ETV Bharat / city

ଆଜିଠୁ ବିଏମସି ଭବାନୀ ମଲରେ ଡ୍ରାଇଭ ଇନ ଟେଷ୍ଟିଂ

ଆଜିଠାରୁ(ବୁଧବାର) ରାଜଧାନୀର ସହୀଦ ନଗର ସ୍ଥିତ ଭବାନୀ ମଲର ପାର୍କିଂରେ ଟେଷ୍ଟିଂ ଆରମ୍ଭ ହେବ । ଅଧିକ ପଢନ୍ତୁ...

author img

By

Published : May 12, 2021, 8:43 AM IST

କୋଭିଡ ପରୀକ୍ଷା
କୋଭିଡ ପରୀକ୍ଷା

ଭୁବନେଶ୍ବର: ରାଜଧାନୀରେ ଦିନକୁ ଦିନ ବଢୁଛି ସଂକ୍ରମଣ । ଏ ନେଇ ବିଏମସି ପକ୍ଷରୁ ଟେଷ୍ଟିଂକୁ ଗୁରୁତ୍ବ ଦିଆଯାଇଛି । ଆଜିଠାରୁ(ବୁଧବାର) ସହୀଦ ନଗର ସ୍ଥିତ ଭବାନୀ ମଲର ପାର୍କିଂରେ ଟେଷ୍ଟିଂ ଆରମ୍ଭ ହେବ ।

କୋଭିଡ ପରୀକ୍ଷା
କୋଭିଡ ପରୀକ୍ଷା

ଗାଡିରେ ବସି ଲୋକଙ୍କୁ ଟୀକାକରଣ ପରେ ଏବେ ଗାଡିରେ ଟେଷ୍ଟିଂ ଅଭିଯାନ ଆରମ୍ଭ ହୋଇଛି । ଆଜି (ବୁଧବାର) ସକାଳ 8ଟା30ରୁ ଦିନ 12ଟା 30 ପର୍ଯ୍ୟନ୍ତ ଏହି ଟେଷ୍ଟିଂ ଚାଲିବ । ଏଥିରେ ଆଣ୍ଟିଜେନ ଓ ଆରଟିପିସିଆର ଟେଷ୍ଟ କରଯିବ । ପରୀକ୍ଷା ପାଇଁ ପାର୍କିଂ ଭିତରକୁ ଗେଟ ନମ୍ବର 4ରେ ପ୍ରବେଶ କରିବାକୁ ପଡିବ । ପାଳି ପଡିବା ଯାଏ ଗାଡି ଭିତରେ ହିଁ ଅପେକ୍ଷା କରିବାକୁ ପଡିବ ।

ପରୀକ୍ଷା ପାଇଁ ନିଜର ନମୁନା ସଂଗ୍ରହ ପରେ ନିଜର ନାମ, ଯୋଗାଯୋଗ ନମ୍ବର ଦାଖଲ କରିବେ । ଟେଷ୍ଟିଂ ରିପୋର୍ଟ ଆସିବା ପର୍ଯ୍ୟନ୍ତ ନିଜକୁ ଅନ୍ୟମାନଙ୍କଠାରୁ ଦୂରେଇ ରଖିବାକୁ ବିଏମସି ପରାମର୍ଶ ଦେଇଛି । ଯେଉଁମାନଙ୍କଠାରେ ଲକ୍ଷ୍ୟଣ ଦେଖାଯାଉଛି ସେମାନଙ୍କୁ ଜଲଦି ପରୀକ୍ଷା କରାଇ ପାରିବେ । ଦୈନିକ ଭୁବନେଶ୍ବରରେ ସରକାରୀ ଓ ବେସରକାରୀ ଭାବେ ପ୍ରାୟ ୩୦୦୦ କୋଭିଡ ଟେଷ୍ଟ କରାଯାଉଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.