ଭୁବନେଶ୍ବର: ରାଜଧାନୀରେ ଡଗ ଶୋ’ । ଅର୍ଥାତ ୬୦ତମ କୁକୁର ପ୍ରଜାତିୟ ଚାମ୍ପିଅନଶିପ । ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କିନ୍ତୁ ସତ । ଲାଭ୍ରାଡର, ଜର୍ମାନ ସେଫର୍ଡ, ସ୍କିପର, ରସଲ ଜାକ, ରସଲ ଟେରିୟର ଏଭଳି ୩୮ ପ୍ରଜାତିର କୁକୁର । ଦେଶୀ କୁକୁରଠୁ ଆରମ୍ଭ କରି ବିଦେଶୀ କୁକୁର । ରାଜ୍ୟ ତଥା ରାଜ୍ୟ ବାହାରୁ ୨୮୦ ପ୍ରଜାତିର କୁକୁରଙ୍କୁ ନେଇ ଆରମ୍ଭ ହୋଇଛି ଚାମ୍ପିଅନସିପ । ଯେଉଁଠି ଚୟନ ହେଉଛି ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ । ତେବେ ଚଳିତ ବର୍ଷ ସବୁଠୁ ଆକର୍ଷଣ ସାଜିଛି ସ୍କିପର ଡଗ ଯାହା ଭାରତରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ।
ତେବେ କୁକୁରଙ୍କୁ ଦେଖିବା ପାଇଁ ଡଗ ଲଭରଙ୍କ ଭିଡ ହେଉଛି । କେଉଁ କୁକୁର କିପରି ଓ କେମିତି ରୁହେ କେମିତି ଖାଏ ସବୁକିଛି ଦେଖିବାକୁ ପାଇଛନ୍ତି ଡଗ ଲଭର । ଏପରିକି ଘରକୁ କୁକୁର କିଣି ନେବା ପାଇଁ ଚାହୁଁଥିବା ଲୋକେ ମଧ୍ୟ ଏହିଠାରୁ ବୁଝିଛନ୍ତି କେମିତି କରିବେ କୁକୁର ପାଳନ । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ଡଗ ଶୋ ଆୟୋଜନ କରାଯାଉଥିବା ବେଳେ ଓଡିଶା କିନିଲ କ୍ଲବ ଏ ଦିଗରେ ଆରମ୍ଭ କରିଛନ୍ତି ଏକ ସ୍ବତନ୍ତ୍ର ଅଭିଯାନ । ଏହି ଡଗଶୋ’ ଚାଲିଛି ରାଜଧାନୀର ୬ ନମ୍ବର ସ୍ଥିତ ଖେଳପଡିଆରେ ।
ଭଳିକି ଭଳି ଦେଶୀ ଓ ବିଦେଶୀ ପ୍ରଜାତିର କୁକୁର ଏଠାରେ ଭାଗ ନେଇଛନ୍ତି । ଯାହାକୁ ନେଇ ସାଧାରଣ ଲୋକ ବିଭିନ୍ନ ପ୍ରକାରର ବ୍ରିଡର କୁକୁର ଦେଖିବାକୁ ପାଉଛନ୍ତି । ଏପରିକି ରାଜ୍ୟ ବାହାରୁ କୁକୁର ପାଳୁଥିବା ଲୋକେ ନିଜ କୁକୁରକୁ ଆଣି ଏଠାରେ ଅଂଶଗ୍ରହଣ କରିଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ