ETV Bharat / city

ଏକାମ୍ର ହାଟର ସୌନ୍ଦର୍ଯ୍ୟ ନଷ୍ଟ କରାନଯାଉ: ଏକାମ୍ର ହାଟ ବିକାଶ ମଞ୍ଚ - ଏକାମ୍ର ହାଟ ବିକାଶ ମଞ୍ଚ

ରାଜ୍ୟ ସରକାର ଏକାମ୍ର ହାଟର ଦାୟିତ୍ବ ଇଡ଼କୋ ହାତରୁ ନେବା ସହ ସୌନ୍ଦର୍ଯ୍ୟ ଓ ସବୁଜିମା ନଷ୍ଟ କରି ଆହୁରି ଅସ୍ଥାୟୀ ପିଣ୍ଡି ନିର୍ମାଣ କରିବାକୁ ଯୋଜନା କରୁଥିବା ଏକାମ୍ର ହାଟ ବିକାଶ ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି । ଅଧିକ ପଢନ୍ତୁ...

ଏକାମ୍ର ହାଟର ସୌନ୍ଦର୍ଯ୍ୟ ନଷ୍ଟ କରାନଯାଉ: ଏକାମ୍ର ହାଟ ବିକାଶ ମଞ୍ଚ

author img

By

Published : Jul 10, 2020, 11:35 PM IST

ଭୁବନେଶ୍ବର: ରାଜ୍ୟର କାରିଗର ଓ ଶିଳ୍ପୀମାନଙ୍କୁ ପ୍ରୋତ୍ସାହନ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଇଡ଼କୋ ପ୍ରଦର୍ଶନୀ ପଡ଼ିଆରେ ଏକାମ୍ର ହାଟ ପ୍ରତିଷ୍ଠା କରିଥିଲେ । ଯାହା ମାଧ୍ୟମରେ ଲୋକମାନଙ୍କ ନିକଟରେ ଓଡିଶାର କୋଣ ଅନୁକୋଣରେ ଥିବା ଶିଳ୍ପୀମାନଙ୍କୁ ପରିଚିତ କରାଇବାକୁ ପ୍ରଚେଷ୍ଟା କରାଯାଇଥିଲା । ନିକଟରେ ରାଜ୍ୟ ସରକାର ଏହାର ଦାୟିତ୍ବ ଇଡ଼କୋ ହାତରୁ ନେବା ସହ ସୌନ୍ଦର୍ଯ୍ୟ ଓ ସବୁଜିମା ନଷ୍ଟ କରି ଆହୁରି ଅସ୍ଥାୟୀ ପିଣ୍ଡି ନିର୍ମାଣ କରିବାକୁ ଯୋଜନା କରୁଥିବା ଏକାମ୍ର ହାଟ ବିକାଶ ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି ।

ଏକାମ୍ର ହାଟର ସୌନ୍ଦର୍ଯ୍ୟ ନଷ୍ଟ କରାନଯାଉ: ଏକାମ୍ର ହାଟ ବିକାଶ ମଞ୍ଚ

ମଞ୍ଚ ପକ୍ଷରୁ ଏହାକୁ ବିରୋଧ କରାଯିବା ସହ ଉନ୍ନତିକରଣ କରିବା ମାଧ୍ୟମରେ ସୌନ୍ଦର୍ଯ୍ୟ ବୃଦ୍ଧି କରି ପର୍ଯ୍ୟଟନ ସୂତ୍ରରୁ ଅର୍ଥଆୟ କରିବାକୁ କୁହାଯାଇଛି । ଯାହାଦ୍ବାରା ଏଠାରେ ଲୋକମାନେ ମନୋରଞ୍ଜନ କରିବା ସହ ନିଜର ଅବସର ବିନୋଦନ ମଧ୍ୟ କରି ପାରିବେ ବୋଲି ମଞ୍ଚର ଆବାହକ ବନ ମହାନ୍ତି ପ୍ରକାଶ କରିଛନ୍ତି । ଏହା ନ କରି ସରକାର ଏହାର ସବୁଜିମା ନଷ୍ଟ ପ୍ରତି ଉଦ୍ୟମ କଲେ ଆଗାମୀ ଦିନରେ ମଞ୍ଚ ପକ୍ଷରୁ ଏହାର ପ୍ରତିବାଦ କରାଯିବ ବୋଲି କୁହାଯାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.