ETV Bharat / city

ରେଳ ଯାତ୍ରୀଙ୍କ ପାଇଁ ପାସ୍‌ ରୂପେ ବ୍ୟବହାର ହେବ ଇ-ଟିକେଟ

author img

By

Published : May 13, 2020, 8:06 PM IST

ରେଳ ଯାତ୍ରୀଙ୍କ ପାଇଁ ଇ-ଟିକେଟ ହିଁ ପାସ୍‌ ଭାବେ କାର୍ଯ୍ୟ କରିବ । ଯାତ୍ରୀଙ୍କ ପାଖରେ ବୈଧ ଇ ଟିକେଟ୍‌ ଥିଲେ ତାଙ୍କୁ ଷ୍ଟେସନ ପର୍ଯ୍ୟନ୍ତ କେହି ଅଟକାଇବେ ନାହିଁ ବୋଲି SRC ପ୍ରଦୀପ ଜେନା କହିଛନ୍ତି ।

E-tickets
ରେଳ ଯାତ୍ରୀଙ୍କ ପାଇଁ ପାସ୍‌ ରୂପେ ବ୍ୟବହାର ହେବ ଇ-ଟିକେଟ

ଭୁବନେଶ୍ବର: ରେଳ ଯାତ୍ରୀଙ୍କ ପାଇଁ ଇ-ଟିକେଟ ହିଁ ପାସ୍‌ ଭାବେ କାର୍ଯ୍ୟ କରିବ । ଯାତ୍ରୀଙ୍କ ପାଖରେ ବୈଧ ଇ ଟିକେଟ୍‌ ଥିଲେ ତାଙ୍କୁ ଷ୍ଟେସନ ପର୍ଯ୍ୟନ୍ତ କେହି ଅଟକାଇବେ ନାହିଁ । ସେହିପରି ସେମାନେ ଷ୍ଟେସନରେ ପହଞ୍ଚିବା ପରେ ତାଙ୍କର ପ୍ରଥମେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ । ସୁସ୍ଥ ଥିଲେ ବା କୋରୋନାର କୌଣସି ଲକ୍ଷଣ ଦେଖାଯାଉନଥିଲେ ତାଙ୍କୁ ରେଳଯାତ୍ରା କରିବା ପାଇଁ ସୁଯୋଗ ଦିଆଯିବ ବୋଲି ଆଜି ପ୍ରେସ ବିବୃତିରେ କହିଛନ୍ତି SRC ପ୍ରଦୀପ ଜେନା ।

ତେବେ ଏହି ପରୀକ୍ଷା ସମୟରେ କୋରୋନା ଲକ୍ଷଣ ଦେଖାଯାଉଥିଲେ ସେମାନଙ୍କୁ କ୍ବାରେଣ୍ଟାଇନକୁ ପଠାଯିବ ବୋଲି ସେ ଦର୍ଶାଇଛନ୍ତି । ସେପଟେ ରାଜ୍ୟକୁ ବିମାନ ଓ ରେଳରେ ଆସୁଥିବା ଯାତ୍ରୀଙ୍କୁ ମଧ୍ୟ ବିମାନ ବନ୍ଦର ଓ ରେଳ ଷ୍ଟେସନରେ ପରୀକ୍ଷା କରାଯିବ । ଯେଉଁ ଯାତ୍ରୀଙ୍କର ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନଥିବ ତଥା ଯେଉଁ ଯାତ୍ରୀଙ୍କର କୋରୋନା ଲକ୍ଷଣ ଥିବ, ସେମାନଙ୍କୁ ଅନ୍ୟଯାତ୍ରୀଙ୍କ ଠାରୁ ଅଲଗା ରଖାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ବିଦେଶରୁ ଯେଉଁମାନେ ବିମାନ ଯୋଗେ ଓଡିଶା ଆସିବେ, ସେମାନେ ରାଜ୍ୟ ସରକାରଙ୍କର ପୋର୍ଟାଲରେ ନାମ ପଞ୍ଜିକରଣ କରିବା ଆବଶ୍ୟକ ରହିଛି। ପଞ୍ଜିକରଣରୁ କିମ୍ବା ଭାରତ ସରକାରଙ୍କ ଠାରୁ ବିମାନ ଯାତ୍ରୀଙ୍କ ତଥ୍ୟ ନିଆଯିବ। ଉକ୍ତ ତଥ୍ୟକୁ ଆଧାର କରି ଯାତ୍ରୀଙ୍କୁ ତାଙ୍କ ଜିଲ୍ଲାକୁ ପଠାଯିବ। ବିମାନ ଯୋଗେ ଭୁବନେଶ୍ବରରେ ଓହ୍ଲାଇଲା ବେଳେ ପ୍ରଥମ ପର୍ଯ୍ୟାୟରେ 20 ଜଣ ଗ୍ରୁପ ଭାବରେ ଓହ୍ଲାଯିବ। ସେମାଙ୍କୁ ଟେଷ୍ଟ କରାଯିବ। ଯାତ୍ରୀଙ୍କ ଠାରେ ଲକ୍ଷଣ ଦେଖାଦେଲେ ସେମାଙ୍କୁ ଅଲଗା କରାଯିବ। ସେମାନଙ୍କ ଉପରେ କଡା ନଜର ରଖିବେ ବିମାନ କର୍ତ୍ତୃପକ୍ଷ। ଯେଉଁମାନଙ୍କର ଲକ୍ଷଣ ନଥିବ ସେମାନେ ନିଜର ଗାଡି ସାହାଯ୍ୟରେ ଯାଇପାରିବେ। ନଚେତ ଓଲା, ଉବେର କିମ୍ବା ମୋ ବସ ମାଧ୍ୟମରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବେ।

ଘରେ ପହଞ୍ଚିବା ପରେ 28 ଦିନ କ୍ବାରେଣ୍ଟାଇନରେ ରହିବେ। ଯଦି କୌଣସି ବ୍ୟକ୍ତି ନିୟମ ଭାଙ୍ଗେ ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିମାନ ଯାତ୍ରୀଙ୍କ ତଥ୍ୟ ନେଇ ଜିଲ୍ଲା ଓ ଗାଁକୁ ଜଣାଇ ଦିଆଯିବ। ଟର୍ମିନାଲ ବାହାରେ ସ୍କ୍ରିନିଂ କରାଯିବ। ହାତରେ ଷ୍ଟାମ୍ପ ଲଗାଯିବ। କ୍ବାରେଣ୍ଟାଇନରେ ଥିବା ବ୍ୟକ୍ତିଙ୍କ ଘର ଆଗରେ ଷ୍ଟିକର ଲଗାଯିବ। ଯଦି କୌଣସି କୋରୋନା ଲକ୍ଷଣ ଦେଖାଯାଏ ତେବେ ହସ୍ପିଟାଲ ନଯାଇ 104କୁ ଫୋନ କରିବେ।

ବିମାନ ସେବା ସହ ରେଳ ସେବାରେ ମଧ୍ୟ ସମାନ ଢଙ୍ଗରେ ସୁରକ୍ଷା ଦିଆଯିବ। ଟ୍ରେନରେ ଆସି ବାଲେଶ୍ବର ଓ ଭୁବନେଶ୍ବରରେ ଓହ୍ଲାଇବାବେଳେ ଷ୍ଟେସନ ସମ୍ପୂର୍ଣ୍ଣ ଭାବରେ ସିଲ କରାଯିବ। ସେଠାରେ ପରୀକ୍ଷା କରାଯିବ ବୋଲି SRC ଦର୍ଶାଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.