ETV Bharat / city

ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

author img

By

Published : Oct 9, 2020, 11:20 AM IST

Updated : Oct 9, 2020, 1:10 PM IST

ରାଜ୍ୟର ଦୁଇ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ । ଆଜିଠୁ 16 ତାରିଖ ଯାଏ ନାମାଙ୍କନ ଭରିପାରିବେ ପ୍ରାର୍ଥୀ । ଅଧିକ ପଢନ୍ତୁ...

ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ
ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ବର: ରାଜ୍ୟରେ ହେବାକୁ ଥିବା ଦୁଇଟି ବିଧାନସଭାର ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ତିର୍ତ୍ତୋଲ ଓ ବାଲେଶ୍ବର ସଦର ବିଧାନସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠୁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବାକୁ ଥିବାବେଳେ ଅକ୍ଟୋବର 16 ଶେଷ ତାରିଖ ରହିଛି ।

ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ
ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ସରକାରୀ ଛୁଟି ଦିନ ବ୍ୟତୀତ ଅକ୍ଟୋବର 16 ତାରିଖ ଯାଏ ପ୍ରାର୍ଥୀ ମାନେ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିପାରିବେ । ପ୍ରାର୍ଥୀମାନେ ପୂର୍ବାହ୍ନ 11ଟାରୁ ଅପରାହ୍ନ 3ଟା ଭିତରେ ନାମାଙ୍କନପତ୍ର ଦାଖଲ କରିପାରିବେ। ପ୍ରାର୍ଥିପତ୍ର 17 ତାରିଖରେ ଯାଞ୍ଚ ହେବ।

ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

19ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯିବାର ଶେଷ ତାରିଖ ରହିଛି। ନଭେମ୍ବର 3 ତାରିଖରେ ଭୋଟ୍‌ ଗ୍ରହଣ ହେବ। ନଭେମ୍ବର 10 ତାରିଖରେ ଭୋଟ ଗଣତି ହେବ। ସେହିପରି କୋରୋନା ସମୟରେ କୋଭିଡ୍‌ ସେଫ୍‌ ନିର୍ବାଚନ କରିବାର ପ୍ରୟାସ କରାଯାଇଛି । ନାମାଙ୍କନପତ୍ର ଦାଖଲଠୁ ଆରମ୍ଭ କରି ଭୋଟ ଦେବା ପର୍ଯ୍ୟନ୍ତ କୋଭିଡ୍‌ ଗାଇଡ ଲାଇନ ଅନୁସାରେ ସବୁକିଛି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ନାମାଙ୍କନପତ୍ର ଦାଖଲ ବେଳେ ପ୍ରାର୍ଥୀ ସହିତ 2 ଜଣ ହିଁ ଯାଇପାରିବେ ଓ ଦୁଇଟି ଗାଡି ହିଁ ବ୍ୟବହାର କରିପାରିବେ ବୋଲି କୁହାଯାଇଛି । ସେହିପରି ମାସ୍କ ଓ ସାନିଟାଇଜର ବାଧ୍ୟତାମୂଳକ କରାଯାଇଛି । ଏହାସହ ପୋଷ୍ଟାଲ ବାଲେଟରେ ନୂଆ ବ୍ୟବସ୍ଥା ହୋଇଛି, ଦିବ୍ୟାଙ୍ଗ,ବୟସ୍କ ଓ କୋଭିଡ୍ ସସପେକ୍ଟ ପୋଷ୍ଟାଲ ବାଲେଟରେ ଭୋଟ ଦେଇପାରିବେ । ଏଥିପାଇଁ ଆପ୍ଲିକେସନ ଦେବାକୁ ପଡିବ । ଏହା ପରେ ତାଲିକା ତିଆରି କରାଯିବ । 20 ରୁ 30 ତାରିଖ ମଧ୍ୟରେ ଏମାନଙ୍କ ଭୋଟ ଗ୍ରହଣ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

ସେହିପରି ବଡ ରାଲି ପାଇଁ ଜିଲ୍ଲା ନିର୍ବାଚନ ଅଫିସରମାନେ ସ୍ଥାନ ଚୟନ କରିବେ । ସେଠାରେ ସମସ୍ତ ରାଜନୈତିକ ଦଳ ପ୍ରଚାର କରିବେ । ଅନ୍ୟପଟେ ସଭାସ୍ଥଳରେ କେତେ ଲୋକ ରହିବେ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ଏହାସହ ବୁଥ ସଂଖ୍ୟା 50 ପ୍ରତିଶତ ବଢାଯାଇଛି । ସମୟ ସୀମା ମଧ୍ୟ ବଢାଯାଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Oct 9, 2020, 1:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.