ETV Bharat / city

ଜେପି ନଡ୍ଡାଙ୍କ ଓଡ଼ିଶା ଗସ୍ତ, ବିଭିନ୍ନ କାର୍ଯ୍ୟକ୍ରମ ନେଇ ସୂଚନା ଦେଲେ ଦୁଷ୍ମନ୍ତ ଗୌତମ

author img

By

Published : Sep 19, 2022, 10:16 PM IST

ସେପ୍ଟେମ୍ବର ୨୯ ଓ ୩୦ତାରିଖରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା (Jagat Prakash Nadda to Visit Odisha) । ଏନେଇ ରହିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଦୁଷ୍ମନ୍ତ କୁମାର ଗୌତମ । ଅଧିକ ପଢ଼ନ୍ତୁ

ଜେପି ନଡ୍ଡାଙ୍କ ଓଡ଼ିଶା ଗସ୍ତ, ବିଭିନ୍ନ କାର୍ଯ୍ୟକ୍ରମ ନେଇ ସୂଚନା ଦେଲେ ଦୁଷ୍ମନ୍ତ ଗୌତମ
ଜେପି ନଡ୍ଡାଙ୍କ ଓଡ଼ିଶା ଗସ୍ତ, ବିଭିନ୍ନ କାର୍ଯ୍ୟକ୍ରମ ନେଇ ସୂଚନା ଦେଲେ ଦୁଷ୍ମନ୍ତ ଗୌତମ

ଭୁବନେଶ୍ବର: ଆସନ୍ତା ୨୯ ତାରିଖରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା (Jagat Prakash Nadda to Visit Odisha) । ଏହା ପୂର୍ବରୁ ବିଭିନ୍ନ କାର୍ଯ୍ୟକ୍ରମ ନେଇ ସ୍ଥିତି ସମୀକ୍ଷା କରୁଛନ୍ତି ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଦୁଷ୍ମନ୍ତ କୁମାର ଗୌତମ । ତେବେ ଜେପି ନଡ୍ଡା ଓଡ଼ିଶା ଗସ୍ତ ଅବସରରେ ବିଭିନ୍ନ ବୁଥକୁ ଯାଇ ଦଳୀୟ ସଂଗଠନର ସମୀକ୍ଷା କରିବେ ବୋଲି ସୂଚନା ଦେଇଛନ୍ତି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ।

ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା (Jagat Prakash Nadda to Visit Odisha) । ଚଳିତ ସେପ୍ଟେମ୍ବର ୨୯ ଓ ୩୦ ତାରିଖରେ ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି ଜେପି ନଡ୍ଡା । ତେବେ ଏହା ପୂର୍ବରୁ ଓଡ଼ିଶାରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମ ନେଇ ସ୍ଥିତି ସମୀକ୍ଷା କରୁଛନ୍ତି ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଦୁଷ୍ମନ୍ତ କୁମାର ଗୌତମ । ସୂଚନା ଅନୁସାରେ ଏହି ଦୁଇ ଦିନିଆ ଓଡିଶା ଗସ୍ତ ସମୟରେ ରାଜ୍ୟରେ ସାଙ୍ଗଠନିକ ସ୍ଥିତିର ସମୀକ୍ଷା କରିବେ ନଡ୍ଡା । ଜନତା ମଇଦାନରେ ମଧ୍ୟ 25000 ହଜାର ଦଳୀୟ କାର୍ଯ୍ୟକର୍ତାଙ୍କୁ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦେବେ ମନ୍ତ୍ର । ଏହାସହ ସଙ୍ଗଠନର ପ୍ରମୁଖ ପଦାଧିକାରୀଙ୍କ ସହ ମଧ୍ୟ କରିବେ ଆଲୋଚନା । ବୁଦ୍ଧିଜୀବୀ ସମ୍ମଳିନୀ କରିବା ସହ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ପୁରୀ, କଟକ ଓ ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ୟକ୍ରମ ରହିଥିବାର ସୂଚନା ଦେଇଛନ୍ତି ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଦୁଷ୍ମନ୍ତ କୁମାର ଗୌତମ ।

୨୦୨୪ ପାଇଁ ବିଜେପିର ଜୋରଦାର ପ୍ରସ୍ତୁତି ଚାଲିଛି । ବିଜେପିର ଫୋକସରେ ପଶ୍ଚିମବଙ୍ଗ ଓ ଓଡିଶା ରହିଛି । ଏପଟେ ପୁରୀରେ ଦଳର 3 ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ତେବେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ସୁନୀଲ ବଂଶଲ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିଲେ । ଓଡିଶାର ବିଜେପି ପ୍ରଭାରୀ ଭାବେ ଦାୟିତ୍ବ ନେବା ପରେ ବଂଶଲଙ୍କ ଏହା ପ୍ରଥମ ଗସ୍ତ ଥିଲା । ସେହିପରି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ମଧ୍ୟ ଓଡିଶା ଆସି ପ୍ରଶିକ୍ଷଣ ଶିବିରରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.