ETV Bharat / city

ଦୁର୍ଗାପୂଜା ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ: ବିନା ଡିଜେରେ ଭସାଣୀ - ଦୁର୍ଗାପୂଜା ପ୍ରସ୍ତୁତି ବୈଠକ

ଦୁର୍ଗାପୂଜା ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ । ସୁରକ୍ଷା, ଶବ୍ଦ ପ୍ରଦୂଷଣ, ଅଗ୍ନି ନିରାପତ୍ତା ଏବଂ ପ୍ଲାଷ୍ଟିକ ମୁକ୍ତ ପୂଜା ପାଇଁ ବୈଠକରେ ସବିଶେଷ ସୂଚନା ରଖିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।

ଡିଜାଇନ ଫଟୋ
author img

By

Published : Sep 11, 2019, 2:04 AM IST

Updated : Sep 11, 2019, 2:27 AM IST

ଭୁବନେଶ୍ବର: ଆଗକୁ ଆସୁଛି ଦଶହରା । ଦ୍ବୈତ ନଗରୀରେ କିଭଳି ପୂଜା ସୁରୁଖୁରୁରେ ପୂଜା ପାଳିତ ହେବ ସେନେଇ, ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି । ମୁଖ୍ୟତଃ ସୁରକ୍ଷା, ଶବ୍ଦ ପ୍ରଦୂଷଣ, ଅଗ୍ନି ନିରାପତ୍ତା ଏବଂ ପ୍ଲାଷ୍ଟିକ ମୁକ୍ତ ପୂଜା ପାଳନ ପାଇଁ ବୈଠକରେ ସବିଶେଷ ସୂଚନା ରଖିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।

ଏହି ବୈଠକରେ କମିଶନରରେଟ ପୋଲିସର ବରିଷ୍ଠ ପଦାଧିକାରୀ, ଦୁର୍ଗାପୂଜା କମିଟି ମାନଙ୍କର ପ୍ରତିନିଧି, ଭୁବନେଶ୍ବର ଏକାମ୍ର, ମଧ୍ୟ, ଉତ୍ତର ବିଧାୟକ ଏବଂ ବରିଷ୍ଠ ନାଗରିକଙ୍କୁ ନେଇ ଭୁବନେଶ୍ବର କମିଶନରେଟ ପୋଲିସରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏଥର ପୂଜାରେ ଡିଜେ ବାଜିବା ଉପରେ କଟକଣା ଲଗାଇଲା କମିଶନରେଟ ପୋଲିସ । ୪ଟି ବକ୍ସ ଏବଂ ୪ଟି ଚୁଙ୍ଗା ବ୍ୟବହାର କରିବେ ପୂଜା କମିଟି । ପାରମ୍ପରିକ ବାଦ୍ୟ ଯନ୍ତ୍ରରେ ଭାଷାଣୀ କରିବା ନେଇ ସର୍ବସମତି କ୍ରମେ ନିଷ୍ପତ୍ତି ନିଆଯାଇଛି । ସେହିଭଳି ପୂଜା ସମୟରେ ବିଦ୍ୟୁତ ତାର ଉପରେ ନଜର ଦେବାକୁ ପରାମର୍ଶ ଦିଆଯାଇଛି । ପ୍ଲାଷ୍ଟିକ ମୁକ୍ତ କରାଯିବା ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ପ୍ରତ୍ୟକ ବଡ ବଡ ମଣ୍ଡପରେ ସିସି ଟିଭି କ୍ୟାମେରା ଲଗାଇବା ଉପରେ ଗୁରୁତ୍ବ ଦେଇଛନ୍ତି ପୋଲିସ କମିଶନର ।

ଦୁର୍ଗାପୂଜା ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ

ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ସୂଚନା ଅନୁସାରେ, ପ୍ରତ୍ୟକ ପୂଜାମଣ୍ଡପ ୩ ଜଣ ଶୃଙ୍ଖଳିତ ଯୁବକଙ୍କ ନାଁ ସୁପାରିଶ କ୍ରମେ ସେମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯିବ । ସେମାନେ ପୂଜା ମଣ୍ଡପରେ ଶୃଙ୍ଖଳିତ ଦର୍ଶନ, ଏଣ୍ଟରଟେନମେଣ୍ଟ କାର୍ଯ୍ୟକ୍ରମ ,ଲୋକଙ୍କ ସୁରକ୍ଷାକୁ ନଜର ଦେବା ଦିଗରେ କାମ କରିବେ ।

ଭାଷାଣୀରେ ଆଉ ଡିଜେ ବାଜିବ ନାହିଁ । ପ୍ରତ୍ୟକ ପୂଜା ମଣ୍ଡପରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇଛି । ଲୋକଙ୍କ ସୁରକ୍ଷା,ପ୍ରଦୂଷଣ ମୁକ୍ତ ପୂଜା,ପ୍ଲାଷ୍ଟିକ ମୁକ୍ତ ପୂଜା, ଶବ୍ଦ ପ୍ରଦୂଷଣ ଉପରେ ବିଶେଷ ଧ୍ୟାନ ଦିଆଯିବ ଏବଂ ୫ଟି ସ୍ଥାନରେ ରାବଣ ପୋଡି ସମୟରେ ଯେଭଳି କୌଣସି ଅଘଟଣ ନହୁଏ ତା ଉପରେ ବିଶେଷ ଧ୍ୟାନ ଦେବା ପାଇଁ କହିଛନ୍ତି ପୋଲିସ କମିଶନର ।

ରାଜଧାନୀରେ ଛୋଟ ବଡ ହୋଇ ୧୭୨ ଟି ପୂଜା ମଣ୍ଡପ ରହିଛି । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ରାଜଧାନୀରେ ଅଧିକ ସଂଖ୍ୟାକ ପୋଲିସ ମୁତୟନ ହେବା କଥା କହିଛନ୍ତି ପୋଲିସ କମିଶନର । ବୈଠକରେ ପୂଜାକୁ କିଭଳି ଭାବରେ ଶାନ୍ତି ଶୃଙ୍ଖଳାର ସହ ସମ୍ପାଦିତ କରାଯାଇପାରିବ ସେ ନେଇ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାଏ, ଇଟିଭି ଭାରତ

Intro:ରାଜଧାନୀ ଭୁବନେଶ୍ବରରେ ଦୁର୍ଗାପୂଜା ଏବଂ ଭାଷାଣି ନେଇ ପୋଲିସ କମିଶନରେଟରେ ପ୍ରସ୍ତୁତି ବୈଠକ।

Body:ଦୁର୍ଗାପୂଜା ନେଇ କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ।ମୁଖ୍ୟତଃ ସୁରକ୍ଷା,ଶବ୍ଦ ପ୍ରଦୂଷଣ,ଅଗ୍ନିନିରାପତା ଏବଂ ପ୍ଲାଷ୍ଟିକ ମକ୍ତ ପୂଜା କୁ ନେଇ ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ, କମିଶନରରେଟ ପୋଲିସର ବରିଷ୍ଠ ପଦାଧିକାରୀ,ଦୁର୍ଗାପୂଜା କମିଟି ମାନଙ୍କର ପ୍ରତିନିଧି,ଭୁବନେଶ୍ୱର ଏକାମ୍ର,ମଧ୍ୟ,ଉତ୍ତର ବିଧାୟକ ଏବଂ ବରିଷ୍ଠ ନାଗରିକ ମାନଙ୍କୁ ନେଇ ମଙ୍ଗଳବାର ଭୁବନେଶ୍ୱର କମିଶନରେଟ ପୋଲିସରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।ଏଥର ପୂଜାରେ ଡିଜେ ବାଜିବା ଉପରେ କଟକଣା ଲଗାଇଲା କମିଶନରେଟ ପୋଲିସ।୪ଟି ବକ୍ସ ଏବଂ ୪ଟି ଚୁଙ୍ଗା ବ୍ୟବହାର କରିବେ ପୂଜାମଣ୍ଡପ।ପାରମ୍ପରିକ ବାଦ୍ୟ ଯନ୍ତ୍ରରେ ଭାଷାଣି କରିବା ନେଇ ସର୍ବସମତି କ୍ରମେ ନିଷ୍ପତ୍ତି ।ପୂଜା ସମୟରେ ବିଦ୍ୟୁତ ତାର ଉପରେ ନଜର ଦେବାକୁ ପରାମର୍ଶ ଦିଆଯାଇଛି।ପ୍ଲାଷ୍ଟିକ ମୁକ୍ତ କରାଯିବା ନେଇ ନିଷ୍ପତ୍ତି।ପ୍ରତ୍ୟକ ବଡ ବଡ ମଣ୍ଡପରେ ସିସି ଟିଭି କ୍ୟାମେରା ଲାଗିବ । ନେଇ ଗୁରୁତ୍ୱ।

ଭୁବନେଶ୍ୱର କଟକ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ସୂଚନା ଅନୁସାରେ ପ୍ରତ୍ୟକ ପୂଜାମଣ୍ଡପ ୩ ଜଣ ଶୃଙ୍ଖଳିତ ଯୁବକଙ୍କ ନାଁ ସୁପାରିଶ କ୍ରମେ ସେମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ।ସେମାନେ ପୂଜାମଣ୍ଡପରେ ଶୃଙ୍ଖଳିତ ଦର୍ଶନ,ଏଣ୍ଟରଟେନମେଣ୍ଟ କାର୍ଯ୍ୟକ୍ରମ ,ଲୋକଙ୍କ ସୁରକ୍ଷା କୁ ନଜର ଦେବେ।।ଭାଷାଣିରେ ଆଉ ଡିଜେ ବାଜୀବନୀ।ପ୍ରତ୍ୟକ ପୂଜା ମଣ୍ଡପରେ ଅଗ୍ନିନିର୍ବାପକ ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇଛି।ଲୋକଙ୍କ ସୁରକ୍ଷା,ପ୍ରଦୂଷଣ ମୁକ୍ତ ପୂଜା,ପ୍ଲାଷ୍ଟିକ ମୁକ୍ତ ପୂଜା ଶବ୍ଦ ପ୍ରଦୂଷଣ ଉପରେ ବିଶେଷ ଧ୍ୟାନ ଦିଆଯିବ ଏବଂ ୫ଟି ରାବଣପୋଡିରେ ଯେମିତି କୌଣସି ଅଘଟଣ ନହୁଏ ତା ଉପରେ ବିଶେଷ ଧ୍ୟାନ ଦିଆଜିବ।

ଭୁବନେଶ୍ୱରରେ ଦୁର୍ଗାପୂଜାରେ ଛୋଟ ବଡ ହୋଇ ୧୭୨ ଟି ପୂଜା ମଣ୍ଡପ ରହିଛି।ପୂଜାକୁ କିଭଳି ଭାବେ ଶାନ୍ତି ଶୃଙ୍ଖଳାରେ କରାଯାଇପାରିବ ସେ ନେଇ ବିସ୍ତୃତ ଆଲୋଚନା ହୋଇଛି।ବିଶେଷକରି ସୁରକ୍ଷିତ ଦର୍ଶନ,ପ୍ଲାଷ୍ଟିକକୁ ବର୍ଜନ,ଶବ୍ଦ ପ୍ରଦୂଷଣ ଉପରେ ଆଲୋଚନା ହେଲା। ଅଧିକ ସଂଖ୍ୟକ ପୋଲିସ ମୁତୟନ ହେବେ।ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯିବ ବୋଲି ଭୁବନେଶ୍ବର

Conclusion:
Last Updated : Sep 11, 2019, 2:27 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.