ETV Bharat / city

ରାଜଧାନୀରେ ସ୍ବଚ୍ଛତାକୁ ନେଇ 'ଡଷ୍ଟବିନ ବଣ୍ଟନ' କାର୍ଯ୍ୟକ୍ରମ ଅନୁଷ୍ଠିତ - ଭୁବନେଶ୍ବର ଖବର

ଲୋକଙ୍କୁ 'ସ୍ବଚ୍ଛ ଭାରତ' ଅଭିଯାନରେ ସାମିଲ କରାଇବା ଉଦ୍ଦେଶ୍ୟରେ ମାରୱାଡି ଯୁବାମଞ୍ଚ ଅନୁଷ୍ଠାନ ପକ୍ଷରୁ 'ଡଷ୍ଟବିନ ବଣ୍ଟନ' କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟରେ ପାଖାପାଖି 30 ହଜାର ଡ଼ଷ୍ଟବିନ ବଣ୍ଟନ କରାଯିବ ।

ଫଟୋ ସୌଜନ୍ୟ :ପ୍ରତିନିଧି, ଭୁବନେଶ୍ବର
author img

By

Published : Oct 2, 2019, 12:37 AM IST

ଭୁବନେଶ୍ବର: ଅନେକ ସମୟରେ ଗାଡି ଚାଳକମାନେ ବିସ୍କୁଟ ଜରି, କଦଳୀ ଚୋପା, ଚୁଇଙ୍ଗମ ଭଳି ଅଳିଆ ଅବର୍ଜନା ରାସ୍ତା ପିଙ୍ଗି ଦିଅନ୍ତି । ଯଦ୍ବାରା ଅନ୍ୟ ପଥଚାରୀମାନେ ଏନେଇ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏଥିସହିତ ପରିବେଶ ମଧ୍ୟ ଅପରିଷ୍କାର ହୋଇଥାଏ । ଏହି କ୍ରମରେ ଲୋକଙ୍କୁ 'ସ୍ବଚ୍ଛ ଭାରତ' ଅଭିଯାନରେ ସାମିଲ କରାଇବା ଉଦ୍ଦେଶ୍ୟରେ ମଙ୍ଗଳବାର ମାରୱାଡି ଯୁବାମଞ୍ଚ ଅନୁଷ୍ଠାନ ପକ୍ଷରୁ 'ଡଷ୍ଟବିନ ବଣ୍ଟନ' କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଭିଡିଓ ସୌଜନ୍ୟ :ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର ଏଜି ଛକ ଠାରୁ ଟ୍ରାଫିକ ଏସିପି କିଶୋର କୁମାର ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି କ୍ରମରେ ସାରା ରାଜ୍ୟରେ ପାଖାପାଖି 30 ହଜାର ଡ଼ଷ୍ଟବିନ ବଣ୍ଟନ କରାଯିବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ମୁନା ଲାଲ ଅଗ୍ରୱାଲ କହିଛନ୍ତି । ଆୟୋଜିତ ଡଷ୍ଟବିନ ବଣ୍ଟ କାର୍ଯ୍ୟକ୍ରମରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ରମାଶଙ୍କର ରୁଙ୍ଗଟା, ଭାଗ୍ୟଶ୍ରୀ ଅଗ୍ରୱାଲ, ଅରୁଣ ଅଗ୍ରୱାଲ, ଆଶିଷ ରାମ ପ୍ରମୁଖ ଉପସ୍ଥିତ ଥିଲେ । ଲୋକମାନଙ୍କୁ ସଚେତନ କରିବା ସହିତ ସ୍ବଚ୍ଛ ଭାରତ ଅଭିଯାନରେ ସାମିଲ ହୋଇ ପରିବେଶ ସୁରକ୍ଷାରେ ନିୟୋଜିତ ହେବାକୁ ନିବେଦନ କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ରାସ୍ତାରେ ଗାଡି ଚଳାଳିମାନେ ଅନେକ ସମୟରେ ବିସ୍କୁଟ ଜରି,କଦଳୀ ଚୋପା,ଚୁଇଗମ ଭଳି ଅଳିଆ ଆବର୍ଜନା ରାସ୍ତାରେ ଫିଙ୍ଗି ଦିଅନ୍ତି।ଯାହାକି ଏହା ଅନ୍ୟ ଯାତ୍ରୀମାନଙ୍କୁ ଅନେକ ସମୟରେ ଅସୁବିଧାରେ ପକାଇବା ସହିତ ପରିବେଶ କୁ ଅପରିଷ୍କାର କରିଥାଏ।ତେଣୁ ଲୋକମାନଙ୍କୁ ସ୍ୱଚ୍ଛଭାରତ ଅଭିଯାନରେ ସାମିଲ କରିବା ଉଦେଶ୍ୟରେ ମାରବାଡି ଯୁବାମଞ୍ଚ ପକ୍ଷରୁ ଗାଡି ଚାଳକମାନଙ୍କୁ ଡ଼ଷ୍ଟବିନ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

Body:ଭୁବନେଶ୍ୱର ଏଜି ଛକ ଠାରୁ ଏହା କୁ ଟ୍ରାଫିକ ଏସିପି କିଶୋର କୁମାର ପାଣିଗ୍ରାହୀ ଶୁଭାରମ୍ଭ କରିଛନ୍ତି।ଏହି କ୍ରମରେ ସାରା ରାଜ୍ୟରେ ଅନୁଷ୍ଠାନ ପକ୍ଷରୁ ପାଖାପାଖି 30ହଜାର ଡ଼ଷ୍ଟବିନ ବଣ୍ଟନ କରାଯିବ ବୋଲି ଏହାର ଅଧ୍ୟକ୍ଷ ମୁନା ଲାଲ ଅଗ୍ରୱାଲ କହିଛନ୍ତି।ଏଥିରେ ବରିଷ୍ଠ ସଦସ୍ୟ ରମା ଶଙ୍କର ରୁଙ୍ଗଟା,ଭାଗ୍ୟଶ୍ରୀ ଅଗ୍ରୱାଲ ,ଅରୁଣ ଅଗ୍ରୱାଲ,ଆଶିଷ ରାମ ପ୍ରମୁଖ ଉପସ୍ଥିତ ରହି ଲୋକମାନଙ୍କୁ ସଚେତନ କରିବା ସହିତ ସ୍ୱଛଭାରତ ଅଭିଯାନ ରେ ସାମିଲ ହୋଇ ପରିବେଶ ସୁରକ୍ଷା ରେ ନିୟୋଜିତ ହେବାକୁ ନିବେଦନ କରିଛନ୍ତି।
ବାଇଟ-ମୁନା ଲାଲ ଅଗ୍ରୱାଲ-ଅଧ୍ୟକ୍ଷ-ମାରବାଡି ଯୁବା ମଞ୍ଚ,ଭୁବନେଶ୍ୱର ଶାଖା
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.