାକି ସମ୍ପୂର୍ଣ ଭୁଲ। ଗାନ୍ଧୀଙ୍କୁ ହତ୍ୟା କରାଯାଇଥିବା କଥାକୁ ଉଲ୍ଲେଖ କରାଯାଇନାହିଁ। Conclusion:ଏପରିକି ନଥୁରାମ ଗଡ଼ସେ ହତ୍ୟା କରିଥିବା କଥା କୌଣସି ସ୍ଥାନରେ ଉଲ୍ଲେଖ କରାଯାଇନାହିଁ। ଯାହାକୁ ମିଳିତ ଭାବେ ଲୋହିଆ ଏକାଡେମୀ ଓ ରାଷ୍ଟ୍ରୀୟ ଯୁବା ସଂଗଠନ ପକ୍ଷରୁ ବିରୋଧ କରାଯାଇଛି। ଯେଉଁ ବ୍ୟକ୍ତି ଏହାକୁ ଲେଖିଛନ୍ତି ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.