ETV Bharat / city

ଉନ୍ମୋଚନ ହେବ ହରେକୃଷ୍ଣ ମହତାବଙ୍କ ଲିଖିତ ‘ଓଡ଼ିଶା ଇତିହାସ’ର ହିନ୍ଦୀ ସଂସ୍କରଣ - ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ହରିକୃଷ୍ଣ ମହତାବ

ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଲିଖିତ ପୁସ୍ତକ 'ଓଡ଼ିଶା ଇତିହାସ' ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ନୂଆଦିଲ୍ଲୀରେ ଉନ୍ମୋଚନ ହେବ । ଏଥିରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଟକ ସାଂସଦ ଭର୍ତ୍ତୃହରି ମହତାବ ଉପସ୍ଥିତ ରହିବେ । ଅଧିକ ପଢନ୍ତୁ...

Today PM Modi to unevail  Dr. Harekrishna Mahatabs 'History of Odisha'
ପିଏମ ମୋଦି ଉନ୍ମୋଚନ କରିବେ ଡ. ହରେକୃଷ୍ଣ ମହତାବଙ୍କ ଲିଖିତ 'ଓଡ଼ିଶା ଇତିହାସ' (DOC Title)
author img

By

Published : Apr 9, 2021, 8:11 AM IST

Updated : Apr 9, 2021, 12:09 PM IST

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଉନ୍ମୋଚିତ ହେବ ‘ଓଡ଼ିଶା ଇତିହାସ ’ ପୁସ୍ତକ । ହରେକୃଷ୍ଣ ମହତାବ ଫାଉଣ୍ଡେସନର ତତ୍ବାବଧାନରେ ଉତ୍କଳ କେଶରୀ ସ୍ବର୍ଗତ ଡଃ ହରେକୃଷ୍ଣ ମହତାବଙ୍କ ଦ୍ବାରା ଲିଖିତ ‘ ଓଡ଼ିଶା ଇତିହାସ ’ ପୁସ୍ତକ ନୂଆଦିଲ୍ଲୀସ୍ଥିତ ଆମ୍ବେଦକର ଅର୍ନ୍ତଜାତୀୟ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିବେ । କୌଣସି ପ୍ରକାର ଚିନ୍ତାଧାରାର ମହତ୍ତ୍ବ ସେତିକିବେଳେ ଅଧିକ ବୃଦ୍ଧି ଘଟେ, ଯେତେବେଳେ ଏହାକୁ ପ୍ରଦାନ କରୁଥିବା ଅଥବା ସଙ୍କଳିତ କରୁଥିବା ବ୍ୟକ୍ତିତ୍ବର ନିଜ ଜୀବନ ପ୍ରେରଣାର ଉତ୍ସ ହୋଇଥାଏ ।

Today PM Modi to unevail  Dr. Harekrishna Mahatabs 'History of Odisha'
ପିଏମ ମୋଦି ଉନ୍ମୋଚନ କରିବେ ଡ. ହରେକୃଷ୍ଣ ମହତାବଙ୍କ ଲିଖିତ 'ଓଡ଼ିଶା ଇତିହାସ' (DOC Title)

ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ । ଆଧୁନିକ ଓଡ଼ିଶାର ନବନିର୍ମାତା ଭାବେ ପରିଚିତ । ତାଙ୍କ କୃତିତ୍ବର ପ୍ରେରଣାଦାୟୀ ଅନୁଭୂତି କେବଳ ଯେ ଓଡ଼ିଶା ପାଇଁ ନୁହେଁ ବରଂ ସମ୍ପୂର୍ଣ ଭାରତବର୍ଷକୁ ଅନୁପ୍ରେରିତ କରିଥାଏ । ପୂର୍ବରୁ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଉପଲବ୍ଧ ଏହି ପୁସ୍ତକର ହିନ୍ଦୀ ସଂସ୍କରଣ ଦେଶର ବୃହତ୍ତମବର୍ଗକୁ ଓଡ଼ିଶାର ଇତିହାସ ସହିତ ସମକାଳୀନ ଭାରତର ପରିସ୍ଥିତି, ସ୍ଵାଧିନତା ସଂଗ୍ରାମ ତଥା ଗଡ଼ଜାତ ରାଜ୍ୟଗୁଡ଼ିକର ଏକତ୍ରୀକରଣ ଉଦ୍ୟମର ଜୀବନ୍ତ ପ୍ରମାଣ ପ୍ରଦାନ କରିବ ।

ଦେଶ ସ୍ଵାଧିନତା ଆନ୍ଦୋଳନର ୭୫ ବର୍ଷ ପୂର୍ତ୍ତି ପାଳନ କରୁଥିବା ବେଳେ ଏହି ପୁସ୍ତକର ପ୍ରକାଶନ ସ୍ଵାଧିନତା ଆନ୍ଦୋଳନ ତଥା ରାଷ୍ଟ୍ର ନିର୍ମାଣରେ ନିଜର ସର୍ବସ୍ବ ଜଳାଞ୍ଜଳି ଦେଇଥିବା ମହାତ୍ମାମାନଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ । ପୁସ୍ତକ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗରିମାମୟ ଉପସ୍ଥିତି ତଥା ଇତିହାସ ଓ ସଂସ୍କୃତି ବିଷୟରେ ଉଦ୍‌ବୋଧନ ଦେବେ । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଟକ ସାଂସଦ ଭର୍ତ୍ତୁହରି ମହତାବ ଉପସ୍ଥିତ ରହିବେ ।

ଡଃ ହରେକୃଷ୍ଣ ମହତାବ ଭାରତର ସ୍ୱାଧିନତା ସଂଗ୍ରାମର ବିଶିଷ୍ଟ ନାୟକ ଥିଲେ । ଦେଶ ସ୍ଵାଧନ ହେବା ପରେ ସେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ( ୧୯୪୬ - ୧୯୫୦ ) ଭାବେ ଦାୟିତ୍ବ ନେଇଥିଲେ । ଏହାପରେ ସେ ୧୯୫୬ - ୧୯୬୧ ପର୍ଯ୍ୟନ୍ତ ପୁର୍ନବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ତାଙ୍କୁ ରାଜ୍ୟର ସେବା କରିବାର ସୁଯୋଗ ମିଳିଥିଲା । ସ୍ଵାଧୀନତା ଆନ୍ଦୋଳନ ସମୟରେ ୧୯୪୨ - ୧୯୪୫ ପର୍ଯ୍ୟନ୍ତ ସେ କାରାବରଣ କରିଥିଲେ । ଅହମଦନଗର ଦୁର୍ଗ କାରଗାରରେ ବନ୍ଦୀ ଜୀବନ ବିତାଉଥିବା ବେଳେ ଡଃ ମହତାବ ‘ ଓଡ଼ିଶା ଇତିହାସ ' ପୁସ୍ତକ ରଚନା କରିଥିଲେ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

Last Updated : Apr 9, 2021, 12:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.