ETV Bharat / city

ଭୁବନେଶ୍ବରରେ କମିଛି ବୁଲା କୁକୁରଙ୍କ ଦୌରାତ୍ମ୍ୟ - କମିଛି କୁକୁର କାମୁଡା

ଲକଡାଉନ କଟକଣା ଯୋଗୁଁ କମିଛି କୁକୁର କାମୁଡ଼ା । କୋରୋନା ମହାମାରୀର ରୂପ ନେଇଥିଲେ ବି ବଡ କଥା ହେଉଛି ତାର ପ୍ରଭାବରେ ଲକଡାଉନ ଓ ସଟଡାଉନ ଫଳରେ ରାଜଧାନୀରେ ମାତ୍ର 4 ମାସ ଭିତରେ ଅଧାରୁ ଅଧିକ କୁକୁର କାମୁଡ଼ା କମିଛି ଯାହା ଏକ ଚର୍ଚ୍ଚାର ବିଷୟ । ଇଟିଭି ଭାରତର ସ୍ପେଶାଲ ରିପୋର୍ଟ...

ସ୍ମାର୍ଟ ସିଟି ଭୁବନେଶ୍ବରେରେ କମିଛି ବୁଲା କୁକୁରଙ୍କ ଉପଦ୍ରବ

author img

By

Published : Jul 20, 2020, 7:27 PM IST

Updated : Jul 20, 2020, 7:45 PM IST

ଭୁବନେଶ୍ବର: ଲକଡାଉନ କଟକଣା ଯୋଗୁଁ କମିଛି କୁକୁର କାମୁଡ଼ା । କୋରୋନା ମହାମାରୀର ରୂପ ନେଇଥିଲେ ବି ବଡ କଥା ହେଉଛି ତାର ପ୍ରଭାବରେ ଲକଡାଉନ ଓ ସଟଡାଉନ ଫଳରେ ରାଜଧାନୀରେ ମାତ୍ର 4 ମାସ ଭିତରେ ଅଧାରୁ ଅଧିକ କୁକୁର କାମୁଡ଼ା କମିଛି ଯାହା ଏକ ଚର୍ଚ୍ଚାର ବିଷୟ । କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମତରେ ଜାନୁଆରୀ ମାସରେ ଯେତିକି ପରିମାଣର କୁକୁର କାମୁଡ଼ା ଟୀକା ଦିଆଯାଇଥିଲା ଜୁନ ମାସରେ ତାହା ଅଧାକୁ ଖସି ଆସିଛି କାରଣ ଏହା ହେଉଛି କରୋନା ମହାମାରୀର ପ୍ରଭାବ ।

କୋରୋନା ମହାମାରୀ ପାଇଁ କମିଛି ବୁଲା କୁକୁରଙ୍କ ଦୌରାତ୍ମ୍ୟ । କଟକଣା ଯୋଗୁଁ ରାଜଧାନୀର ବିଭିନ୍ନ ଅଞ୍ଚଳରେ ବୁଲା କୁକୁରଙ୍କ କାମୁଡ଼ା କମିଛି । ଏପଟେ ସାଧାରଣ ଲୋକଙ୍କ ମତରେ କୁକୁର କାମୁଡାକୁ କର୍ତ୍ତୃପକ୍ଷ ସଠିକ ପଦକ୍ଷେପ ନେବା ଦରକାର କାରଣ ରାଜଧାନୀରେ ବଢୁଥିବା ବୁଲା କୁକୁରଙ୍କ ସଂଖ୍ୟା ଆତଙ୍କ ସୃଷ୍ଟି କରୁଛି । କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ତଥ୍ୟ କହୁଛି ଜାନୁଆରୀ ମାସରେ କୁକୁର କାମୁଡ଼ା ସଂଖ୍ୟା ୬୮୪୧, ଫେବ୍ରୁଆରୀରେ ୬୬୬1, ମାର୍ଚ୍ଚରେ ୪୮୬୦, ଏପ୍ରିଲରେ ୨୯୫୯, ମେରେ ୩୭୪୫ ଓ ଜୁନରେ ୩୭୪୧ରହିଛି। ଏହି ତଥ୍ୟ ସ୍ପଷ୍ଟ କରୁଛି ଲକ ଡାଉନ କଟକଣା ଯୋଗୁ ରାଜଧାନୀରେ କମିଛି କୁକୁର କାମୁଡ଼ା । ସେହିଭଳି କ୍ୟାପିଟାଲ ହସ୍ପିଟାଲକୁ ପ୍ରାୟ 6 ହଜାର କୁକର କାମୁଡ଼ା କେସ ଆସୁଥିଲା, ଏବେ ତାହା ଅଧାକୁ ଖସି ଆସିଛି।

ସ୍ମାର୍ଟ ସିଟି ଭୁବନେଶ୍ବରେରେ କମିଛି ବୁଲା କୁକୁରଙ୍କ ଉପଦ୍ରବ

ସେପଟେ ବିଏମସିର ଅଧିକାରୀଙ୍କ ସୂଚନା ଅନୁସାରେ ୨୦୦୧ କୁକୁର ଗଣନା ଅନୁସାରେ ବୁଲା କୁକୁରଙ୍କ ସଂଖ୍ୟା ଥିଲା ୪୦,୦୦୦ । ତେବେ ଗତ କିଛି ବର୍ଷ ଭାବରେ ନିହାତି ଭାବରେ ଏହି ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି କାରଣ ହେଉଛି ଲୋକସଂଖ୍ୟା ଓ ବସ୍ତି ସଂଖ୍ୟା ବୃଦ୍ଧି । ହେଲେ ଏ କଥାକୁ ମାନିବାକୁ ନାରାଜ ବିଏମସି କର୍ତ୍ତୃପକ୍ଷ । ନିଗମ କର୍ତ୍ତୃପକ୍ଷଙ୍କ ଯୁକ୍ତି ନିୟମିତ ବ୍ୟବଧାନରେ କୁକୁର ଜନ୍ମ ନିୟନ୍ତ୍ରଣ ପାଇଁ ଏବିସି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ତେବେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ବିଏମସିର ଯୁକ୍ତିରେ ସହମତ ନୁହଁନ୍ତି ସାଧାରଣ ଲୋକେ। ସେପଟେ କୁକୁର କାମୁଡା ସଂଖ୍ୟା ଯେହେତୁ କମିଛି ସେଥିପାଇଁ ଟୀକା ବିକ୍ରି ହେଉନାହିଁ ବୋଲି କହିଛନ୍ତି ଟୀକା ବିତରଣ କମ୍ପାନୀ ।

ସାମୟିକ ଭାବରେ ହେଲେ ମଧ୍ୟ ଏହା ଖୁସିର ଖବର, ରାଜଧାନୀ ଭୁବନେଶ୍ବରରେ କମିଛି କୁକୁର କାମୁଡ଼ା ଆତଙ୍କ । ଅନେକ ଲୋକ ଆହତ ସହ ମୃତାହତ ହୋଇଥିବା ନେଇ ଚର୍ଚ୍ଚା ବି ଉଠିଛି । ତେବେ ଆଗକୁ ବିଭାଗୀୟ କର୍ତ୍ତୃପକ୍ଷ ଏଦିଗରେ ଯଥେଷ୍ଟ ଦାୟିତ୍ବବାନ ହେବା ଅନେକଙ୍କ ମତ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Jul 20, 2020, 7:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.