ETV Bharat / city

ରାଜଧାନୀରେ ପୂଜା ପ୍ରସ୍ତୁତି, ଜଗିବେ ବନ୍ଧୁକଧାରୀ ପୋଲିସ - ସୁରକ୍ଷା ବ୍ୟବସ୍ଥାକୁ କଡାକଡି

ଆସୁଛି ମାଆ ଦୁର୍ଗତି ନାଶିନୀଙ୍କ ପୂଜା । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂଜା ପେଣ୍ଡାଲ ସହ ସହର ଭିତରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି କମିସନରେଟ ପୋଲିସ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 2, 2019, 4:51 AM IST

ଭୁବନେଶ୍ବର: ପୂଜା ପାଇଁ ପ୍ରସ୍ତୁତ କମିସନରେଟ ପୋଲିସ। ଏହାକୁ ଦୃଷ୍ଟିରେ ରଖି ପୂଜା ପେଣ୍ଡାଲ ସହ ସହର ଭିତରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି। ଏନେଇ ସ୍ବତନ୍ତ୍ର ଆଡଭାଇଜାରି ଜାରି କରାଯିବା ସହ ରାଜଧାନୀରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି ।

ରାଜଧାନୀରେ ୧୭୪ଟି ଛୋଟବଡ ପୂଜା ମଣ୍ଡପରେ ରହିବ ସ୍ବତନ୍ତ୍ର ନଜର। ଏଥିପାଇଁ ଲାଇସେନ୍ସ ସେଲ ପକ୍ଷରୁ ପୂଜା ମଣ୍ଡପକୁ ଅନୁମତି ଦିଆଯାଇଛି। ଅପରାଧି ଓ ଅପରାଧ ନିୟନ୍ତ୍ରଣ ପାଇଁ ପଇଁତରା ମାରିବେ ସ୍ପେଶାଲ ଟାକ୍ଟିକାଲ ୟୁନିଟ,କାଉଣ୍ଟର ଟେରୋରିଷ୍ଟ ସ୍କ୍ବାଡ ସହ ସ୍ପେଶାଲ ସ୍କ୍ବାଡ ଓ କୁଇକ ଆକ୍ସନ ଟିମ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ପିସିଆର ପାଟ୍ରୋଲିଂକୁ ସ୍ବତନ୍ତ୍ର ଢାଞ୍ଚାରେ ମୁତୟନ କରାଯିବ। ତୁରନ୍ତ ଅପରାଧିକୁ ଧରିବା ଓ ନିୟନ୍ତ୍ରଣ ପାଇଁ ସିସିଟିଭି କ୍ୟାମେରା ବିଭିନ୍ନ ସ୍ଥାନରେ ଲଗା ଯାଇଛି। ଏହାସହ ଚାନ୍ଦି ମେଢ ନିକଟରେ ବନ୍ଧୁକଧାରି ପୋଲିସ କର୍ମଚାରି ମୁତୟନ ରହିବେ।

ଏହାସହ ଟ୍ରାଫିକ ନିୟନ୍ତ୍ରଣ ପାଇଁ ରହିବ ସ୍ବତନ୍ତ୍ର ବ୍ୟବସ୍ଥା ଏଥିପାଇଁ ପ୍ରସ୍ତୁତ କରାଯାଇଛି ବ୍ଲୁପ୍ରିଣ୍ଟ। ଶବ୍ଦ ପ୍ରଦୁଷଣ ରୋକିବାକୁ ଚଳିତଥର ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି । ତେବେ ୫ଟି ସ୍ଥାନରେ ରାବଣ ପୋଡି ପାଇଁ ଅନୁମତି ଦେବାକୁ ଯୋଜନା ରହିଥିବାବେଳେ କମିସନରେଟ ପୋଲିସର ସ୍ବତନ୍ତ୍ର ଟିମ ଭେରିଫେକସନ ପରେ ଅନୁମତି ଦିଆଯିବ ବୋଲି ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ରାଜଧାନୀରେ ପୁଜା ପ୍ରସ୍ତୁତି,
ଜଗିବେ ବନ୍ଧୁକଧାରୀ ପୋଲିସBody:

ପୁଜା ପାଇଁ ପ୍ରସ୍ତୁତ କମିସନରେଟ ପୋଲିସ।ପୁଜା ପେଣ୍ଡାଲ ସ ସହର ଭିତରେ ସୁରକ୍ଷା କଡାକଡି ପାଇଁ ପୋଲିସ ତୟାର।ରାଜଧାନୀରେ ୧୭୪ଟି ଛୋଟ ବଡ ପୁଜାମଣ୍ଡପରେ ରହିବ ସ୍ବତନ୍ତ୍ର ନଜର। ଏଥିପାଇଁ ଲାଇସେନ୍ସ ସେଲ ପକ୍ଷରୁ ପୁଜାମଣ୍ଡପକୁ ଦିଆଯାଇଛି ଅନୁମତି। ସୁରକ୍ଷା ଦୃଷ୍ଟିରେ ରାଜଧାନୀରେ ମୁତୟନ ହେବେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ।ଅପରାଧି ଓ ଅପରାଧ ନିୟନ୍ତ୍ରଣ ପାଇଁ ପଇଁତରା ମାରିବେ ସ୍ପେଶାଲ ଟାକ୍ଟିକାଲ ୟୁନିଟ,କାଉଣ୍ଟର ଟେରୋରିଷ୍ଟ ସ୍କ୍ବାଡ ସହ ସ୍ପେଶାଲ ସ୍କ୍ବାଡ ଓ କୁଇକଆକ୍ସନ ଟିମ।ପିସିଆର ପାଟ୍ରୋଲିଂ କୁ ସ୍ବତନ୍ତ୍ର ଢାଂଚାରେ ମୁତୟନ କରାଯିବ।ତୁରନ୍ତ ଅପରାଧିକୁ ଧରିବା ଓ ନିୟନ୍ତ୍ରଣ ପାଇଁ କ୍ଯାମେରା ବିଭିନ୍ନ ସ୍ଥାନରେ ଆଲର୍ଟ ରହିଛି।ଚାନ୍ଦି ମେଢ ନିକଟରେ ମୁତୟନ ହେବେ ବନ୍ଧୁକଧାରି ପୋଲିସ କର୍ମଚାରି।ସ୍ପେଶାଲ ପୋଲିସ ଅଫିସର ମଧ୍ଯ ପୁଜା ମଣ୍ଡପ ନିକଟରେ ତୟାର ରହିବେ।
ଟ୍ରାଫିକ ନିୟନ୍ତ୍ରଣ ପାଇଁ ରହିବ ସ୍ବତନ୍ତ୍ର ବ୍ଯବସ୍ଥା ଏଥିପାଇଁ ଚାଲିଛି ବ୍ଲୁପ୍ରିଣ୍ଟ। ଏନେଇ ପୁଜା ପୁର୍ବରୁ ସ୍ବତନ୍ତ୍ର ଆଡଭାଇଜାରି ଜରିଆରେ ସୁଚନା ଦିଆଯିବ।ଶବ୍ଦ ପ୍ରଦୁଷଣ ରୋକିବାକୁ ଏଥର ନିଆଯାଇଛି ସ୍ବତନ୍ତ୍ର ପଦକ୍ଷେପ।୬୫ ଡେସିମଲରୁ ଅଧିକ ଜୋରରେ ମାଇକ ବାଜିଲେ ସାଉଣ୍ଡ ମିଟର ଲଗାଇ ଟେଷ୍ଟ କରି ଜବତ କରିବ ଡିଜେ ବକ୍ସ।ଉଭୟ ଭଷାଣି ଓ ପୁଜା ମଣ୍ଡପ ପାଇଁ ଏନେଇ ପୁର୍ବରୁ ଦିଆଯାଇଛି ନିର୍ଦେଶ।। ତେବେ ୫ଟି ସ୍ଥାନରେ ରାବଣ ପୋଡି ପାଇଁ ଏଥପ ଅନୁମତି ଦେବାକୁ ଯୋଜନା ରହିଛି। ଏନେଇ କମିସନରେଟ ପୋଲିସର ସ୍ବତନ୍ତ୍ର ଟିମ ଭେରିଫେକସନ ପରେ ଦିଆଯିବ ଅନୁମତି।
Conclusion:ବାଇଟ-ଅନୁପସାହୁ,ଡିସିପି ଭୁବନେଶ୍ବର
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.