ETV Bharat / city

ଖଣ୍ଡଗିରି ମାଘ ମେଳା: ଜମୁଛି ସନ୍ଥଙ୍କ ଗହଳି, ମୁଖ୍ୟ ଆକର୍ଷଣ ଡାକ୍ତର ବାବା-ଷ୍ଟାଣ୍ଡିଙ୍ଗ ବାବା

author img

By

Published : Feb 10, 2022, 4:27 PM IST

କୋଭିଡ କଟକଣା ମଧ୍ୟରେ ଆରମ୍ଭ ହୋଇଛି ପ୍ରସିଦ୍ଧ ମାଘ ସପ୍ତମୀ ମେଳା । ଏନେଇ ହୋମ ଯଜ୍ଞ ଓ ନାମ ସଂକୀର୍ତ୍ତନରେ ପ୍ରକମ୍ପିତ ଖଣ୍ଡଗିରି ପାଦଦେଶ । ଚଳିତ ଥର ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ଡାକ୍ତର ବାବା, ଷ୍ଟାଣ୍ଡିଙ୍ଗ ବାବା ଓ ବିଭୂତି ବାବା । ଅଧିକ ପଢନ୍ତୁ

ଖଣ୍ଡଗିରି ମେଳାରେ ସନ୍ଥଙ୍କ ଗହଳି, ଚିକିତ୍ସା କରି ଔଷଧ ଦେଉଛନ୍ତି ଡାକ୍ତର ବାବା

ଭୁବନେଶ୍ବର: କୋଭିଡ କଟକଣା ମଧ୍ୟରେ ଆରମ୍ଭ ହୋଇଛି ପ୍ରସିଦ୍ଧ ମାଘ ସପ୍ତମୀ ମେଳା । ଏନେଇ ହୋମ ଯଜ୍ଞ ଓ ନାମ ସଂକୀର୍ତ୍ତନରେ ପ୍ରକମ୍ପିତ ଖଣ୍ଡଗିରି ପାଦଦେଶ । ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଛନ୍ତି ଶହଶହ ସାଧୁସନ୍ଥ । ବିଶ୍ଵାସ ଅଛି ଚନ୍ଦ୍ରଭାଗାରେ ବୁଡ ପକାଇ ଖଣ୍ଡଗିରି ପାହାଡରେ ଜପତପ କଲେ କୋଟି ପୁଣ୍ୟ ମିଳେ। ଏଥି ପାଇଁ ସାଧୁମାନେ ଖଣ୍ଡଗିରିର ବିଭିନ୍ନ ଗୁମ୍ଫା ଓ ଜଙ୍ଗଲରେ ଅବସ୍ଥାନ କରି ବିଶ୍ବଶାନ୍ତି ପାଇଁ ଅଖଣ୍ଡ ଧୂନି ଜାଳିଛନ୍ତି। ଏଠାରେ ପୂଜା ପୂଜାପାଉଥିବା ମା ବାରଭୁଜାଙ୍କ ଆଶୀର୍ବାଦ ଦ୍ୱାରା ରୋଗ ଭଲ ହେଉଥିବା ମଧ୍ୟ ବିଶ୍ବାସ ରହିଛି ।

ସବୁଠାରୁ ବଡ କଥା ହେଲା ଏଠାରେ ବିଶ୍ବଶାନ୍ତି ପାଇଁ ହେଉଥିବା ହୋମ ଯଜ୍ଞରେ ମନୋସ୍କାମନା ପୂରଣ ଓ ଆଶୀର୍ବାଦ ଭିକ୍ଷା କରନ୍ତି ଭକ୍ତ । ଏଥିପାଇଁ ଋଷିକେଶ, ହରିଦ୍ବାରଠାରୁ ଆରମ୍ଭ କରି ହିମାଳୟ ପାଦଦେଶରୁ ଅନେକ ସାଧୁ ଆସିଛନ୍ତି । କିନ୍ତୁ କଟକଣା ଯୋଗୁଁ ସାମାନ୍ୟ ଫିକା ପଡିଛି ଖଣ୍ଡଗିରି ମେଳା। ତଥାପି ବିଧି ରକ୍ଷା ମୁତାବକ ପୂଜା କରାଯାଇଛି । ତେବେ ଏଥର ଖଣ୍ଡଗିରି ମେଳାରେ ଯାତ୍ରା ପେଣ୍ଡାଲ କିମ୍ବା ମେଳା ପଡ଼ି ନାହିଁ । କାରଣ କରୋନା ସଂକ୍ରମଣକୁ ଦେଖ୍ ଏଥର ଭିଡ଼କୁ ବାରଣ କରିଛି ପ୍ରଶାସନ ।

ଚଳିତ ଥର ମଧ୍ୟ ବାବାଙ୍କ ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳିଛି ଖଣ୍ଡଗିରିରେ । ଯେମିତିକି ଡାକ୍ତର ବାବା, ଷ୍ଟାଣ୍ଡିଙ୍ଗ ବାବା ଓ ବିଭୂତି ବାବା । ବିଭୂତି ବାବା ଦେହରେ ବିଭୂତି ବୋଳି ହେଉଥିବାବେଳେ ଷ୍ଟାଣ୍ଡିଙ୍ଗ ବାବା ବେଶ ଚର୍ଚ୍ଚାକୁ ଆସିଛନ୍ତି । ସେହିପରି ମଥାରେ ଆଙ୍ଗୁଠି ରଖି ରୋଗ ଚିହ୍ନୁଛନ୍ତି ବାବା । ବିଶେଷ କରି ଦୂର ରୋଗର ଦୂରୀକରଣ ପାଇଁ ବିଶ୍ୱାସ ରଖି ଡାକ୍ତର ବାବାଙ୍କ ପାଖକୁ ଅନେକ ଭକ୍ତ ଆସୁଛନ୍ତି । ବାବାଙ୍କ ଔଷଧରେ ରୋଗଭଲ ହେଉଥିବା କହିଛନ୍ତି କିଛି ଭକ୍ତ । ଏଥି ପାଇଁ ଡାକ୍ତର ବାବାଙ୍କ ନିକଟରେ ଭିଡ ଜମୁଛି । ତେବେ ଲଗାତାର ଦୁଇ ବର୍ଷ ହେଲାଣି ଖାଁ ଖାଁ ରହିଛି ଖଣ୍ଡଗିରି ମେଳା । କରୋନା କଟକଣା ମଧ୍ୟରେ ସାଧୁସନ୍ଥମାନେ ଆସି ପୂଜାର୍ଚ୍ଚନା କରୁଛନ୍ତି । ଏହାସହ ବିଶ୍ଵର ମଙ୍ଗଳ କାମନା ପାଇଁ ଭଗବାନଙ୍କୁ ଆରାଧନା କରୁଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.