ଭୁବନେଶ୍ବର: ପୂର୍ବତନ ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି । ୩ଜଣଙ୍କର ୬ କୋଟି ୫୭ଲକ୍ଷ ଟଙ୍କା ସମ୍ପତି ବ୍ୟାଜାପ୍ତି କଲା ଇଡି। ସେମାନଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ବିଧାୟକ ଅନାମ ନାୟକ,ଓଏଫଏସ(OFS) ନଳିନୀ ପୃଷ୍ଟି ଓ ତାଙ୍କ ସ୍ବାମୀ ଓଏସ (OAS) ବିଜୟ କେତନ ସାହୁ । ଯେକି ଭିଜିଲାନ୍ସର ଆୟବହିର୍ଭୂତ ସମ୍ପତ୍ତି ମାମଲାରେ ଗିରଫ ହୋଇଥିଲେ । ତେବେ ଭିଜିଲାନ୍ସ କରିଥିବା କେସକୁ ହାତକୁ ନେଇ ଏହି ତିନି ଜଣଙ୍କର ସମ୍ପତ୍ତିକୁ ବ୍ୟାଜାପ୍ତ କରାଯାଇଛି । ୨୦୨୦ ଜାନୁଆରୀ ୨୨ରେ ପୂର୍ବତନ ବିଧାୟକ ଅନାମ ନାୟକଙ୍କ ଘରେ ରେଡ କରିଥିଲା କୋରାପୁଟ ଭିଜିଲାନ୍ସ ।
ଏହାବି ପଢନ୍ତୁ: ମାସିକ ଋତୁସ୍ରାବ ଏକ ମଇଳା ବିଷୟ, ଏହା ବିଧାନସଭାରେ ଆଲୋଚନା ହେବା ଉଚିତ୍ ନୁହେଁ: ଅରୁଣାଚଳପ୍ରଦେଶ ବିଜେପି ବିଧାୟକ
ସେତେବେଳେ ୧ କୋଟି ୫୪ଲକ୍ଷ ଟଙ୍କାର ଆୟବହିର୍ଭୂତ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ସେହିପରି ୨୦୧୮ରେ ଓଏଫଏସ (OFS) ନଳିନୀ ପୃଷ୍ଟିଙ୍କ ଘରେ ରେଡ କରିଥିଲା ଭିଜିଲାନ୍ସ । ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କ ସ୍ବାମୀ ମଧ୍ୟ ତହସିଲଦାର ଥିବାରୁ ତାଙ୍କର ଆୟବହିର୍ଭୁତ ସମ୍ପତ୍ତି ଖୋଳତାଡ ହୋଇଥିଲା । ସେତେବେଳେ ଉଭୟ ଦମ୍ପତିଙ୍କର ୩ କୋଟି ୯୪ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ପରେ ତାହା ୫କୋଟି ୫ଲକ୍ଷରେ ପହଞ୍ଚିଥିଲା । ତେବେ ଏହି ସବୁ ମାମଲାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିଜ ହାତକୁ କେସ ନେଇ ତିନି ଜଣଙ୍କର ୬ କୋଟି ୬୯ ଲକ୍ଷ ସମ୍ପତ୍ତି ବ୍ୟାଜାପ୍ତି କରି ସରକାରୀ ରାଜକୋଷକୁ ଫେରାଯାଇଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ