ETV Bharat / city

ଓଡିଶା ଦେଇ ଗଡିବ ପୂର୍ବତଟ ରେଳବାଇର ବୈଷ୍ଣୋଦେବୀ ତୀର୍ଥଯାତ୍ରୀ ସ୍ବତନ୍ତ୍ର ଟୁରିଷ୍ଟ ଟ୍ରେନ୍‌ - special tourist train for Vaishnodevi pilgrims

ଓଡ଼ିଶା ଦେଇ ମାତା ବୈଷ୍ଣୋଦେବୀ ତୀର୍ଥଯାତ୍ରୀ ପାଇଁ ସ୍ବତନ୍ତ୍ର ପର୍ଯ୍ୟଟକ ଟ୍ରେନ ସ୍ବଦେଶ ଦର୍ଶନ ଯାତ୍ରା କରିବ। ଭାରତୀୟ ରେଳବାଇ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ ଦ୍ୱାରା ସ୍ୱତନ୍ତ୍ର ପର୍ଯ୍ୟଟନ ପ୍ୟାକେଜ । ଅଧିକ ପଢନ୍ତୁ

ପୂର୍ବତଟ ରେଳପଥ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ସ୍ବଦେଶ ରେଳଯାତ୍ରା

author img

By

Published : May 19, 2022, 2:13 PM IST

ଭୁବନେଶ୍ବର: ଓଡ଼ିଶା ଦେଇ ମାତା ବୈଷ୍ଣୋଦେବୀ ତୀର୍ଥଯାତ୍ରୀ ପାଇଁ ସ୍ବତନ୍ତ୍ର ପର୍ଯ୍ୟଟକ ଟ୍ରେନ୍‌ ସ୍ବଦେଶ ଦର୍ଶନ ଯାତ୍ରା କରିବ । ଭାରତୀୟ ରେଳବାଇ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ ଦ୍ୱାରା ସ୍ୱତନ୍ତ୍ର ପର୍ଯ୍ୟଟନ ପ୍ୟାକେଜ । ଜୁଲାଇ 6 ରାତ୍ରି ଓ 7 ଦିନ ଯାତ୍ରା ତାରିଖ ସ୍ଥିର କରାଯାଇଛି । କାଟ୍ରା ଠାରେ ମାତା ବୈଷ୍ଣୋଦେବୀ, ଆଗ୍ରା ଠାରେ ତାଜମହଲ ଏବଂ ଦୁର୍ଗ, ମଥୁରାରେ କୃଷ୍ଣ ଜନ୍ମଭୂମି, ଅମୃତସରର ସ୍ବର୍ଣ୍ଣ ମନ୍ଦିର ଏବଂ ୱାଗା ସୀମା ସମେତ ପର୍ଯ୍ୟଟନ ସ୍ଥଳୀକୁ ପରିଭ୍ରମଣ କରାଇବ ପୂର୍ବତଟ ରେଳପଥ ।

ଓଡିଶାର ବ୍ରହ୍ମପୁର ଓ ସମ୍ବଲପୁର ଠାରେ ବୋର୍ଡିଂ ପଏଣ୍ଟ । ପ୍ୟାକେଜ୍ ଦେୟ ସମସ୍ତ କର ସହିତ ଷ୍ଟାଣ୍ଡାର୍ଡ କ୍ଲାସରେ ପ୍ରତ୍ୟକ ମାତ୍ର 16 ହଜାର 650 ରହିଛି । ସାଧାରଣ ଲୋକ ଅତ୍ୟନ୍ତ ସୁଲଭ ମୂଲ୍ୟରେ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ପର୍ଯ୍ୟଟନ ସ୍ଥାନ ପରିଦର୍ଶନ କରିବା ପାଇଁ ଅତି ବିରଳ ସୁଯୋଗ । ଏହି ପ୍ୟାକେଜ ଆବାସ ସ୍ଥାନ, ସଡ଼କ ପରିବହନ, ସ୍ଥାନୀୟ ପର୍ଯ୍ୟଟନ ସ୍ଥଳ ଦୃଶ୍ୟ ଦେଖିବା, ସାକାହାରୀ ଭୋଜନ (ଜଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ), ଆଇଆରସିଟିସି ଟୁର୍ ଏସକର୍ଟ ଏବଂ ଟ୍ରାଭେଲ୍ ଇନସୁରାନ୍ସ ସହିତ ଅନ୍ତର୍ଭୂକ୍ତ।

ଭୁବନେଶ୍ୱର ସ୍ଥିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (IRCTC) ଜୁଲାଇ 2022ରେ ସ୍ୱତନ୍ତ୍ର ପର୍ଯ୍ୟଟନ ପ୍ୟାକେଜ୍ “ସ୍ଵଦେଶ ଦର୍ଶନ ସହିତ ମାତା ବୈଷ୍ଣୋଦେବୀ ଦର୍ଶନ” ଆୟୋଜନ କରିଛି । 6 ରାତ୍ରି ଏବଂ 7 ଦିନ ଯାତ୍ରା ସହିତ ସ୍ଵଦେଶ ଦର୍ଶନ। ଏହି ପ୍ୟାକେଜରେ ରାତ୍ରୀ ଆବାସ (ଛାତ୍ରାବାସ / ହଲ୍ / ବଜେଟ୍ ହୋଟେଲ), ଦର୍ଶନୀୟ ସ୍ଥାନ, ଜଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ, ଟୁର୍ ଏସକର୍ଟ ଏବଂ ସୁରକ୍ଷା ବ୍ୟବସ୍ଥା, ଭ୍ରମଣ ବୀମା ଏବଂ ପାର୍କିଂ ଏବଂ ଟୋଲ୍ ଚାର୍ଜ ଇତ୍ୟାଦି ଅନ୍ତର୍ଭୁକ୍ତ ରହିବ ।

ଏହି ଅଞ୍ଚଳର ଯାତ୍ରୀମାନେ ଧାର୍ମିକ ସ୍ଥାନ ଏବଂ ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ବୋର୍ଡିଂ ପଏଣ୍ଟ ଓଡିଶାରୁ ବ୍ରହ୍ମପୁର ଓ ସମ୍ବଲପୁରଠାରୁ ଉତ୍ତର ଭାରତର ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ସର୍ବନିମ୍ନ ମୂଲ୍ୟରେ ଭ୍ରମଣ କରିବାକୁ ଉପରୋକ୍ତ ପର୍ଯ୍ୟଟନ ପ୍ୟାକେଜ୍ ସିଷ୍ଟମ ଉପଯୋଗ କରିପାରିବେ । ଏହା ବ୍ୟତୀତ, ଭୁବନେଶ୍ୱର ସ୍ଥିତ IRCTC ଆଞ୍ଚଳିକ କାର୍ଯ୍ୟାଳୟ ମଧ୍ୟ ଚାରିଧାମ ଯାତ୍ରା (11 ରାତି ଏବଂ 12 ଦିନ) ପାଇଁ ସବୁଠାରୁ ଶସ୍ତା ଘରୋଇ ବିମାନ ଯାତ୍ରା ପ୍ୟାକେଜ୍ ପ୍ରଦାନ କରୁଛି ।

ଘରୋଇ ବିମାନ ଯାତ୍ରା ପ୍ୟାକେଜ୍ ବହୁତ ଭଲ ଭାବରେ ପରିକଳ୍ପିତ, ସ୍ୱଳ୍ପ ଅର୍ଥ ପାଉଣା ଏବଂ ଏହା ଭୁବନେଶ୍ୱରରୁ ବିମାନ ଯାତ୍ରା ଟିକେଟ ପାଉଣା ସହିତ ହୋଟେଲ ରହଣି, ଖାଦ୍ୟ, ସ୍ଥାନୀୟ ପର୍ଯ୍ୟଟନ ସ୍ଥଳ ଦୃଶ୍ୟ ଦେଖିବା, ଶୀତତାପ ନିୟନ୍ତ୍ରିତ ଯାନରେ ଗାଡିଭଡା ଦେୟ ଏବଂ ଅନ୍ୟାନ ସେବା କର ଅନ୍ତର୍ଭୁକ୍ତ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.