ETV Bharat / city

ବର୍ଷା ଅଭାବରେ ମରୁଡି ସ୍ଥିତି, ବିଧାନସଭାରେ ଉଠିଲା ପ୍ରସଙ୍ଗ - ମରୁଡି ସ୍ଥିତି

ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଭାବିକ ଠାରୁ ଖୁବ କମ ବର୍ଷା ହୋଇଛି ଚଳିତ ବର୍ଷ, ଯାହାଫଳରେ ଉପୁଜିଛି ମରୁଡି ପରିସ୍ଥିତି । ତେବେ ଏନେଇ ବିଧାନସଭାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଭୋଗରାଇ ବିଧାୟକ ଅନନ୍ତ ଦାସ ।

ଫଟୋ ସୌଜନ୍ୟ: ବ୍ୟୁରୋଚିଫ, ଭୁବନେଶ୍ବର
author img

By

Published : Jul 17, 2019, 6:56 PM IST

ଭୁବନେଶ୍ବର: ଓଡିଶାରେ ଶୁଭିଲାଣି ମରୁଡିର ପଦଧ୍ବନୀ । ମୌସୁମୀ ଆରମ୍ଭ ହୋଇଯାଇଥିଲେ ବି ପର୍ଯ୍ୟାପ୍ତ ପରିମାଣର ବର୍ଷା ହେଉନି । ତେଣୁ କିଛି ଅଞ୍ଚଳରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ବୁଧବାର ଭୋଗରାଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କ ହସ୍ତକ୍ଷେପ ଦାବି କରିଛନ୍ତି ।

ଭିଡିଓ ସୌଜନ୍ୟ: ବ୍ୟୁରୋଚିଫ, ଭୁବନେଶ୍ବର

ଭୋଗରାଇର ଉଦାହାରଣ ଦେଇ ସେ କହିଥିଲେ ଯେ, ଗତ 2016 ଜୁନରୁ ଜୁଲାଇ 15 ତାରିଖ ମଧ୍ୟରେ ଭୋଗରାଇରେ 244.45 ମିଲିମିଟର ବର୍ଷା ହୋଇଥିଲା । 2017ରେ ଏହି ସମୟ ବେଳକୁ 364.10 ମିଲିମିଟର ଓ 2018ରେ 365. 51 ମିଲିମିଟର ବର୍ଷା ହୋଇଥିଲା । ଚଳିତ ବର୍ଷ କିନ୍ତୁ ଜୁଲାଇ 15 ତାରିଖ ସୁଦ୍ଧା 162.49 ମିଲିମିଟର ବର୍ଷା ହୋଇଛି । ଫଳରେ ତାଙ୍କ ଅଞ୍ଚଳରେ ତଳି ରୁଆ ହୋଇପାରୁନି କି ମଞ୍ଜି ବୁଣା ହୋଇପାରୁନି । ଏଭଳି ସ୍ଥିତି କେବଳ ଭୋଗରାଇ ଅଞ୍ଚଳରେ ନୁହେଁ ପଡୋଶୀ ବାଲେଶ୍ବର ଜିଲ୍ଲାରେ ମଧ୍ୟ ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି ସେ ଉଦବେଗ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.