ଭୁବନେଶ୍ବର: ନିଷ୍ଠୁର ହୋଇଗଲା ହାତ ଧରିଥିବା ସ୍ବାମୀ । ଜୀବନ ନେଲା ସାତ ଜନମର ସାଥି । ଯୌତୁକ ପାଇଁ ଗର୍ଭବତି ସ୍ତ୍ରୀର ନେଇଗଲା ଜୀବନ । ଏମିତି ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ।
![Dowry death at balianta Husband arrested](https://etvbharatimages.akamaized.net/etvbharat/prod-images/od-bbs-05-dowry-death_17032021222759_1703f_1616000279_117.jpg)
ଗର୍ଭବତୀ ମହିଳାଙ୍କ ରହସ୍ୟ ଜନଙ୍କ ମୃତ୍ୟୁ ଘଟଣାରେ ସ୍ବାମୀ ସୁବିର କୁମାର ମୁଦୁଲିଙ୍କୁ ଗିରଫ କରିଛି କମିସନରେଟ ପୋଲିସ । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ 2019 ଡିସେମ୍ବର ମାସରେ ଯାଜପୁରର ସୁବିର କୁମାର ମୁଦିଲଙ୍କ ସହ ବିବାହ ହୋଇଥିଲା । ଉଭୟ ଉଚ୍ଚଶିକ୍ଷିତା ଥିବା ବେଳେ ଏକ ଅଏଲ କଂପାନିରେ ଚାକିରୀ କରୁଥିଲେ । ବିବାହ ପରେ ପାହାଳରେ ନିଜ ସ୍ବାମୀ ସୁବିର୍ କୁମାର ମୁଦୁଲିଙ୍କ ସହ ରହୁଥିଲେ ।
ଗତକାଲି ରାତିରେ ସୁଚିଶ୍ମିତା ତାଙ୍କ ବାପାଙ୍କ ପାଖକୁ କଲ କରିଥିଲା । ବାପା ମୁଁ ରହିବିନି । ଆଉ କିଛି ସମୟ ପରେ । ସ୍ବାମୀ ଫୋନ କରି କହିଲେ ତମ ଝିଅ ରୁମରେ ଲକ୍ କରିଛି । ମୃତ ଝିଅଙ୍କ ବାପା ମା ଦେଖିଲା ବେଳେ ଝିଅ ର ମୃତ୍ୟୁ ହୋଇଛି । ଘର କାମକୁ ନେଇ ବାରମ୍ବାର ଟଙ୍କା ମାଗୁଥିଲେ ।
ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ