ETV Bharat / city

ଅନାଥଶ୍ରମ-ଜରାଶ୍ରମର ମିଶ୍ରଣ ପାଇଁ ପ୍ରସ୍ତାବ ଦେଲେ ଅମର

ଅସହାୟଙ୍କୁ ଏକାଠି କରି ସ୍ନେହର ଡୋରିରେ ବାନ୍ଧିବା ପାଇଁ ପ୍ରସ୍ତାବ ଦେଲେ ସାଂସଦ ଡକ୍ଟର ଅମର ପଟ୍ଟନାୟକ । ଅନାଥଶ୍ରମ ଓ ଜରାଶ୍ରମମର ଏକତ୍ରୀକରଣ ପାଇଁ ଦେଲେ ପ୍ରସ୍ତାବ । ଅଧିକ ପଢନ୍ତୁ..

author img

By

Published : Jun 22, 2021, 5:41 PM IST

ଅନାଥ- ଜରାଶ୍ରମର ମିଶ୍ରଣ ପାଇଁ ପ୍ରସ୍ତାବ ଦେଲେ ଅମର

ଭୁବନେଶ୍ବର: କୋଭିଡ଼ର ଦ୍ଵିତୀୟ ଲହରରେ ରାଜ୍ୟର ଅନେକ ଶିଶୁ ଅସହାୟ ହୋଇଛନ୍ତି । ରାଜ୍ୟ ସରକାର ସେମାନଙ୍କ ଶିକ୍ଷା ଓ ଭବିଷ୍ୟତ ଲାଗି ଅନେକ ବ୍ୟବସ୍ଥା ହାତକୁ ନେଇଛନ୍ତି । ହେଲେ କୋଭିଡରେ ଅନାଥ ଶିଶୁ କିଭଳି ପାଇବେ ସ୍ନେହ ? ଏ ନେଇ ଏକ ସୁନ୍ଦର ଓ ଗଠନମୂଳକ ପ୍ରସ୍ତାବ ଦେଇଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକ ।

ଅନାଥ ଆଶ୍ରମ ସହ ଜରାଶ୍ରମର ସମିଶ୍ରଣ କରିବା ଲାଗି ପ୍ରସ୍ତାବ ଦେଇଛନ୍ତି ଅମର । ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି ସେ । କୋଭିଡରେ ଅନାଥ ଶିଶୁଙ୍କ ସମସ୍ତ ଦାୟିତ୍ବ ନେଇଛନ୍ତି ସରକାର । ଭବିଷ୍ୟତ ଉଜ୍ବଳ କରିବା ଲାଗି ମୁଖ୍ୟମନ୍ତ୍ରୀ ଆଶୀର୍ବାଦ ଯୋଜନା ମଧ୍ୟ ଆରମ୍ଭ ହୋଇଛି । ଯାହା ଏହି ଅନାଥ ଶିଶୁଙ୍କୁ ଏକ ସୁନ୍ଦର ଭବିଷ୍ୟତ ଗଢିବା ଲାଗି ସହାୟକ ହେବ । କିନ୍ତୁ ଏହି ଅନାଥ ଶିଶୁଙ୍କୁ ଆଉ କେବେ ବାପାମାଆଙ୍କ ସ୍ନେହ ମିଳିପାରିବନି । ଏଣୁ ଅନାଥ ଆଶ୍ରମ ସହ ଜରାଶ୍ରମର ସମିଶ୍ରଣ କରିବା ଲାଗି ପ୍ରସ୍ତାବ ଦେଇଛନ୍ତି ବିଜେଡି ସାଂସଦ ।

କେରଳ ସରକାରଙ୍କ ସାଇଗ୍ରାମମ ଯୋଜନା ପରି ଓଡ଼ିଶାରେ ମଧ୍ୟ ଏଭଳି ବ୍ୟବସ୍ଥା କରିବା ଲାଗି ପ୍ରସ୍ତାବ ଦେଇଛନ୍ତି ଅମର । ଏହିଭଳି ମଡେଲ ଗ୍ରହଣ କରାଗଲେ ଅନାଥ ଶିଶୁମାନେ ବୟସ୍କଙ୍କ ସ୍ନେହ ପାଇପାରିବେ । ବୟସ୍କ ମାନେ ନିଜର ଅଭିଜ୍ଞତା ଏହି ଅନାଥ ପିଲାଙ୍କ ସହିତ ବାଣ୍ଟି ପାରିବେ । ଜରାଶ୍ରମର ଅନ୍ତେବାସୀ ମଧ୍ୟ ପିଲାଙ୍କ ସ୍ନେହ ପାଇ ପାରିବେ ।

2015-16ରେ କେରଳରେ ଏଜି ଥିବା ସମୟରେ ଖୋଦ ଅମର କେରଳ ସରକାରଙ୍କ ସାଇଗ୍ରାମମ କାର୍ଯ୍ୟକ୍ରମ ବାବଦରେ ଅବଗତ ହୋଇଥିଲେ । ଏହି କାର୍ଯ୍ୟକ୍ରମ ସଫଳତା ପାଇଥିବାରୁ ନିଜ ଅଭିଜ୍ଞତାରୁ ଏହି ଗଠନମୂଳକ ପ୍ରସ୍ତାବ ଦେଇଛନ୍ତି ଅମର । ଓଡ଼ିଶାରେ ମଧ୍ୟ ଏହି ମଡେଲ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ ରଖିଛନ୍ତି ଅମର । ଜରାଶ୍ରମକୁ ଅନାଥଶ୍ରମ କ୍ୟାମ୍ପସକୁ କିମ୍ବା ଅନାଥଶ୍ରମକୁ ଜରାଶ୍ରମ କ୍ୟାମ୍ପସକୁ ସ୍ଥାନାନ୍ତରିତ କରିବାକୁ ଅମର ପ୍ରସ୍ତାବ ଦେଇଛନ୍ତି । ଏହା ସହିତ ଏହି କ୍ୟାମ୍ପସରେ ହସ୍ପିଟାଲ ଓ ମନ୍ଦିର ନିର୍ମାଣ କରିବା ଲାଗି ପ୍ରସ୍ତାବ ରଖିଛନ୍ତି ଅମର ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.