ଭୁବନେଶ୍ବର: ଦେଶର ଦେଖାଦେଇଛି ଅର୍ଥନୈତିକ ସଙ୍କଟ । ବିଭିନ୍ନ ସେକ୍ଟରର ଘରୋଇ କମ୍ପାନୀ ମାନଙ୍କର ସ୍ଥିତି ଏବେ ଦୟନୀୟ । କମ୍ପାନୀରୁ ଛଟେଇ ହେଉଛନ୍ତି ଶହ ଶହ କର୍ମଚାରୀ । ଏପରିକି ଡଲାର ତୁଳନାରେ ରୂପିୟାର ମୁଲ୍ୟ ହ୍ରାସ ଘଟିଛି ।
ରାଜ୍ୟର ସ୍ଥିତି ଏହି ସମୟରେ କଣ ରହିବ । ତାହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ସେ କହିଛନ୍ତି ଆର୍ଥିକ ମାନ୍ଦାବସ୍ଥା ଉପରେ ଓଡ଼ିଶା ସରକାର ସତର୍କ ନଜର ରଖିଛନ୍ତି । ରାଜସ୍ବ ଆୟ ଉପରେ ସରକାର ଅଧିକ ଗୁରୁତ୍ବ ଦେବେ । ବଜାର ଉପରେ ନଜର ରଖିବା ସହ ବିନିଯୋଗ ବଢାଇବା ପାଇଁ ସରକାର ଗୁରୁତ୍ବ ଦେବେ ବୋଲି ଅର୍ଥ ମନ୍ତ୍ରୀ କହିଛନ୍ତି ।
ଏହା ସହ ସବୁ ବିଭାଗ ସହ ବିଚାର ବିମର୍ଶ ଜାରି ରଖିଛନ୍ତି ରାଜ୍ୟ ସରକାର। ରାଜସ୍ଵ ସଂଗ୍ରହ କିଭଳି ସ୍ଥିର ରହିବ ଓ ବଢିବ ତାହା ଉପରେ ମଧ୍ୟ ଗୁରୁତ୍ବ ଦେଇଛନ୍ତି । ଖର୍ଚ୍ଚ ବଢାଇବାକୁ ପ୍ରୟାସ ରହିବ ଏହା ସହ ରାଜ୍ୟରେ ମାନ୍ଦାବସ୍ଥା ଯେପରି ଜନସାଧାରଣଙ୍କୁ ପ୍ରଭାବିତ କରିବ ନାହିଁ ସେଥିପ୍ରତି ସରକାର ଦୃଷ୍ଟି ଦେବେ ବୋଲି ମନ୍ତ୍ରୀ କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ