ETV Bharat / city

କୋରୋନା ଔଷଧ କେଳେଙ୍କାରୀ ଘଟଣା, ଶିବ ଜେନାର ଆର୍ଥିକ କାରବାର ଖୋଜିବ ଇଡି - ନକଲି କୋରୋନା ଔଷଧ

କୋରୋନା ଔଷଧ କେଳେଙ୍କାରୀ ଘଟଣାରେ ଅଭିଯୁକ୍ତ ଶିବ ଜେନା ବିରୁଦ୍ଧରେ ମାମଲା ରୁଜୁ । ଆର୍ଥିକ କାରବାର ଲିଙ୍କ ଖୋଜିବା ପାଇଁ ତଦନ୍ତ କରିବ ଇଡି । ଅଧିକ ପଢନ୍ତୁ...

କୋରୋନା ଔଷଧ କେଳେଙ୍କାରୀ ଘଟଣା, ଶିବ ଜେନାର ଆର୍ଥିକ କାରବାର ଖୋଜିବ ଇଡି

author img

By

Published : Aug 6, 2021, 10:06 PM IST

ଭୁବନେଶ୍ବର: ରାଜ୍ୟରେ ନକଲି ଔଷଧ କାରବାର ଘଟଣା । ଗିରଫ 'ମେଡିଲିଓଏଡ଼ ମେଡିକାମେଣ୍ଟ'ର ମୁଖ୍ୟ ଶିବ ଜେନାଙ୍କ ନାଁରେ କେସ ରୁଜୁ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ଘଟଣାରେ ଆର୍ଥିକ କାରବାରର ଲିଙ୍କ ଖୋଜିବାକୁ ତଦନ୍ତ କରିବ ଇଡି ।

ନକଲି ଔଷଧ କାରବାର ମାମଲାର ମୁଖ୍ୟ ଅଭିଯୁକ୍ତ ଶିବ ଜେନାଙ୍କୁ ପୁର୍ବରୁ ଗିରଫ କରିଥିଲା STF । ଗିରଫ ପରେ ତାଙ୍କୁ କଟକ ଜିଲ୍ଲା ଦୌରାଜଜ୍ କୋର୍ଟରେ ହାଜର କରାଯାଇଥିଲା । ମାମଲାର ଶୁଣାଣି ପର୍ଯ୍ୟନ୍ତ ସେ ଚୌଦ୍ବାର ଜେଲରେ ଅଛନ୍ତି ।

କଟକ କନିକା ଛକରେ ନକଲି ଔଷଧ କାରବାର କରୁଥିବା 'ମେଡିଲିଓଏଡ଼ ମେଡିକାମେଣ୍ଟ'ର ମୁଖ୍ୟ ଶିବ ଜେନାଙ୍କ ବିରୋଧରେ ଏତଲା ଦାଏର କରିଥିଲା STF । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ଗିରଫ କରି ସାରିଛି STF । ମ୍ୟାକ୍ସ ରିଲିଫ ହେଲଥ କେୟାର ନାମକ ଏକ ମେଡିସନ କମ୍ପାନୀ ଫେବିମ୍ୟାକ୍ସ ନାମକ ମେଡିସିନ ତିଆରି କରି ବିକ୍ରି କରୁଥିଲା । ଓଡିଶାର ମେଡିଲଏଡ଼ ମେଡିକମେଣ୍ଟ କମ୍ପାନୀ ଏହି ମ୍ୟାକ୍ସ କମ୍ପାନୀ ସହିତ ଚୁକ୍ତି କରିଥିଲା । ଫେବିମ୍ୟାକ୍ସକୁ ଓଡିଶାରେ ବିକ୍ରି କରିବା ପାଇଁ ଉକ୍ତ କମ୍ପାନୀ ସହଯୋଗରେ ଆରମ୍ଭ ହୋଇଥିଲା ବ୍ୟବସାୟ । ୧୦ଟି ଟାବଲେଟ ଥିବା ଫାଇଲ ପିଛା ୬୫ ଟଙ୍କାରେ କିଣି ୧୨୯୦ ଟଙ୍କାରେ ଓଡିଶା ବଜାରରେ ବିକ୍ରି ପାଇଁ ହୋଇଥିଲା ପ୍ଲାନ। ଯାହାକୁ ନେଇ ମେଡିଲଏଡ଼ ମେଡିକମେଣ୍ଟ ପ୍ରାଇଭେଟ ଲିମିଟେଡର ଡାଇରେକ୍ଟର ସମେତ ୩ ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ STF ଟିମ ।

ଏହି କମ୍ପାନୀ ବ୍ୟାଙ୍କ ଆକାଉଣ୍ଟରୁ 50 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମଧ୍ୟ ଜବତ ହୋଇଛି । ଏଥିସହ ହିମାଚଳ ପ୍ରଦେଶର ସୋଲାନରେ ଚାଲୁଥିବା ଦୋ ନମ୍ବରି ମାକ୍ସ ରିଲିଫ ହେଲଥ କମ୍ପାନୀ ଚଳାଉଥିବା ଦୁଇ ଅଭିଯୁକ୍ତଙ୍କୁ ମାସେ ତଳେ ମୁମ୍ବାଇ ପୋଲିସ ଗିରଫ କରିଥିଲା । ସେମାନଙ୍କ ସହ ମେଡିଲିଓଏଡ଼ ଲିଙ୍କ ରହି ଏପରି କାରବାର ଯୋଜନା ହୋଇଥିଲା । ଫଭିମାକ୍ସ ୨୦୦ ଓ ଫାଭିମାକ୍ସ ୪୦୦ ନାଁରେ ଦୁଇଟି ନକଲି କୋରୋନା ଔଷଧ ବିକିବାକୁ ଯୋଜନା ଚାଲିଥିଲା । ଏହାର ଲିଙ୍କ ଓଡିଶା ସମେତ ମହାରାଷ୍ଟ୍ର ଏବଂ ପଶ୍ଚିବଙ୍ଗରେ ପର୍ଯ୍ୟନ୍ତ ଲମ୍ବିଥିବା ବେଳେ ଏସଟିଏଫର ଟିମ୍ ଛାନଭିନ କରି ପର୍ଦ୍ଦାଫାସ କରିଥିଲା । ତେବେ ଏହି ସଵୁ ଘଟଣାରେ କେତେ ଅର୍ଥ କାରବାର ହୋଇଥିଲା ଓ କେତେ ଟଙ୍କା କାହା ଆକାଉଣ୍ଟକୁ ଟ୍ରାଞ୍ଜାକ୍ସନ ହୋଇଛି ସେସବୁର ଛାନଭିନ କରିବ ଇଡି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.